ETV Bharat / city

ଶିଖ ବ୍ୟବସାୟୀଙ୍କୁ ଆକ୍ରମଣ ଘଟଣା; ବର୍ଷିଲେ ସାଲୁଜା

author img

By

Published : Jan 16, 2020, 10:38 PM IST

ରାଜଧାନୀରେ ଶିଖ ବ୍ୟବସାୟୀଙ୍କ ଉପରେ ସଂଘବଦ୍ଧ ଆକ୍ରମଣକୁ ଦୃଢ ନିନ୍ଦା କରିବା ସହ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି ସନ୍ତୋଷ ସିଂ ସାଲୁଜା ।

Mla santosh sing saluja
Mla santosh sing saluja

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଶିଖ ବ୍ୟବସାୟୀଙ୍କ ଉପରେ ସଂଘବଦ୍ଧ ଆକ୍ରମଣକୁ ଦୃଢ ନିନ୍ଦା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସନ୍ତୋଷ ସିଂହ ସାଲୁଜା। ଏହି ଘଟଣା ନେଇ ଗୃହ ବିଭାଗର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି ବିଧାୟକ ସନ୍ତୋଷ ସିଂହ ସାଲୁଜା।

ଶିଖ ବ୍ୟବସାୟୀଙ୍କୁ ଆକ୍ରମଣ ପ୍ରସଙ୍ଗ; ବର୍ଷିଲେ ସାଲୁଜା

ମୁଖ୍ୟମନ୍ତ୍ରୀଙ୍କ ଗାଡିକୁ ଅଣ୍ଡା ମାଡ ହେଲେ ସଙ୍ଗୀନ ଦଫା ଲାଗୁଛି ହେଲେ ଜଣେ ବାହାର ରାଜ୍ୟର ବ୍ୟବସାୟୀ ପରବିନ୍ଦର ସିଂହଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ଯେଉଁଭଳି ଭାବରେ ପୋଲିସ କୋହଳ ଦଫା ଲଗାଇଲା ଆଉ ଜାମିନରେ ଯିବା ପାଇଁ ସହାୟତା କଲା ସେନେଇ ସେ ପ୍ରଶ୍ନ ଉଠାଉଇଛନ୍ତି । ରାଜ୍ୟରେ 5-ଟି, ମୋ ସରକାର କାର୍ଯ୍ୟକାରୀ ହେଉଥିବାବେଳେ ପୋଲିସ ଉପସ୍ଥିତରେ ଜଣେ ନିରୀହ ଶିଖ ବ୍ୟବସାୟୀଙ୍କୁ ଅମାନବୀୟ ଭାବରେ ଆକ୍ରମଣ ହେଲା ଅଥଚ ମୁଖ୍ୟମନ୍ତ୍ରୀ ଚୁପ । ତୁରନ୍ତ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି । ଜାତୀୟ ସ୍ତରରେ ଓଡିଶାର ଛବିକୁ ଖରାପ ନକରନ୍ତୁ ବୋଲି ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ବର୍ଷିଲେ ସାଲୁଜା।ଭୁବନେଶ୍ୱର ରେ ଶିଖ ସମ୍ପ୍ରଦାୟର ବ୍ୟକ୍ତିଙ୍କ ଉପରେ ସଂଗବଦ୍ଧ ଆକ୍ରମଣ ପ୍ରସଙ୍ଗ।

Body:ରାଜଧାନୀ ଭୁବନେଶ୍ବର ରେ ଶିଖ ସମ୍ପ୍ରଦାୟର ବ୍ୟକ୍ତିଙ୍କ ଉପରେ ସଂଗବଦ୍ଧ ଆକ୍ରମଣକୁ ଦୃଢ ନିନ୍ଦା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସନ୍ତୋଷ ସିଂହ ସାଲୁଜା।ଏ ଘଟଣା ନେଇ ଗୃହ ବିଭାଗର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଲେ ବିଧାୟକ ସନ୍ତୋଷ ସାଲୁଜା।ମୁଖ୍ୟମନ୍ତ୍ରୀଙ୍କ ଗାଡିକୁ ଅଣ୍ଡା ମାଡ ହେଲେ ସଙ୍ଗୀନ ଦଫା ଲାଗୁଛି ହେଲେ ଭୁବନେଶ୍ୱର କଟକ ରୋଡ଼ ଶିଖ ବ୍ୟବସାୟୀ ପରବିନ୍ଦର ସିଂହ ଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ଯେଉଁଭଳି ଭାବରେ ପୋଲିସ କୋହଳ ଦଫା ଲଗେଇବା ଆଉ ସେ ବେଲର ଆଶ୍ରୟ ନେଇ ୪ ଘଣ୍ଟା ପରେ ବାହାରିବା ,ସ୍ପଷ୍ଟ ପ୍ରମାଣିତ କରୁଛି କି ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ନିଷ୍କ୍ରିୟ।ରାଜ୍ୟରେ 5t ଓ ମୋ ସରକାର କାର୍ଯ୍ୟକାରୀ ହେଉଥିବାବେଳେ ପୋଲିସ ଉପସ୍ଥିତରେ ଜଣେ ନିରୀହ ଶିଖ ବ୍ୟବସାୟୀଙ୍କୁ ଅମାନବୀୟ ଭାବରେ ଆକ୍ରମଣ ହେଲା ସେ ନେଇ ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରନ୍ତୁ।ଆହୁରି ସଙ୍ଗୀନ କଥା ହେଲା ଯେ ଗତକାଲି ଶାସକ ଦଳର ସ୍ଥାନୀୟ ବିଧାୟକ ଏବଂ ପୋଲିସ ଅଧିକାରୀ ଯେଉଁଭଳି ଭାବରେ ଅଧରାତିରେ ପରବିନ୍ଦର ସିଂହଙ୍କ ଘରେ ପଶି ତାଙ୍କୁ ଭୟଭୀତ କରିଛନ୍ତି ସେଥିପାଇଁ ସେ ଓଡିଶା ଛାଡିବାକୁ ବସିଲାଣି।ମୁଖ୍ୟମନ୍ତ୍ରୀ ତୁରନ୍ତ ଏ ସମ୍ପର୍କରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ।ଜାତୀୟ ସ୍ତରରେ ଓଡ଼ିଶାର ଛବିକୁ ଖରାପ ନହେଉ ସେ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଏ ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.