ETV Bharat / city

ଷ୍ଟେଜ ଉପରେ ବସିଲେ ଦିବ୍ୟଶଙ୍କର, ସୁର କହିଲେ ବଦନାମ ହେଲେ ନବୀନ - ମମିତା ମେହେର ହତ୍ୟାକାଣ୍ତ

କଳାହାଣ୍ଡିରେ ବିଜୁ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟନ ସମୟରେ ଷ୍ଟେଜ ଉପରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ସହ ବସିବାକୁ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି ବିରୋଧୀ । ଅଧିକ ପଢନ୍ତୁ...

ନବୀନ ବଦନାମ ହେଲେ ମୁଖ୍ୟମନ୍ତ୍ରୀ :ସୁର
ନବୀନ ବଦନାମ ହେଲେ ମୁଖ୍ୟମନ୍ତ୍ରୀ :ସୁର
author img

By

Published : Nov 8, 2021, 9:54 PM IST

ଭୁବନେଶ୍ବର: ରାଜ୍ୟରେ ମମିତା ନିଆଁ ଲିଭିବାର ନାଁ ଧରୁନି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି ସାରା ରାଜ୍ୟରେ ଜୋର ଧରିଛି। ହତ୍ୟା ଘଟଣାକୁ ମାସେ ବିତିଛି । ହେଲେ ଏ ପର୍ଯ୍ୟନ୍ତ ତଦନ୍ତର କୌଣସି ବାସ୍ତବ ଦିଗ ବିଷୟରେ ସାର୍ବଜନୀନ ହେଲା ନାହିଁ। ବିରୋଧୀ ମନ୍ତ୍ରୀଙ୍କ ବହିଷ୍କାର ଦାବି କରି ବିକ୍ଷୋଭ ଉପରେ ବିକ୍ଷୋଭ ଜାରି ରଖିଛନ୍ତି। ଦୀର୍ଘଦିନ ଧରି ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ନେଇ ଯେଉଁ କଳ୍ପନା ଜଳ୍ପନା ଲାଗିରହିଥିଲା । ତାହାର ଆଜି ଅନ୍ତ ଘଟିଛି । ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜୁ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିଛନ୍ତି।

ନବୀନ ବଦନାମ ହେଲେ ମୁଖ୍ୟମନ୍ତ୍ରୀ :ସୁର

ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଷ୍ଟେଜ ଉପରେ ବସାଇଲେ। ତେବେ ଏହାକୁ ସହଜରେ ଗ୍ରହଣ କରିପାରି ନାହାଁନ୍ତି ବିରୋଧୀ। କଂଗ୍ରେସ ଏହାକୁ ନିନ୍ଦା କରିଛି। ମୁଖ୍ୟମନ୍ତ୍ରୀ ଅପରାଧୀ ମାନଙ୍କୁ ଷ୍ଟେଜ ଉପରେ ବସାଇଲେ । ଯାହା ଆଦୈ ଠିକ ହେଲାନି। ଗୋଟିଏ ସରଳ ନିରୀହ ଝିଅକୁ ହତ୍ୟା କରାଗଲା । ଆଉ ତାକୁ ନ୍ୟାୟ ଦେବା ପରିବର୍ତ୍ତେ ମୁଖ୍ୟମନ୍ତ୍ରୀ ତାକୁ ଷ୍ଟେଜ ଉପରେ ବସାଉଛନ୍ତି। ଆଉ କଣ ମମିତାକୁ ନ୍ୟାୟ ମିଳିବ । ତା ପରିବାର ଉପରେ ସରକାରୀ ଚାପ ଯୋଗୁଁ ସେମାନେ ଡରି ଚୁପ ରହୁଛନ୍ତି ବୋଲି କହିଛନ୍ତି ବିଧାୟକ ସୁର ରାଉତ ରାୟ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.