ETV Bharat / city

କୋରୋନା ମୁକାବିଲା ପାଇଁ ପ୍ରସ୍ତୁତି ସମୀକ୍ଷା କଲେ ବିଧାୟିକା - ବିଧାୟିକାଙ୍କ କୋରୋନା ସମୀକ୍ଷା

ବେଗୁନିଆପଡା ବ୍ଲକରେ କୋରୋନା ଦ୍ୱିତୀୟ ଲହରୀ ମୁକାବିଲା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପର ସମୀକ୍ଷା କଲେ ବିଧାୟିକା ଲତିକା ପ୍ରଧାନ । ଅଧିକ ପଢନ୍ତୁ...

କୋରୋନା ମୁକାବିଲା ପାଇଁ ପ୍ରସ୍ତୁତି ସମୀକ୍ଷା କଲେ ବିଧାୟିକା

author img

By

Published : May 19, 2021, 11:09 AM IST

ଭୁବନେଶ୍ବର: କୋରୋନାର ଦ୍ୱିତୀୟ ଲହରୀର ମୁକାବିଲା କରିବା ପାଇଁ ଅଣ୍ଟା ଭିଡିଛି ବେଗୁନିଆପଡା ବ୍ଲକ ପ୍ରଶାସନ । ସ୍ଥିତିର ମୁକାବିଲା କରିବା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଏହି ପରିପ୍ରେକ୍ଷୀରେ କବିସୂର୍ଯ୍ୟ ନଗର ବିଧାୟିକା ଲତିକା ପ୍ରଧାନ ବେଗୁନିଆପଡା ବ୍ଲକ ଗସ୍ତ କରି ଏକ ବୈଠକରେ କୋରୋନା ମୁକାବିଲା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପର ସମୀକ୍ଷା କରିଛନ୍ତି ।

ବର୍ତ୍ତମାନ ସମୟରେ ଅନ୍ୟ ରାଜ୍ୟରୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କୁ ଗୃହ ସଙ୍ଗରୋଧରେ ରଖିବା ପାଇଁ ପ୍ରସ୍ତୁତି କରିବାକୁ ବିଧାୟିକା ନିର୍ଦ୍ଦେଶ ଦେଇଛନ୍ତି । ବ୍ଲକରେ ଚାଲିଥିବା ଟୀକାକରଣର ଅଗ୍ରଗତି ନେଇ ମଧ୍ୟ ସେ ସମୀକ୍ଷା କରିଛନ୍ତି । ପ୍ରଥମ ଡୋଜ ଟୀକାକରଣକୁ ବ୍ଲକରେ ସମ୍ପୂର୍ଣ୍ଣ ଫଳପ୍ରଦ କରିବା ସହ ମେଡ଼ିସିନ ଷ୍ଟୋର ଓ ଗ୍ରାମାଞ୍ଚଳରେ ଥିବା ବେଆଇନ କ୍ଲିନିକ ଉପରେ ଚଢ଼ାଉ କରି ପଦକ୍ଷେପ ନେବା ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଧାୟିକା ଲତିକା ।

ସମସ୍ତ ସରପଞ୍ଚ ଓ ସମସ୍ତ ବିଭାଗର ଅଧିକାରୀଙ୍କୁ ନେଇ ଏକ ୱାଟସପ୍ ଗ୍ରୁପ କରି ସମସ୍ତ ସୁବିଧା ଓ ଅସୁବିଧା ବିଷୟରେ ଅବଗତ କରିବା ପାଇଁ ତହସିଲଦାରଙ୍କୁ ବିଧାୟିକା ପରାମର୍ଶ ଦେଇଛନ୍ତି । ବେଗୁନିଆପଡା ବଜାରରେ ଜନଗହଳି ରୋକିବା ପାଇଁ ପଦକ୍ଷେପ ନେବା ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ବିଡିଓ ବେଦବର ପ୍ରଧାନ, ତହସିଲଦାର ଅବନୀକାନ୍ତ ସାହୁ, କୋଦଳା ଆଇଆଇସି ଦେବାଶିଷ ମହାନ୍ତି, କୋଦଳା ସ୍ୱାସ୍ଥ୍ୟ ଅଧିକାରୀ ସୁଜିତ କୁମାର ବେହେରା, ବିଇଓ କମଳକାନ୍ତ ସାହୁ, ସିଡ଼ିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଦସ୍ୟ ମନୋଜ କୁମାର ପଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତ୍ରିନାଥ ଭୂୟାଁ, ବିଜୁ ଶ୍ରମିକ ସାମୁଖ୍ୟର ଉପସଭାପତି ବିଜୟ କୁମାର ନାୟକ ଏବଂ ବିଭିନ୍ନ ପଞ୍ଚାୟତର ସରପଞ୍ଚଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.