ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ଉପକଣ୍ଠ ଅନ୍ଧାରୁଆରୁ ମହିଳାଙ୍କ ମୁଣ୍ଡବିହୀନ ଶରୀର ମିଳିବା ଘଟଣା । କମିଶନରେଟ ପୋଲିସକୁ ମିଳିଲା ବଡ଼ ସଫଳତା । ମହିଳାଙ୍କ ବିଭତ୍ସ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ । ମିଳିଲା ମୃତ ମହିଳାଙ୍କ କଟା ମୁଣ୍ଡ । କ୍ରାଇମ ସିନ ରିକ୍ରିଏସନରେ ବେଳେ ଦୁଇ ଅଭିଯୁକ୍ତ ଦେଲେ କଟାମୁଣ୍ଡ ବାବଦରେ ସୂଚନା ।
ସୂଚନା ମୁତାବକ ପିକଅପ ଭ୍ୟାନରେ ନେଇ ଫୋପାଡିଥିଲା ମୃତଦେହ। ପିକଅପ ଭ୍ୟାନକୁ ଜବତ କରିଛି ପୋଲିସ । ଯେଉଁଥିରେ ଫୁଲେଶ୍ବରି ବସ୍ତିରୁ ଆଣି ଅନ୍ଧାରୁଆ ଦାସପୁର ନିକଟରେ ଫୋପାଡିଥିଲେ କଟା ମୁଣ୍ଡ । ଯାହାକୁ ପୋଲିସ ଏକ ବଡ ପ୍ରମାଣ ଭାବେ ଗାଡିକୁ ଜବତ କରିଛି । ଏହା ସହିତ ମୃତ ପୁଷ୍ପଲତାର ମୋବାଇଲ ମଧ୍ୟ ଜବତ କରିଛି ଚନ୍ଦକା ଥାନା ପୋଲିସ । ତେବେ ଅଧିକ ପ୍ରମାଣ ପାଇଁ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଛି ପୋଲିସ । ଏନେଇ ୫ ଦିନିଆ ପାଇଁ କୋର୍ଟରେ ଆବେଦନ କରିଛି ପୋଲିସ । ଏହି ସୂଚନା ଦେଇଛନ୍ତି ଜୋନ ୬ ଏ.ସି.ପି ପ୍ରକାଶ ପାଲ ।
ଗତ 3 ତାରିଖ ରାତିରେ ଅନ୍ଧାରୁଆ-ଦାସପୁର ରାସ୍ତାକଡ଼ ବୁଦାରୁ ମିଳିଥିଲା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ । ମହିଳାଙ୍କ ପରିଚୟ ପାଇବା ପାଇଁ ବିଭିନ୍ନ ସ୍ଥାନରେ ପୋଷ୍ଟର ମଧ୍ୟ ଲଗାଇଥିଲା ପୋଲିସ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ