ETV Bharat / city

ବିଧାୟକଙ୍କୁ ମହଙ୍ଗା ପଡିବ ଯନ୍ତ୍ରୀଙ୍କ ଉଠବସ୍, ବିଭିନ୍ନ ମହଲରେ ଗିରଫ ଦାବି - bhubaneswar

ପାଟଣାଗଡରେ କନିଷ୍ଠ ଯନ୍ତ୍ରୀଙ୍କୁ ବିଧାୟକଙ୍କ ବସ୍‌ଉଠ୍‌ କରିବା ଘଟଣାକୁ ନେଇ ବିଭିନ୍ନ ମହଲରେ ଜୋରଧରିଲାଣି ପ୍ରତିବାଦ । ପ୍ରଥମେ ଆଦିବାସୀ ସଂଘ, ଏବେ ଡିପ୍ଲୋମା ଇଂଜିନିୟର ଆସୋସିଏସନ ଓ ରାଜ୍ୟ ବିଜେପି ଘଟଣାକୁ ନିନ୍ଦା କରିବା ସହ ଦୋଷୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିବା ପରେ ବଢୁଛି ଅଡୁଆ ।

ଡିଜାଇନ ଫଟୋ
author img

By

Published : Jun 7, 2019, 2:49 PM IST

ଭୁବନେଶ୍ବର: ମହଙ୍ଗା ପଡିବ ପାଟଣାଗଡରେ କନିଷ୍ଠ ଯନ୍ତ୍ରୀଙ୍କୁ ବିଧାୟକଙ୍କ ବସଉଠ କରିବା ଘଟଣା । ବିଭିନ୍ନ ମହଲରେ ଜୋରାଧରିଲାଣି ପ୍ରତିବାଦ । ପ୍ରଥମେ ଆଦିବାସୀ ସଂଘ, ଏବେ ଡିପ୍ଲୋମା ଇଂଜିନିୟର ଆସୋସିଏସନ ଓ ରାଜ୍ୟ ବିଜେପି ଘଟଣାକୁ ନିନ୍ଦା କରିବା ସହ ଦୋଷୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିବା ପରେ ବଢୁଛି ଅଡୁଆ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହି ଘଟଣାରେ ଆଜି (ଶୁକ୍ରବାର) ଡିପ୍ଲୋମା ଇଂଜିନିୟର ସଂଘ ମୁଖ୍ୟ ଶାସନ ସଚିବ, ପୂର୍ତ୍ତ ସଚିବ, ପୋଲିସ ଡିଜିଙ୍କୁ ଭେଟିଛନ୍ତି । ତୁରନ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଏମାନଙ୍କୁ ଭେଟିଛି ସଂଘ।

ସେହିପରି ରାଜ୍ୟ ବିଜେପି ମଧ୍ୟ ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି । ଘଟଣାରେ ସମ୍ପୃକ୍ତ ବିଧାୟକଙ୍କୁ ତୁରନ୍ତ ଗିରଫ କରିବା ଲାଗି ବିଜେପି ଦାବି କରିଛି । ଏହା ସହ ପୂର୍ବରୁ ବିଜେଡିର ଅନେକ ନେତା ଏପରି କରୁଥିବା ଅଭିଯୋଗ ଆସିଥିଲେ ମଧ୍ୟ ତାଙ୍କ ଉପରେ ଦଳ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଦର୍ଶାଇ ବିଜେଡି ବିରୋଧରେ ଗର୍ଜିଛି ବିଜେପି ।

ସୂଚନା ଥାଉକି, ନିମ୍ନମାନର ରାସ୍ତା କାମର ଅଭିଯୋଗ କରି ପାଟଣାଗଡ ବିଧାୟକ ସରୋଜ ମେହେର କନିଷ୍ଠ ଯନ୍ତ୍ରୀଙ୍କୁ ଉଠ୍‌ବସ୍‌ କରାଇଥିଲେ । ଯାହାର ଦୃଶ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଥିଲା ।

ଭୁବନେଶ୍ବରରୁ ତପନ ଦାସଙ୍କ ସହ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.