ଭୁବନେଶ୍ବର: ବିଚ୍ ରାସ୍ତାରେ ଯୁବତୀଙ୍କୁ ଟଣାଓଟରା ଓ ମାଡମାରିବା ଘଟଣା। ଏବେ ନ୍ୟାୟ ପାଇଁ ପୀଡିତାଙ୍କ ପରିବାର ମହିଳା କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି । ପୀଡିତା ଯୁବତୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ଘଟଣାରେ ମୁହଁ ଖୋଲିଲେ ଜୀବନରୁ ମାରିଦେବାର ଧମକ। ତେବେ ନିଜ ଗ୍ରାମର କିଛି ଲୋକଙ୍କ ନାମରେ ଏପରି ଅଭିଯୋଗ ଆଣିଛନ୍ତି ପୀଡିତା ।
ଅକ୍ଟୋବର ୨୭ ତାରିଖର ଘଟଣା। ପୀଡିତା ଓ ତାଙ୍କ ମାଆ ମିଶି ଗୋପର ବେଗୁନିଆ ଛକକୁ ଏକ କାମରେ ଆସିଥିଲେ। କିନ୍ତୁ ଆସିବା ବାଟରେ ସେଠାକାର କିଛି ଲୋକ ତାଙ୍କୁ ଟଣାଓଟରା କରିବା ସହ ମାଡ ମାରିଥିଲେ।
ଏପରିକି ପୀଡିତାଙ୍କ ପରିବାର ଲୋକ ଅତି ଗରିବ। ସୋମନଙ୍କୁ ଗାଁରେ ରହିବାକୁ ଦେଉନଥିବାର ଅଭିଯୋଗ ଆଣିଛନ୍ତି।ଯାହା ଫଳରେ ଗ୍ରାମର କାହାସହ କଥା ହେଇପାରୁନାହାନ୍ତି କି ରାସ୍ତାରେ ଚାଲିପାରୁନାହାଁନ୍ତି ପରିବାର ଲୋକ। ତେବେ ଏହି ଘଟଣାରେ ସମ୍ପୃକ୍ତ 4 ଜଣଙ୍କ ମଧ୍ୟରୁ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ 3 ଜଣ ଖୁଲମଖୁଲ୍ଲା ବୁଲୁଥିବାର ଅଭିଯୋଗ ହୋଇଛି। ସେମାନେ ହେଲେ ଫକୁଆ ପ୍ରଧାନ, ନରେନ୍ଦ୍ର ପ୍ରଧାନ, ସୁରେନ୍ଦ୍ର ପ୍ରଧାନ ଓ ଧବେଇ ପ୍ରଧାନ।ତେବେ ଜଣେ ଯୁବତୀ କିଭଳି ଭାବରେ ନିଜ ଗ୍ରାମରେ ନିର୍ଭୟରେ ରହିପାରିବ ସେନେଇ ମହିଳା କମିଶନଙ୍କ ନିକଟରେ ନିଜର ସୁରକ୍ଷା ଓ ନ୍ୟାୟ ପାଇବା ପାଇଁ ଦ୍ବାରସ୍ଥ ହୋଇଛନ୍ତି ପୀଡିତା।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ