ETV Bharat / city

କ୍ୟାପିଟାଲ ହସ୍ପିଟାଲରେ 'ମୋ ସରକାର' ଫେଲ, ଦେଖନ୍ତୁ ବାସ୍ତବ ଚିତ୍ର...

ଯେଉଁଠି ମୋ ସରକାର ଆରମ୍ଭ ହୋଇଛି ସେଇଠି ଦେଖିବାକୁ ମିଳୁଛି ଅବହେଳାର ସ୍ପଷ୍ଟ ଚିତ୍ର । ବିଚିତ୍ର ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଛାତି ଉପରେ ଛିଡା ହୋଇଥିବା କ୍ୟାପିଟାଲ ହସ୍ପିଟାଲରେ ।

ଡିଜାଇନ ଫଟୋ
author img

By

Published : Oct 28, 2019, 7:41 PM IST

ଭୁବନେଶ୍ବର: ଯେଉଁଠି 'ମୋ ସରକାର' ଆରମ୍ଭ ହୋଇଛି ସେଇଠି ଦେଖିବାକୁ ମିଳୁଛି ଅବହେଳାର ସ୍ପଷ୍ଟ ଚିତ୍ର । ରାତି ପାହିଲେ ରୋଗୀଙ୍କ ସମସ୍ୟା ବଢିଯାଉଛି । ଏଥିପ୍ରତି କାହାରି ନଜର ନାହିଁ। କାହାକୁ ଶଯ୍ୟା ମିଳୁନି ତ ପୁଣି କିଏ ବାରଣ୍ଡାରେ ଚିକିତ୍ସା ହେଉଛି। ଏହି ଘଟଣା ଏବେ ସାଧାରଣ ରୋଗୀଙ୍କ ନିମନ୍ତେ ଏକ ବଡ ସମସ୍ୟା ପାଲଟିଗଲାଣି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଆଶୁ ଚିକିତ୍ସା କେନ୍ଦ୍ର ଠାରୁ ଆରମ୍ଭ କରି ବିଭିନ୍ନ ୱାର୍ଡରେ ଏଭଳି ସମସ୍ୟା ଲାଗି ରହିଥିଲେ ସୁଦ୍ଧା ଏହାର ସମାଧାନ ପାଇଁ କର୍ତ୍ତୃପକ୍ଷ ଚେଷ୍ଟିତ ନଥିବା ସ୍ପଷ୍ଟ ବାରି ହୋଇପଡୁଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଛାତି ଉପରେ ଛିଡା ହୋଇଥିବା କ୍ୟାପିଟାଲ ହସ୍ପିଟାଲରେ । ଜଣେ ମହିଳା ରୋଗୀଙ୍କ ହାତରେ ସାଲାଇନ ଲାଗିଥିବା ସହ ରୋଗୀ ନିଜେ ସାଲାଇନ ଧରିଛନ୍ତି । ନା ଅଛି ସୁବିଧା ନା ଅଛି ସାଲାଇନ ଷ୍ଟାଣ୍ଡ ।

ସେହିପରି ଆଉ ଏକ ଘଟଣା ଦେଖିବାକୁ ମିଳିଥିଲା ଆଶୁ ଚିକିତ୍ସା କେନ୍ଦ୍ର ନିକଟରେ। ନୂଆଗଡରୁ ଜଣେ ରୋଗୀ ଆସିଥିବା ବେଳେ ଶଯ୍ୟା ନମିଳିବାରୁ ବାରଣ୍ଡାରେ ଚିକିତ୍ସିତ ହେଉଥିଲେ । ତାଙ୍କ ଦେଖାଶୁଣା କରିବା ପାଇଁ ସମ୍ପର୍କୀୟ ମହିଳା ଆଟେଣ୍ଡାଣ୍ଟଙ୍କୁ ଗୁହାରି କରିଥିଲେ ମଧ୍ୟ ଉତ୍ତର ମିଳିଥିଲା ଅପେକ୍ଷା କରିବାକୁ । ସେପଟେ ସାଲାଇନ ପାଇପରେ ରକ୍ତ ଉପରକୁ ଆସିଯାଇଥିଲେ ବି ମାତ୍ର ହସ୍ପିଟାଲର କୌଣସି କର୍ମଚାରୀଙ୍କ ଦେଖା ନଥିଲା ।

ଏହା ବ୍ୟତୀତ ଅନ୍ୟ ୱାର୍ଡରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା । ରାତିରେ ରୋଗୀଙ୍କର କୌଣସି ଅସୁବିଧା ହେଲେ କେଉଁ ଅଧିକାରୀଙ୍କୁ ଜଣାଇବେ ତାହା ଏବେ ବଡ଼ ସମସ୍ୟା ପାଲଟିଛି । ସେହିପରି ଆଶୁ ଚିକିତ୍ସା କେନ୍ଦ୍ର ନିକଟରେ ଉଭୟ ମହିଳା ଓ ପୁରୁଷ ୱାର୍ଡରେ ପର୍ଯ୍ୟାପ୍ତ ଶଯ୍ୟା ରହୁନାହିଁ । ମହିଳା ୱାର୍ଡରେ ପୁରୁଷ ଓ ପୁରୁଷ ୱାର୍ଡରେ ମହିଳା ରହୁଛନ୍ତି । ଏଥିପ୍ରତି କାହାର ନଜର ବି ନାହିଁ। କାକଟପୁରରୁ ଆସିଥିବା ଜଣେ ରୋଗୀଙ୍କ ସମ୍ପର୍କୀୟ ମାନଗୋବିନ୍ଦ ମହାରଣାଙ୍କ କଥାକୁ ଡାକ୍ତର ଶୁଣିନଥିବା ଅଭିଯୋଗ ହୋଇଛି ।

ଦୀର୍ଘ ସମୟ ଧରି ଶଯ୍ୟା ନମିଳିବାରୁ ବିରକ୍ତି ଭାବ ପ୍ରକାଶ କରିଛନ୍ତି ସେ । ଯାହା ଫଳରେ 'ମୋ ସରକାର' କାର୍ଯ୍ୟକ୍ରମ କୁ ନେଇ ତାତ୍ସଲ୍ୟ କରିଛନ୍ତି ।

ହସ୍ପିଟାଲକୁ ଦୈନିକ 3 ହଜାର ରୁ ଊର୍ଦ୍ଧ୍ବ ରୋଗୀ ଆସୁଛନ୍ତି। ବିଶେଷ କରି ଗରିବ ଓ ଦିନ ମଜୁରିଆ । ସେମାନେ ସମ୍ପୂର୍ଣ୍ଣ ଭାବେ ଜାଣିନାହାନ୍ତି ହସ୍ପିଟାଲର ବିଭିନ୍ନ ବିଭାଗର ବିଷୟରେ। ଏହି ବିଷୟରେ ରୋଗୀଙ୍କୁ ଜଣାଇବା ପାଇଁ ଏକ ହେଲ୍ପ ଡେସ୍କ ଖୋଲାଯାଇଛି। ହେଲେ ଏଥିରୁ ବଞ୍ଚିତ ହେଉଛନ୍ତି ରୋଗୀ। ହେଲ୍ପ ଡେସ୍କରେ ଟେବୁଲ ଚେୟାର ପଡିଛି ଫ୍ୟାନ ବି ବୁଲୁଛି, ହେଲେ ସାହାଯ୍ୟକାରୀଙ୍କ ଦେଖା ନାହିଁ।

ଏହାକୁ ନେଇ ଅଧିକ୍ଷକ କହିଛନ୍ତି ଯେ, ପୂର୍ବରୁ ହସ୍ପିଟାଲକୁ ସୀମିତ ରୋଗୀ ଆସୁଥିଲେ ବର୍ତ୍ତମାନ ଅଧିକ ମାତ୍ରାରେ ରୋଗୀ ଆସୁଛନ୍ତି । ଭିତ୍ତିଭୂମି ସହ ମାନବ ସମ୍ବଳର ବି ଆବଶ୍ୟକତା ରହିଛି । ଯାହା ପରିବର୍ତ୍ତନ ହୋଇନାହିଁ। ତଥାପି ଉତ୍ତମ ସେବା ଯୋଗାଇ ଦିଆଯାଉଛି ବୋଲି ସେ କହିଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Intro:କ୍ୟାପିଟାଲ ହସ୍ପିଟାଲରେ ମୋ ସରକାର ଫୁ..।

ଯେଉଁ ଠି ମୋ ସରକାର ଆରମ୍ଭ ହୋଇଛି ସେଇଠି ଦେଖିବାକୁ ମିଳୁଛି ଅବହେଳାର ସ୍ପଷ୍ଟ ଚିତ୍ର। ରାତି ପାହିଲେ ରୋଗୀଙ୍କ ସମସ୍ୟା ବଢିଯାଉଛି। ଏଥିପ୍ରତି କାହାରି ନଜର ନାହିଁ। କାହାକୁ ଶଯ୍ୟା ମିଳୁନି ତ ପୁଣି କିଏ ବାରଣ୍ଡାରେ ଚିକିତ୍ସା ହେଉଛି। ଏହି ଘଟଣା ଏବେ ସାଧାରଣ ରୋଗୀଙ୍କ ନିମନ୍ତେ ଏକ ବଡ ସମସ୍ୟା ପଲଟିଗଲାଣି।

Body:

ଆଶୁ ଚିକିତ୍ସା କେନ୍ଦ୍ର ଠାରୁ ଆରମ୍ଭ କରି ବିଭିନ୍ନ ୱାର୍ଡ ରେ ଏଭଳି ସମସ୍ୟା ଲାଗି ରହିଥିଲେ ସୁଧା ଏହାର ସମାଧାନ ପାଇଁ କତ୍ତୃପକ୍ଷ ଚେଷ୍ଟିତ ନଥିବା ସ୍ପଷ୍ଟ ବାରି ହୋଇପଡୁଛି।ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଯେ ଏକ ମହିଳା ରୋଗୀ ନିଜର ହାତରେ ସାଲାଇନ ଲାଗିଥିବା ବେଳେ ରୋଗୀ ନିଯେ ଧରିଛି। ନା ଅଛି ସୁବିଧା ନା ଅଛି ସାଲାଇନ ଷ୍ଟାଣ୍ଡ। ସେହିପରି ଏକ ଘଟଣା ଦେଖିବାକୁ ମିଳିଥିଲା ଆଶୁ ଚିକିତ୍ସା କେନ୍ଦ୍ର ନିକଟରେ। ନୂଆଗଡରୁ ଜଣେ ରୋଗୀ ଆସିଥିବା ବେଳେ ତାଙ୍କ ସଂର୍କୀୟ ଭାବେ ଜଣେ ମହିଳା ରହିଥିଲେ। ତାଙ୍କୁ ଶଯ୍ୟା ନ ମିଳିବାରୁ ବାରଣ୍ଡାରେ ଚିକିତ୍ସିତ ହେଉଥିଲେ। ନୟାଗଡରୁ ଆସିଥିବା ରୋଗୀଙ୍କ ଦେହରେ ସାଲାଇନ ଲାଗିଥିବା ବେଳେ ଶଯ୍ୟାରର ସାଲାଇନ ଷ୍ଟାଣ୍ଡ ନଥିବାରୁ ଉକ୍ତ ମହିଳା ଜଣଙ୍କ ସାଲାଇନ ବୋଟଲ ଧରି ଦୀର୍ଘ ସମୟ ଧରି ଛିଡା ହୋଇରହିଥିବା ନଜରକୁ ଆସିଥିଲା। ଆଟେଡ଼ାଣ୍ଟଙ୍କୁ ଗୁହାରି କରିଥିଲେ ମଧ୍ୟ ଉତ୍ତର ମିଳିଥିଲା ଅପେକ୍ଷା କର ଅନ୍ୟ ରୋଗୀ ଅଛନ୍ତି ଶଯ୍ୟା ମିଳିଲେ ଦିଆଯିବ ବୋଲି କହି ପଳେଇଥିଲେ। ସେପଟେ ସାଲାଇନ ପାଇପ ରେ ରକ୍ତ ଉପରକୁ ଆସିଯାଇଥିଲେ ବି ମାତ୍ର ହସ୍ପିଟାଲ ର କୌଣସି କର୍ମଚାରୀଙ୍କ ଦେଖା ନଥିଲା।

ଏହା ବ୍ୟତୀତ ଅନ୍ୟ ୱାର୍ଡ ରେ ମଧ୍ୟ ସମାନ ଅବସ୍ଥା। ରାତି ରେ ରୋଗୀଙ୍କ ର କୌଣସି ଅସୁବିଧା ହେଲେ କେଉଁଇଁ ଅଧିକାରୀଙ୍କୁ ଜଣାଇବେ ତାହା ଏବେ ବଡ଼ ସମସ୍ୟା ପାଲଟିଛି। ସେହିପରି ଆଶୁ ଚିକିତ୍ସା କେନ୍ଦ୍ର ନିକଟରେ ଉଭୟ ମହିଳା ଓ ପୁରୁଷ ୱାର୍ଡ ରେ ପର୍ଯ୍ୟାପ୍ତ ଶଯ୍ୟା ରହୁନାହିଁ। ମହିଳା ୱାର୍ଡ ରେ ପୁରୁଷ ଓ ପୁରୁଷ ୱାର୍ଡ ରେ ମହିଳା ରହୁଛନ୍ତି। ଏଥିପ୍ରତି କାହାର ନଜର ନାହିଁ। କକଟପୁରରୁ ଆସିଥିବା ଜଣେ ରୋଗୀଙ୍କ ସମାର୍କୀୟ ମାନଗୋବିନ୍ଦ ମହାରଣାଙ୍କ କଥା କୁ ଡାକ୍ତର ଶୁଣିନଥିବା ଅଭିଯୋଗ ହୋଇଛି। ଦିର୍ଘ ସମୟ ଧରି ଶଯ୍ୟା ନମିଳିବାରୁ ବିରକ୍ତି ଭାବ ପ୍ରକାଶ କରିଛନ୍ତି । ଯାହା ଫଳରେ ମୋ ସରକାର କାର୍ଯ୍ୟକ୍ରମ କୁ ନେଇ ତାସଚଲ୍ୟ କରିଛନ୍ତି।

ହସ୍ପିଟାଲ କୁ ଦୈନିକ 3 ହଜାର ରୁ ଉର୍ଧ ରୋଗୀ ଆସୁଛନ୍ତି। ବିଶେଷ କରି ଗରିବ ଓ ଦିନ ମଜୁରିଆ। ସେମାନେ ସମ୍ପୂର୍ଣ୍ଣ ଭାବେ ଜାଣିନାହାନ୍ତି ହସ୍ପିଟାଲ ର ବିଭିନ୍ନ ବିଭାଗର ବିଷୟରେ। ଏହି ବିଷୟରେ ରୋଗୀଙ୍କୁ ଜଣାଇବା ପାଇଁ ଏକ ହେଲ୍ପ ଡେସ୍କ ଖୋଲାଯାଇଛି। ହେଲେ ଏଥିରୁ ବଂଚିତ ହେଉଛନ୍ତି ରୋଗୀ। ହେଲ୍ପ ଡେସ୍କ ରେ ଟେବୁଲ ଚେୟାର ପଡିଛି ଫ୍ୟାନ ବି ବୁଲୁଛି ହେଲେ ସହଯ୍ୟକାରୀଙ୍କ ଦେଖା ନାହିଁ।

ଏହାକୁ ନେଇ ଅଧିକ୍ଷକ କହିଛନ୍ତି ଯେ ପୂର୍ବରୁ ହସ୍ପିଟାଲ କୁ ସୀମିତ ରୋଗୀ ଆସୁଥିଲେ ବର୍ଥମାନ ଅଧିକ ମାତ୍ରାରେ ଆସୁଛନ୍ତି ରୋଗୀ। ଭିତ୍ତି ଭୂମି ସହ ମାନବ ସମ୍ବଳ ଆବଶ୍ୟକତା ରହିଛି । ଯାହା ପରିବର୍ତ୍ତନ ହୋଇନାହିଁ। ତଥାପି ଉତ୍ତମ ସେବା ଯୋଗାଇ ଦିଆଯାଉଛି ବୋଲି କହିଛନ୍ତି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.