ETV Bharat / city

ତାରାଙ୍କ ଚାକର ଉପାଖ୍ୟାନ: PCC ସଭାପତି ପଦ କେବେ ମାଗିନି, ମିଳିଲେ ଛାଡିବିନି

author img

By

Published : Mar 10, 2022, 5:43 PM IST

ପିସିସି ରେସ ନେଇ ବିଧାୟକ ତାରା ପ୍ରସାଦ ବାହିନୀ ପତିଙ୍କ ପ୍ରତିକ୍ରିୟା । ତାରା କହିଛନ୍ତି ମୁଁ ପିସିସି ରେସରେ ନାହିଁ । କିନ୍ତୁ ମିଳିଲେ ମନା କରିବି ନାହିଁ । ଅଧିକ ପଢନ୍ତୁ

ତାରାଙ୍କ ଚାକର ଉପାଖ୍ୟାନ;ପିସିସି ସଭାପତି ପଦ କେବେ ମାଗିନି, ମିଳିଲେ ଛାଡିବିନି

ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ନୈରାଶ୍ୟ ଜନକ ପ୍ରଦର୍ଶନ କରିଛି । ପୌର ନିର୍ବାଚନରେ ଦଳ ଭିତରେ ଦେଖିବାକୁ ମିଳୁନାହିଁ ଉତ୍ସାହ । ଏହାରି ଭିତରେ ଦଳରେ ପିସିସି ପରିବର୍ତ୍ତନ ନେଇ ଟଣାଓଟରା ଆରମ୍ଭ ହୋଇଯାଇଛି ।

ଦଳର ବରିଷ୍ଠ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଚାକର ଉପାଖ୍ୟାନ ଚର୍ଚ୍ଚାକୁ ଆସିଛି । ତାରା କହିଛନ୍ତି ମୁଁ ପିସିସି ରେସରେ ନାହିଁ । କିନ୍ତୁ ମିଳିଲେ ମନା କରିବି ନାହିଁ ବୋଲି ସେ କହିଛନ୍ତି ।

ମୁଁ କଂଗ୍ରେସର ଜଣେ ସଚ୍ଚା କର୍ମୀ । ଦଳର ମୁଁ ଚାକର ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ମୁଁ କର୍ମୀ ହୋଇ ଅଛି, ନେତା ହୋଇନାହିଁ । ରାହୁଲ ଗାନ୍ଧୀ ଯେଉଁ ଦିନ କର୍ମୀଙ୍କୁ ନେତା କରିବା ପାଇଁ ଚାହିଁବେ ।

ଏହାବି ପଢନ୍ତୁ : ଉତ୍ତରାଖଣ୍ଡରେ BJPକୁ ଶକ୍ତ ଝଟକା, ହାରିଲେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି

ତେବେ ଯାଇ ମୁଁ ନେତା ହୋଇପାରିବି । ପିସିସି ରେସରେ ମୁଁ ନାହିଁ । ତେଣୁ ମୁଁ କେବେ ଦିଲ୍ଲୀ ଯାଏନାହିଁ । ମୁଁ କେବେ ଲବି କରେନାହିଁ । ମୁଁ ମାଗେନି ଲାଇନରେ ରୁହେନି । କିନ୍ତୁ ମିଳିଲେ ଛାଡେନି । ସେ ଆହୁରି କହିଛନ୍ତି ଯେ, ମୋର ଇଚ୍ଛା ଅଛି ନା ନାହିଁ କଣ କହିପାରିବି ? ମଣିଷ ମାତ୍ରକେ ଆଶା, ଆକାଂକ୍ଷା ରହିଥାଏ । ମୁଁ ନହେଲେ କେହି ତ ନେତୃତ୍ବ ନେବ । ନିରଞ୍ଜନ ପଟ୍ଟନାୟକ ତ ସବୁ ଦିନ ନେତୃତ୍ବ ନେଇପାରିବେ ନାହିଁ । ଯଦି ମୋତେ ଦେବେ ମୁଁ ନେତୃତ୍ବ ନେବି । ଲୋକ ମୋତେ ଚାହୁଁଥିବାରୁ ନେତୃତ୍ବ ନେବାରେ ମୋର ସମସ୍ୟା ନାହିଁ ବୋଲି ତାରା କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.