ଭୁବନେଶ୍ବର: ରାଜଧାନୀରେ ପୁଣି ଆତଙ୍କ ଖେଳାଇଲେ ଦୁର୍ବୃତ୍ତ । ରୋଲ୍ ତିଆରିକୁ ନେଇ ଫାଷ୍ଟଫୁଡ଼ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ । ଧାରୁଆ ଅସ୍ତ୍ରରେ ଯୁବକଙ୍କ ଦୁଇଟି ହାତକୁ ହାଣିଲେ ଦୁର୍ବୃତ୍ତ । ସୁନ୍ଦରପଦା ବୋତଣ୍ଡା ଛକରେ ଥିବା ଫାଷ୍ଟ ଫୁଡ ଦୋକାନରେ ଦୁର୍ବୃତ୍ତ ଘଟାଇଲେ ଏପରିକାଣ୍ଡ । 2ଟି ବାଇକରେ ୪ଜଣ ଦୁର୍ବୃତ୍ତ ରୋଲ ଖାଇବାକୁ ଆସି ଆତଙ୍କ ମଚାଇବା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଲେ ।
ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କୁ ଆହତ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ପୂର୍ବ ଶତ୍ରୁତାକୁ ନେଇ ଦୁର୍ବୃତ୍ତ ମାନେ ଏଭଳି କାଣ୍ଡ ଘଟାଇଥିବା ଏୟାରଫିଲଡ଼ ଥାନାରେ ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ଏୟାରଫିଲଡ଼ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି ।
ଭୁବନେଶ୍ବର, ଇଟିଭି ଭାରତ