ଭୁବନେଶ୍ବର: କେବିକେକୁ ନେଇ ଗଠନ ହେଉ ନୂଆ ରାଜ୍ୟ । ରାଜ୍ୟର ନାଁ ରହୁ ଦଣ୍ଡକାରଣ୍ୟ । କେବିକେ ପ୍ରତି ସରକାର ଯେଉଁଭଳି ଅବହେଳା ପ୍ରଦର୍ଶନ କରିଛନ୍ତି ସେ ନେଇ କଂଗ୍ରେସ ବିଧାୟକ ତାରା ବାହିନୀପତି ଉଦବେଗ ପ୍ରକାଶ କରିବା ସହ ଏଭଳି ମନ୍ତବ୍ୟ ଦେଇଛନ୍ତି ।
ବିଶେଷକରି ପଛୁଆ ଅଞ୍ଚଳ ବିକାଶ ପାଣ୍ଠି (ବିଆରଜିଏଫ), ସମନ୍ବିତ କାର୍ଯ୍ୟାନ୍ବୟନ ପାଣ୍ଠି (ଆଇଏପି) ଓ କେବିକେ ଯୋଜନାକୁ ବନ୍ଦ କରିବା ସହ ସ୍ବତନ୍ତ୍ର ଅନୁଦାନ ନଦେବା କାରଣରୁ ଏହି ଅଞ୍ଚଳ ଏବେ ଅବହେଳାର ଶିକାର ହୋଇଛି ।
ତେଣୁ ନୂଆ ରାଜ୍ୟ ଗଠନ କରିବା ଦ୍ବାରା ଏହି ଅଞ୍ଚଳର ବିକାଶ ହୋଇପାରିବ ବୋଲି ତାରା ପ୍ରତିକ୍ରିୟା ଦେଇଛନ୍ତି । ଯାହାକୁ ନେଇ ଆନ୍ଦୋଳନ କରାଯିବ । ସେହିପରି ବିକ୍ରମ ଦେବ କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦେବାରେ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ବୋଲି ତାରା ବାହିନୀପତି କହିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ