ETV Bharat / city

ବଜେଟ ଅଧିବେଶନ ପୂର୍ବରୁ ସରକାରଙ୍କୁ ସମାଲୋଚନା କଲେ ସୁର

author img

By

Published : Mar 9, 2022, 6:56 PM IST

ରାଜ୍ୟ ସରକାରଙ୍କ ବଜେଟକୁ ନେଇ ସରକାରଙ୍କୁ କଡା ସମାଲୋଚନା କରିଛି କଂଗ୍ରେସ ବିଧାୟକ ସୁର ରାଉତରାୟ । ସୁର ରାଉତ କହିଛନ୍ତି ସରକାରଙ୍କ ପାଖରେ ଅର୍ଥ ନାହିଁ । ନିର୍ବାଚନ ପୂର୍ବରୁ ଯେଉଁ ସବୁ ଯୋଜନା ଘୋଷଣା କରିଛନ୍ତି ସେଥିପାଇଁ ଅର୍ଥ ଆବଶ୍ୟକ । ଅଧିକ ପଢନ୍ତୁ

ବଜେଟ ଅଧିବେଶନ ପୂର୍ବରୁ ସରକାରଙ୍କୁ ସମାଲୋଚନା କଲେ ସୁର
ବଜେଟ ଅଧିବେଶନ ପୂର୍ବରୁ ସରକାରଙ୍କୁ ସମାଲୋଚନା କଲେ ସୁର

ଭୁବନେଶ୍ବର: ମାର୍ଚ୍ଚ ୨୫ ରୁ ୩୧ ପର୍ଯ୍ୟନ୍ତ ବସିବ ବିଧାନସଭାର ବଜେଟ ଅଧିବେଶନ । ମାର୍ଚ୍ଚ ୨୫ ରେ ରାଜ୍ୟପାଳ ଅଭିଭାଷଣ ରଖିବେ। ୨୬ ଏବଂ ୨୭ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଲୋଚନା ହେବ । ମାର୍ଚ୍ଚ ୩୦ ତାରିଖରେ ୨୦୨୨- ୨୩ ପାଇଁ କମଚଳା ବଜେଟ (3 ମାସର ବ୍ୟୟ ମଞ୍ଜୁରୀ ବିଲ୍) ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।

ତେବେ ରାଜ୍ୟ ସରକାରଙ୍କ ବଜେଟକୁ ନେଇ ସରକାରଙ୍କୁ କଡା ସମାଲୋଚନା କରିଛି କଂଗ୍ରେସ ବିଧାୟକ ସୁର ରାଉତରାୟ । ସୁର ରାଉତ କହିଛନ୍ତି ସରକାରଙ୍କ ପାଖରେ ଅର୍ଥ ନାହିଁ । ନିର୍ବାଚନ ପୂର୍ବରୁ ଯେଉଁ ସବୁ ଯୋଜନା ଘୋଷଣା କରିଛନ୍ତି ସେଥିପାଇଁ ଅର୍ଥ ଆବଶ୍ୟକ । ବଜେଟରେ ବରାଦ ହେଲେ ହିଁ ଯୋଜନା ଜାରି ହେବ । ଲୋକଙ୍କ ଟଙ୍କାରେ ଲୋକଙ୍କୁ ଠକୁଛନ୍ତି ସରକାର ବୋଲି ସୁର ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ ଯେ ମାର୍ଚ୍ଚ ୩୧ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ ପରିତ ହେବ । ଗୃହ ସୁରୁଖୁରୁରେ ପରିଚାଳନା ନେଇ ଆସନ୍ତା ୧୫ ତାରିଖରେ ବସିବ ସର୍ବଦଳୀୟ ବୈଠକ। ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ ଆକାର ପ୍ରାୟ ୨ ଲକ୍ଷ କୋଟି ପାର ହେବ । ଏଥର ବଜେଟର ଆକାର ବଢିବା ସହିତ ସ୍ବାସ୍ଥ୍ୟ, ସାମାଜିକ କ୍ଷେତ୍ର ଓ ଭିତ୍ତିଭୂମିକୁ ଅଧିକ ଗୁରୁତ୍ବ ଦିଆଯିବ । ୨୦୨୧-୨୨ ଆର୍ଥିକ ବର୍ଷରେ ସରକାର ପ୍ରଥମେ ୧ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ ପାରିତ କରିଥିଲେ ରାଜ୍ୟ ସରକାର । ଡିସେମ୍ବର ମାସରେ ୧୯ ହଜାର ୮୩୩ କୋଟି ୧୩ ଲକ୍ଷ ୩୧ହଜାର ଟଙ୍କାର ଅତିରିକ୍ତ ବଜେଟ ପାରିତ କରିଥିଲେ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.