ETV Bharat / city

ପୁଣି 4 ଅଧିକାରୀଙ୍କ ଉପରେ ‘ମୋ ସରକାର’ ଛାଟ

author img

By

Published : Mar 22, 2021, 2:03 PM IST

ଦୁର୍ନୀତି ଓ ଅପାରଗ ଅଧିକାରୀଙ୍କ ବିରୁଦ୍ଧରେ ରାଜ୍ୟ ସରକାରଙ୍କର ‘ମୋ ସରକାର’ ଛାଟ । ଆଜି(ସୋମବାର) 4 ଦୁର୍ନୀତିଖୋର ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଅଧିକ ପଢନ୍ତୁ...

ମୋ ସରକାର
ମୋ ସରକାର

ଭୁବନେଶ୍ବର: ଦୁର୍ନୀତି ଓ ଅପାରଗ ଅଧିକାରୀଙ୍କ ବିରୁଦ୍ଧରେ ରାଜ୍ୟ ସରକାରଙ୍କର ‘ମୋ ସରକାର’ ଛାଟ । ଆଜି(ସୋମବାର) 4 ଦୁର୍ନୀତିଖୋର ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଦୁଇ ଜଣଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଥିବା ବେଳେ ଆଉ ଦୁଇ ଜଣଙ୍କର ପେନସନ୍ ସଂକ୍ରାନ୍ତୀୟ ସୁବିଧାକୁ ସ୍ଥାୟୀ ଭାବରେ ବନ୍ଦ କରି ଦିଆଯାଇଛି ।

ବର୍ତ୍ତମାନ ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟା ଜିଲ୍ଲାରେ କାର୍ଯ୍ୟରତ ତଥା ବଲାଙ୍ଗୀରର ଟିଟିଲାଗଡ ବ୍ଲକର ପୂର୍ବତନ ଏସଇଓ ବଳରାମ ସୁନା ଏବଂ ମହିଳା ଓ ଶିଶୁବିକାଶ ବିଭାଗର ଅନୁଗୁଳ ଜିଲ୍ଲା ଆଠମଲ୍ଲିକରେ କାର୍ଯ୍ୟରତ Statistical Assistant ବସନ୍ତ କୁମାର ସାହୁଙ୍କୁ ଦୁର୍ନୀତି ଅଭିଯୋଗରେ ଚାକିରୀରୁ ବରଖାସ୍ତ କରାଯାଇଛି । ସେହିପରି ଭୁବନେଶ୍ବର BEDର ex-DGM Electrical ଦାମୋଦର ଦାସ ଏବଂ ଅବସରପ୍ରାପ୍ତ ପୋଲିସ ଏଏସ୍‌ଆଇଏମ୍‌ ଜଗନ୍ନାଥ ରାଓଙ୍କର ପେନ୍‌ସନ୍ ସୁବିଧାକୁ ସ୍ଥାୟୀ ଭାବରେ ବନ୍ଦ କରି ଦିଆଯାଇଛି ।

ଦୁର୍ନୀତି ଅଭିଯୋଗରେ ଏହି ଦୁଇ ଅଧିକାରୀ ଅଦାଲତ ଦ୍ବାରା ଅଭିଯୁକ୍ତ ହୋଇଥିଲେ । ଏହି 4 ଜଣ ଅଧିକାରୀଙ୍କୁ ମିଶାଇ ଗତ ଏକ ବର୍ଷ ମଧ୍ୟରେ ଏପର୍ଯ୍ୟନ୍ତ ୧୧୭ ଜଣ ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇସାରିଛି । ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଶୂନ୍ୟ ସହିଷ୍ଣୁତା ଉପରେ ଜୋର ଦେଇଆସିଛନ୍ତି । ସାଧାରଣ ଜୀବନରେ ସାଧୁତା ଓ ନୈତିକତା ବଜାୟ ରଖିବା ସହ ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.