ଭୁବନେଶ୍ବର: ଚଳିତ ବର୍ଷ ରେଳ ବଜେଟରେ ଓଡିଶାକୁ ଆଶାଠୁ ଅଧିକ ମିଳିଛି। ଓଡିଶା ୭ ହଜାର ୬୦୦ କୋଟି ଟଙ୍କା ଦାବି ରଖିଥିଲା ବେଳେ ବଜେଟରେ ୯ ହଜାର ୭୩୪ କୋଟି ଟଙ୍କା ମିଳିଛି । ଅଶ୍ବିନୀ ବୈଷ୍ଣବ ରେଳ ମନ୍ତ୍ରୀ ହେବା ପରେ ଓଡିଶାକୁ ପ୍ରାଧାନ୍ୟ ଦିଆଯାଇଛି । ଚଳିତବର୍ଷ ୭୬ ପ୍ରତିଶତ ବଢିଛି ଅନୁଦାନ ।
ତେବେ ଏହାକୁ ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଅସନ୍ତୋଷବ୍ୟକ୍ତ କରିଛନ୍ତି । ତାରା କହିଛନ୍ତି ରେଳବାଇ ତା କାମ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ କରିବା ଆବଶ୍ୟକ । ବିଳମ୍ବିତ ପ୍ରକଳ୍ପ ପୂର୍ଣ୍ଣାଙ୍ଗ କରିବା ଦରକାର। ଦକ୍ଷିଣ ଓଡିଶାରେରେ ରେଲଡବା ତିଆରି ପାଇଁ ଏକ ପ୍ରକଳ୍ପ ଥିଲା । ତାକୁ ବାତିଲ କରି ଦକ୍ଷିଣ ଓଡିଶା ପ୍ରତି ଅବହେଳା କରିଛନ୍ତି । ନୂଆ ଟ୍ରେନ ମିଳି ନାହିଁ। ଟଙ୍କା ଖର୍ଚ୍ଚ ହୋଇପାରୁ ନାହିଁ। ନାଁ କୁ ମାତ୍ର ଅଙ୍କ ଦେଖାଉଛନ୍ତି କିନ୍ତୁ କାମକିଛି ହେଉନାହିଁ ।
ଓଡିଶା କ୍ୟାଡରର ବରିଷ୍ଠ IASଙ୍କୁ ବିଜେଡି ବିଜେପି ମିଳିତ ଭାବରେ ରାଜ୍ୟସଭାକୁ ପଠାଇଥିଲେ। ସୌଭାଗ୍ୟକୁ ସେ ରେଳମନ୍ତ୍ରୀ ପଦରେ ରହିଛନ୍ତି । ତେଣୁ ଓଡିଶାର ଅଧିକ ଆଶା ରହିବା ସ୍ବାଭାବିକ। ବଜେଟରେ ଓଡିଶା ପାଇଁ କିଛି ନୂତନତ୍ବ ନାହିଁ ବୋଲି କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ