ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣା । ଏ ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ନେଇ ବିବାଦ ଥମିବାର ନାଁ ନେଉନି । ବହିଷ୍କାରକୁ ନେଇ ଅଟଳ ବିରୋଧୀ। ସାରା ରାଜ୍ୟରେ ଜଳୁଛି ମନ୍ତ୍ରୀଙ୍କ ବହିଷ୍କାର ଦାବିର ନିଆଁ ।
ମନ୍ତ୍ରୀ ଏବେ ବିଭିନ୍ନ କାର୍ଯ୍ୟକ୍ରମରେ ନଜରକୁ ଆସୁଛନ୍ତି । ମମିତା ମେହେର ହତ୍ୟା ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଣ୍ଟାବାଞ୍ଝି ବିଧାୟକ ସନ୍ତୋଷ ସିଂହ ସାଲୁଜା । ମନ୍ତ୍ରୀଙ୍କ ନିକଟ ସମ୍ପର୍କୀୟ ତାଙ୍କ ସହକର୍ମୀଙ୍କ କଲ ରେକର୍ଡ ଯାଞ୍ଚ କରାଯାଉ। ସରକାର ଜାଣି ଶୁଣି ଅନେକ ତଥ୍ୟ ଲୁଚାଉଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ସାଲୁଜା ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ