ETV Bharat / city

ହଟିଲା ହାତକଡି ପଡିଲା ହାତଗଣ୍ଠି, ପୀଡିତା-କଏଦୀ ହେଲେ ସାତଜନ୍ମର ସାଥୀ

ଭୁବନେଶ୍ବର ଝାରପଡ଼ା ଜେଲରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ପୀଡ଼ିତା ଓ କଏଦୀ ପରସ୍ପରର ହାତ ଧରି ସାତ ଜନ୍ମର ସାଥୀ ହୋଇଛନ୍ତି । ଅଧିକ ପଢନ୍ତୁ

ହଟିଲା ହାତକଡି ପଡିଲା ହାତଗଣ୍ଠି, ପୀଡିତା କଏଦୀ ହେଲେ ସାତଜନ୍ମର ସାଥୀ

author img

By

Published : Sep 16, 2022, 10:18 PM IST

Updated : Sep 21, 2022, 12:21 PM IST

ଭୁବନେଶ୍ବର: ପଡିଥିଲା ହାତକଡି ଆଉ ଏବେ ପଡି଼ଲା ହାତଗଣ୍ଠି (Jail Marriage) । ପୀଡି଼ତା ଓ କଏଦୀ ସାଜିଲେ ସାତ ଜନମର ସାଥୀ । ବାଜୁଥିଲା ଓଡ଼ିଆ ଫିଲ୍ମର ଗୀତ ଆଉ ଶୁଭୁଥିଲା ପୂଜକଙ୍କ ବାହାଘର ମନ୍ତ୍ର । ଏହାରି ଭିତରେ ପଡୁଥିଲା ହାତଗଣ୍ଠି । ଏଭଳି ଏକ ଦୃଶ୍ୟ ଝାରପଡ଼ା ଜେଲରେ ଦେଖିବାକୁ ମିଳିଛି । ନାବାଳିକାକୁ ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ଉକ୍ତ ନାବାଳିକାକୁ ବିବାହ କରିଛନ୍ତି ।

ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ତଥା ବିଚାରଧୀନ କଏଦୀ ଆକାଶା ନାୟକ ଓରଫ ବଣ୍ଟିର ଏଭଳି ନିଆରା ଢଙ୍ଗ ଓ ପରିବେଶରେ ବିବାହ ହେଉଥିଲା । ଯିଏକି ନାବାଳିକାକୁ ଦୁଷ୍କର୍ମ ମାମଲାରେ ଗତ ୨୦୨୦ ରେ ଗିରଫ ହୋଇ କୋର୍ଟ ଚାଲାଣ କରିଥିଲା ଜଟଣୀ ଥାନା । ହେଲେ ଘଟଣା କୋର୍ଟକୁ ଆସିବା ପରେ ପୋକ୍ସୋ କୋର୍ଟ ଜାଣିବାକୁ ପାଇଥିଲେ ଘଟଣାକ୍ରମ । ବିବାହର ପ୍ରତିଶୃତି ଦେଇ ବିବାହ ନକରିବାରୁ ନାବାଳିକାର ଅଭିଯୋଗରେ ଆକାଶ ଗିରଫ ହୋଇଥିଲେ । ହେଲେ ଏବେ ନାବାଳିକା ସାବାଳିକା ହେବା ପରେ କୋର୍ଟ ଉଭୟ ପକ୍ଷଙ୍କ ରାଜି କ୍ରମେ ବିବାହ ସ୍ଥିର କରିଥିଲେ ।

ଏହା ବି ପଢନ୍ତୁ- ଆକାଶରେ ବାୟୁବୀରଙ୍କ ଜଲୱା, ସାହସିକତା ପ୍ରଦର୍ଶନ ପରେ ଟିମକୁ ସମ୍ବର୍ଦ୍ଧନା

ଅଭିଯୁକ୍ତ ଓ ପୀଡ଼ିତା ଉଭୟଙ୍କ ହାତ ଧରି ବିବାହ କରିବା ପାଇଁ ନିଷ୍ପତ୍ତି ନେଇ ଏବେ ସାତ ଜନ୍ମର ସାଥୀ ହୋଇଛନ୍ତି । ପୋକ୍ସୋ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଶେଷରେ କଏଦୀ କାରଗାର ବିଭାଗର ଅନୁମତିକ୍ରମେ ଜେଲରେ ସମ୍ପୂର୍ଣ୍ଣ ହୋଇଛି ନିଆରା ବାହାଘର । ଉଭୟେ ବର ଓ କନ୍ୟା ପିନ୍ଧାଉଥିଲେ ବରମାଳା‌ । କନ୍ୟାର ମଥାରେ ସିନ୍ଦୁର ପିନ୍ଧାଇ ସାତ ଜନମର ସାଥି ହେବାର ନେଉଥିଲେ ଶପଥ । ଆଉ ଉଭୟ ପରିବାର ଲୋକଙ୍କ ଉପସ୍ଥିତିରେ ଭୋଜି ଭାତର ଆୟୋଜନରେ ଅଗ୍ନିକୁ ସାକ୍ଷୀ ରଖି ହାତ ଧରିଛନ୍ତି ଉଭୟ କନ୍ୟ ଓ ବର।

ଏହି ଘଟଣାରେ ପ୍ରତିକ୍ରିୟା ରଖି ପୂଜକ ମନମୋହନ ରଥ କହିଛନ୍ତି, "ହାତଗଣ୍ଠି ପଡିଲା ଓ ଶାଳକ ବିଧା ମରା ହେଲା ଓ ବୈଦିକ ରୀତିରେ ବାହାଘର ହେଲା । ମୋତେ ଲାଗୁ ନଥିଲା ଏହା ବନ୍ଦୀଶାଳର ବାହାଘର ।" ସେପଟେ ଏପରି ବିବାହ ଆୟୋଜନ କରିଥିବା ନେଇ ଏହା ଏକ ଜେଲ ସଂସ୍କାର ଓ କଏଦୀଙ୍କ ନିକଟକୁ ଭଲ ବାର୍ତ୍ତା ଯିବ ବୋଲି କହିଛନ୍ତି ଜେଲ ସୁପରିଟେଣ୍ଡେଣ୍ଟ ସତ୍ୟ ପ୍ରକାଶ ସ୍ବାଇଁ । ଜେଲରେ ଏପରି ଏକ ନିଆରା ଘଟଣାକୁ ସାଧାରଣରେ ଖୁବ ପ୍ରଶଂସା କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 21, 2022, 12:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.