ଭୁବନେଶ୍ବର: ଦରବୃଦ୍ଧି ପ୍ରତିବାଦରେ ରାଜରାସ୍ତାରେ ଶାସକ ବିଜେଡି । ଏହାକୁ ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ ଶାସକ ଦଳକୁ ତୀବ୍ର ସମାଲୋଚନା କରିଛନ୍ତି । ମନ୍ତ୍ରୀଙ୍କ କଳା କାରନାମା ପ୍ରସଙ୍ଗ ଏଡ଼ାଇବା ଏଭଳି କରାଯାଉଛି ବୋଲି ସୁର କହିଛନ୍ତି ।
ପେଟ୍ରୋଲ,ଡିଜେଲ ,ରନ୍ଧନ ଗ୍ୟାସ ,ଅତ୍ୟାବଶ୍ୟକ ସାମଗ୍ରୀ ଅହେତୁକ ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ସରକାର ଉପରେ ବର୍ଷିଛି ଶାସକ ବିଜେଡି । ରବିବାର ଏକ ବିରାଟ ପ୍ରତିବାଦ ସଭା ଆୟୋଜନ କରି କେନ୍ଦ୍ର ସରକାରକୁ ଟାର୍ଗେଟ କରିଛି ବିଜେଡି। ଏ ଆନ୍ଦୋଳନକୁ ଗାଁ ଗାଁକୁ ନେବ ବିଜେଡି ବୋଲି ପ୍ରତିବାଦ ମାଧ୍ୟମରେ ପ୍ରକାଶ କରିଛି।
ତେବେ ଏହାକୁ ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ଯେ ଦରବୃଦ୍ଧି କେବେ ଠାରୁ ହେଲାଣି,ସାଧାରଣ ଲୋକଙ୍କ ଉପରେ ବୋଝ ମାଡି ବସୁଛି। ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଲୋକେ। ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି,ଏବଂ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଉପରେ ଆନ୍ଦୋଳନକୁ ଏଡ଼ାଇବା ପାଇଁ ବିଜେଡି ଭେଳିକି କରୁଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ