ETV Bharat / city

ସୋସାଇଟରେ ସଙ୍ଘବଦ୍ଧ ଆକ୍ରମଣ: ଘରୁ ଟାଣି ହାଣିଲେ, ଭାଙ୍ଗିଲେ କାର

author img

By

Published : Oct 1, 2021, 12:16 PM IST

Updated : Oct 1, 2021, 10:11 PM IST

ରାଜଧାନୀର ଲକ୍ଷ୍ମୀସାଗର ଥାନା ଓସ୍କାରସିଟିରେ ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣ । ଅଧିକ ପଢନ୍ତୁ...

ରାଜଧାନୀରେ ଚାଞ୍ଚଲ୍ୟ, ଘରୁ ଟାଣି ଆଣି ଯୁକଙ୍କୁ ସଂଘବଦ୍ଧ ଆକ୍ରମଣ

ଭୁବନେଶ୍ବର: ରାଜଧାନୀରେ ବେକାବୁ ଅପରାଧ । ହତ୍ୟା, ଆକ୍ରମଣ, ଚୋରି, ଲୁଟ ପରି ଗୋଟିଏ ପରେ ଗୋଟିଏ ଜଘନ୍ୟକାଣ୍ଡ ଘଟାଇ ଚାଲିଛନ୍ତି ଅପରାଧି । ପୋଲିସକୁ ଖାତିର ନକରି ଲୋକଙ୍କ ନିଦ ହଜାଇଲେଣି ଅପରାଧି । ଏମିତିକି ଘରୁ ଟାଣି ଆଣି ଆକ୍ରମଣ ମଧ୍ୟ କରିବାକୁ ପଛଉନାହାନ୍ତି ଅପରାଧି । ଗତକାଲି ରାଜଧାନୀର ଲକ୍ଷ୍ମୀସାଗର ଥାନା ଓସ୍କାରସିଟିରେ ଘଟିଛି ଏଭଳି ଭୟାନକ କାଣ୍ଡ। ସୋସାଇଟ ଭିତରେ ଥିବା ଜଣେ ଲୋକଙ୍କୁ ଘରୁ ଟାଣି ଆଣି ସଙ୍ଘବଦ୍ଧ ଆକ୍ରମଣ କରିଛନ୍ତି ୪ ଦୁର୍ବୃତ୍ତ ।

ସୋସାଇଟରେ ସଙ୍ଘବଦ୍ଧ ଆକ୍ରମଣ: ଘରୁ ଟାଣି ହାଣିଲେ, ଭାଙ୍ଗିଲେ କାର

ଲୋକଙ୍କ ସାମ୍ନାରେ ଏକ ମାରଣାସ୍ତ୍ରରେ ଦୁଇଜଣ ଯୁବକଙ୍କୁ ଗୋଡାଇ ଗୋଡାଇ ପ୍ରାୟ ଆଧଘଣ୍ଟା ଧରି ଆକ୍ରମଣ ସହ ସୋସାଇଟିରେ ଭୟର ଆତଙ୍କ ଖେଳାଇ ଦେଇଥିଲେ ୪ ଦୁର୍ବୃତ୍ତ । ଏଥିସହ ଘରେ ପଶି ଗହଣା ଓ ଟଙ୍କା ନେଇଯିବା ମଧ୍ୟ ଜଣାପଡିଛି । ତେବେ ଏଭଳି ଭୟଙ୍କର ଆକ୍ରମଣରେ ସୋସାଇଟ ଭିତରେ ଥିବା କାର ବାଇକ ଭାଙ୍ଗି ଚୁରମାର ହୋଇଯାଇଛି । ଏନେଇ ଖବର ପାଇ ପୋଲିସ ପହଞ୍ଚିବା ପୂର୍ବରୁ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ। ଏନେଇ ଲକ୍ଷ୍ମୀସାଗର ଥାନାରେ ୪ ଦୁର୍ବୃତ୍ତଙ୍କ ବିରୋଧରେ ଅଭିଯୋଗ ହୋଇଛି । ତେବେ ଦାଦାବଟିକୁ କେନ୍ଦ୍ର କରି ଏହି ଆକ୍ରଣ ହୋଇଥିବା ଜଣାପଡିଛି

ସୋସାଇଟରେ ସଙ୍ଘବଦ୍ଧ ଆକ୍ରମଣ:

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Oct 1, 2021, 10:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.