ETV Bharat / city

‘ମୋ ବସ’ କୁ ପୁରିଲା ବର୍ଷେ, ଏଣିକି ଗଡିବ 50 ଇଲେକଟ୍ରିକ ବସ - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

‘ମୋ ବସ’ ସେବାକୁ ପୁରିଲା ବର୍ଷେ। ଏୟାରପୋର୍ଟରୁ ‘ମୋ ବସ’ରେ ବସି ଜୟଦେବ ଭବନ ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି ମୁଖ୍ୟମନ୍ତ୍ରୀ। ଅଧିକ ପଢ଼ନ୍ତୁ...

ମୋ ବସ ସେବାକୁ ବର୍ଷେ ପୂର୍ତ୍ତି
author img

By

Published : Nov 6, 2019, 10:19 PM IST

ଭୁବନେଶ୍ବର: ରାଜଧାନୀରୁ କଟକ ପୁରୀକୁ ଗଡୁଥିବା ‘ମୋ ବସ’ କୁ ବର୍ଷେ ପୁରିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏୟାରପୋର୍ଟରୁ ‘ମୋ ବସ’ ରେ ବସି ଜୟଦେବ ଭବନ ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି। ଏହାସହ ମୋ ବସ ମାସ୍କଟକୁ ଲଟେରୀ ମାଧ୍ୟମରେ ନାମ କରଣ କରିଛନ୍ତି। ମାସ୍କଟର ନା ହେଉଛି ମୋବି (MOBBY)।

‘ମୋ ବସ’ ର ପ୍ରଥମ ଯାତ୍ରୀ ଭାବେ ଯାତ୍ରା କରିଥିବା ମୁଖ୍ୟମନ୍ତ୍ରୀ ବୁଧବାର ମଧ୍ୟ ଏୟାରପୋର୍ଟ ଛକରୁ ମୋ ବସରେ ଆସିଥିଲେ। ଜୟଦେଵ ଭବନରେ ମୋ ବସର ପ୍ରଥମ ଆନିଭରସାରୀରେ ଯୋଗ ଦେଇଛନ୍ତି। ‘ମୋ ବସ’ ର ସଫଳତାକୁ ନେଇ ଏକ ଡକ୍ୟୁମେଣ୍ଟାରୀ ପ୍ରଦର୍ଶିତ ହୋଇଛି। ଯାହାର କଥା ବସ୍ତୁ ହେଉଛି ‘ଦ ୱେ ବି ମୁଭ୍‌ଡ’( THE WAY WE MOVED) । ଏହି ଅବସରରେ ମୋ ବସର ମାସ୍କଟକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି। କାର୍ଯ୍ୟ ଦକ୍ଷତାରେ ସଫଳତା ପାଇଁ ‘ମୋ ବସ’ କର୍ମଚାରୀଙ୍କୁ ଉଚ୍ଚ ପ୍ରଶଂସା କରିବା ସହ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ।

ପ୍ରଥମ କରି ଭୁବନେଶ୍ବରରେ ‘ମୋ ବସ’ ଚାଲୁଥିବା ବେଳେ ପରବର୍ତ୍ତୀ ସମୟରେ କଟକ ପୁରୀକୁ ଗଡିଥିଲା। ବର୍ତ୍ତମାନ ପ୍ରତିଦିନ 21ଟି ରୁଟରେ ୨୦୦ଟି ବସ ଗଡୁଛି। ଏଥିସହ ଏକ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଯିବା ଆସିବା ଲାଗି ଏହାର ବ୍ୟବହାର କରୁଛନ୍ତି। ପ୍ରଥମରୁ ଏହି ବସରୁ ପ୍ରତିଦିନ ରାଜସ୍ବ 5 ଲକ୍ଷ ଟଙ୍କା ହେଉଥିବା ବେଳେ ଏବେ ତାହା 12 ଲକ୍ଷରେ ପହଁଞ୍ଚିଛି। ଯାତ୍ରୀଙ୍କ ପାଇଁ ସମସ୍ତ ବସରେ ଲାଗିଛି ୱାଇ ଫାଇ, ଇଣ୍ଟରନେଟ ଓ ସୁରକ୍ଷା ପାଇଁ ଲାଗିଛି ସିସିଟିଭି।

ମୋ ବସ କୁ ପୁରିଲା ବର୍ଷେ

ତେବେ ଆସନ୍ତା 6 ମାସ ମଧ୍ୟରେ ଗଡ଼ିବ ଆଉ 150ଟି ବସ। 50ଟି ଇଲେକଟ୍ରିକ ବସ, 50ଟି ମୋ ବସ ଏବଂ 50ଟି ସିଟି ବସ। ନଷ୍ଟ ହେଉଥିବା ସିଟି ବସକୁ ବଦଳାଇ ‘ମୋ ବସ’ ପରି 50ଟି ବସ ଆସିବା ନେଇ ସୂଚନା ରହିଛି। ଏହା ସହ ମୋ ବସରେ ଶୁଭିବ ଏଫଏମ ରେଡିଓ । ଏନେଇ ପକ୍ରିୟା ଆରମ୍ଭ ହୋଇ ସାରିଛି । 2020 ସୁଦ୍ଧା ଏ ସମସ୍ତ ସୁବିଧା ଯାତ୍ରୀଙ୍କୁ ପାଇଁ ଯୋଗାଇ ଦେବା ସହ ସହରକୁ ପ୍ରଦୂଷଣ ମୁକ୍ତ କରିବାକୁ ଯୋଜନା କରିଛି କ୍ରୁଟ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ମୋ ବସ କୁ ପୁରିଲା ବର୍ଷେ, MOBBY ମାସ୍କଟର ନାମ କାରଣ କଲେ ମୁଖ୍ୟମନ୍ତ୍ରୀ।

ଭୁବନେଶ୍ୱର କଟକ ପୁରୀ କୁ ଗଡୁଥିବା ମୋ ବସ କୁ ବର୍ଷେ ପୁରିଛି। ଏକ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏୟାରପୋର୍ଟ ରୁ ମୋ ବସ ରେ ବସି ଜୟଦେବ ଭବନ ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି। ମୋ ବସ ମାସ୍କଟକୁ ଲାଟେରୀ ମାଧ୍ୟମରେ ନାମ କରଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ମାସ୍କଟର ନା ହେଉଛି MOBBY।

Body:

ମୋ ବସ ର ପ୍ରଥମ ଯାତ୍ରୀ ଭାବେ ଯାତ୍ରା କରିଥିବା ମୁଖ୍ୟମନ୍ତ୍ରୀ ଆଜି ମଧ୍ୟ ଏୟାରପୋର୍ଟ ଛକ ଠାରୁ ମୋ ବସ ରେ ଆସିଥିଲେ। ଜୟଦେଵ ଭବନରେ ମୋ ବସ ର ପ୍ରଥମ ଆନିଭରସାରି ରେ ଯୋଗ ଦେଇଛନ୍ତି।ମୋ ବସର ସଫଳତା କୁ ନେଇ ଏକ ଡକ୍ୟୁମେଣ୍ଟାରୀ ପଦର୍ଶିତ ହେଇଥିବା ବେଳେ ଯାହାର କଥା ବସ୍ତୁ ହେଉଛି THE WAY WE MOVED । ଏହି ଅବସରରେ ମୋ ବସ ର ମାସ୍କଟକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି।

ତେବେ କାର୍ଯ୍ୟ କ୍ଷତାରେ ସଫଳତା ପାଇଁ ମି ବସ ର କର୍ମଚାରୀଙ୍କୁ ଉଚ୍ଚ ପ୍ରଶଂସା କରିବା ସହ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରଥମ କରି ଭୁବନେଶ୍ୱର ରେ ମୋ ବସ ଚାଲୁଥିବା ବେଳେ ପରବର୍ତ୍ତୀ ସମୟରେ କଟକ ପୁରୀ କୁ ମୋ ବସ ଗାଡିଥିଲା। ଯାହା ଏବେ ପ୍ରତିଦିନ ୨୧ ଟି ରୁଟ ରେ ୨୦୦ ଟି ମୋ ବସ ଗଡୁଛି। ଆରମ୍ଭରୁ ଏଯାଏଇଁ ପ୍ରତିଦିନ ହରାହାରି ୮୫ ହଜାର ଯାତ୍ରୀ ସେବା ପଉଛନ୍ତି। ଏଥି ସହ ବର୍ତ୍ତମାନ ପ୍ରତ୍ୟକ ଦିନ ଲକ୍ଷେ ରୁ ଉର୍ଧ ଲୋକ ଯିବା ଆସିବା ଲାଗି ବ୍ୟବହାର କରୁଛନ୍ତି। ମୋ ବସ ରେ ପ୍ରତିଦିନ ରାଜସ୍ୱ ୫ ଲକ୍ଷ ଟଙ୍କା ହେଉଥିବା ବେଳେ ଏବେ ୧୨ ଲକ୍ଷ ରେ ପହଁଚିଛି। ଯାତ୍ରୀଙ୍କ ପାଇଁ ସମସ୍ତ ବାସ ରେ ଲାଗିଛି ୱାଇ ଫାଇ, ଇଣ୍ଟରନେଟ ଓ ସୁରକ୍ଷାରେ ପାଇଁ ଲାଗିଛି ସିସିଟିଭି।

ତେବେ ଆସନ୍ତା ୬ ମାସ ମଧ୍ୟରେ ଗଡ଼ିବ ଆଉ ୧୫୦ ଟି ବସ। ୫୦ ଟି ଇଲେକ୍ଟ୍ରିକ ବସ, 50 ଟି ମୋ ବସ ଏବଂ ୫୦ ଟି ସିଟି ବସ। ନଷ୍ଟ ହେଉଥିବା ସିଟି ବସ ଗୁଡିକୁ ବଦଲା ଯାଇ ମୋ ବସ ପରି ୫୦ ଟି ବସ ଆସିବ। ମୋ ବସ ରେ ଏଣିକି ସୁଭିବା ଏଫ ଏମ। ଏ ନେଇ ପକ୍ରିୟା ଆରମ୍ଭ ହୋଇସାରିଛି।୨୦୨୦ ସୁଧା ଏପରି ସମସ୍ତ କାର୍ଯ୍ୟ ଯାତ୍ରୀଙ୍କ ପାଇଁ ଯୋଗାଇ ଦେବା ସହ ସହରକୁ ପ୍ରଦୂଷଣ ମୁକ୍ତ କରିବା କୁ ଯୋଜନା କରିଛି କ୍ରୁଟ।

Byte-ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀ।
Byte- ପ୍ରତାପ ଜେନା , ମନ୍ତ୍ରୀ
Byte- ଅରୁଣ ବୋଥ୍ରା, କ୍ରୁଟ ଏମ ଡି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.