ଭୁବନେଶ୍ବର: ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ରାଜ୍ୟରେ ବୃଦ୍ଧି ପାଉଥିବା ବେକାରୀ ସମସ୍ୟାକୁ ନେଇ ପ୍ରଶ୍ନ ପଚାରିଥିଲେ । ସେ କହିଥିଲେ, ତା, ୦୧,୦୧,୨୦୧୦ ଠାରୁ ୩୧.୧୨.୨୦୨୦ ସୁଦ୍ଧା ରାଜ୍ୟର District Employment Exchange ମାନଙ୍କର Live Register ରେ ମାନ୍ୟବର ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ରାଜ୍ୟର ବେରୋଜଗାର ଯୁବକ ଯୁବତୀଙ୍କ ସଂଖ୍ୟା ୮,୮୩,୬୩୯ ହେଉଛି ଏକ ଭ୍ରମାତ୍ମକ ତଥ୍ୟ କାରଣ ପ୍ରକୃତରେ ମନ୍ତ୍ରୀଙ୍କ ଦ୍ଵାରା ପ୍ରଦତ୍ତ ତଥ୍ୟ ଅନୁସାରେ ଏହି ଦଶ ବର୍ଷରେ ପ୍ରାୟ ୨୨,୫୨,୨୦୦ ଜଣ ଯୁବକ ଯୁବତୀ ରୋଜଗାର କ୍ଷମ ହୋଇପାରି ନାହାନ୍ତି । ଯଦି ୦୧,୦୧,୨୦୦୦ ମସିହାରୁ ୩୧.୧୨ ୨୦୦୯ ମସିହାର ବେରୋଜଗାରୀ ତଥ୍ୟକୁ ମିଶାଇଲେ ରାଜ୍ୟର Unemployment ତଥ୍ୟ ଭୟଙ୍କର ଅବସ୍ଥାରେ ଅଛି । ତେଣୁ ଏହି ପରିସ୍ଥିତିରେ ରାଜ୍ୟର ଯୁବକ ଯୁବତୀଙ୍କୁ ରୋଜଗାରକ୍ଷମ କରିବା ପାଇଁ ସରକାରୀ ଓ ବେସରକାରୀ ସଂସ୍ଥାରେ Entry Level ରେ ଆବେଦନ କରିବା ପାଇଁ ସର୍ବୋଚ୍ଚ ବୟସସୀମା ୩୨ ବର୍ଷରୁ ୪୨ ବର୍ଷକୁ ବଢାଇବାକୁ ସରକାର ପଦକ୍ଷେପ ନେବେ କି ବୋଲି ମୁକେଶ ମହାଲିଙ୍ଗ ପ୍ରଶ୍ନ କରିଥିଲେ ?
ଏହାର ଉତ୍ତରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଥିଲେ ଯେ, ରାଜ୍ୟରେ May, 2021 ସୁଦ୍ଧା 8,62,067 ଜଣ ଯୁବକ ଯୁବତୀ ବିଭିନ୍ନ ନିୟୋଜନ କାର୍ଯ୍ୟାଳୟରେ ନାମ ପଞ୍ଜିକରଣ କରି ଜୀବନ୍ତ ପଞ୍ଜିକାରେ (Live Register) ରହିଛନ୍ତି । Live Registerରେ ଥିବା ପ୍ରାର୍ଥୀ ମାନଙ୍କ ମଧ୍ୟରୁ କେହି ନିଯୁକ୍ତି ପାଇଗଲେ ତାଙ୍କର ନାମ Live Registerରୁ ବାଦ ଦିଆଯାଇଥାଏ ଓ ସମ୍ପୃକ୍ତ ପ୍ରାର୍ଥୀ ମଧ୍ୟ ତାଙ୍କର ନାମକୁ ପୁନଃ ନବୀକରଣ କରାଇ ନଥାନ୍ତି । ସେହିପରି ବିଭିନ୍ନ ବେସରକାରୀ ଉଦ୍ୟୋଗରେ ନିଯୁକ୍ତି ପାଇଥିବା ବା ଆତ୍ମନିଯୁକ୍ତି କ୍ଷମ ହୋଇଥିବା ଯୁବକ ଯୁବତୀମାନେ ମଧ୍ୟ ପ୍ରାୟତଃ ସେମାନଙ୍କ ନାମ ନବୀକରଣ କରାଇନଥାନ୍ତି । ଫଳତଃ ଯଦିଓ ବିଗତ ଦଶ ବର୍ଷରେ ନିୟୋଜନ କାର୍ଯ୍ୟାଳୟରେ ନାମ ପଞ୍ଜିକରଣ କରିଥିବା ପ୍ରାର୍ଥୀମାନେ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ଓ ଆତ୍ମନିଯୁକ୍ତି କାରଣରୁ ବହୁ ସଂଖ୍ୟକ ଯୁବକ ଯୁବତୀ ସେମାନଙ୍କର registrationର ନବୀକରଣ କରାଇନାହାନ୍ତି । ଫଳତଃ May, 2021 ସୁଦ୍ଧା ରାଜ୍ୟରେ ସମୁଦାୟ 8,62,067 ଜଣ ପ୍ରାର୍ଥୀ Employment Exchange Live Registerରେ ପଞ୍ଜିକୃତ ହୋଇ ରହିଛନ୍ତି ।
ସରକାରୀ କ୍ଷେତ୍ରରେ ଚାକିରୀ କରିବାର ବୟସ ସୀମା 18ରୁ 32 ବର୍ଷ ଥିବାବେଳେ ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ 18-45 ବର୍ଷ ବର୍ଗର ଯୁବକ ଯୁବତୀ ମାନଙ୍କୁ ତାଲିମ ପ୍ରଦାନ କରାଯାଇ ସେମାନଙ୍କୁ ନିଯୁକ୍ତି ଓ ଆତ୍ମନିଯୁକ୍ତିକ୍ଷମ କରାଯାଉଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ ଓ ରୁଦ୍ର ନାରାୟଣ ଦାସ, ଇଟିଭି ଭାରତ