ETV Bharat / city

‘ମୋ ସରକାର’ରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସାମିଲ

ଆଜିଠୁ ‘ମୋ ସରକାର’ରେ ସାମିଲ ହୋଇଛି ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତରେ ସାମିଲ ହୋଇଛି ବିଭାଗ ।

Ministry of Food Supplies & Consumer Welfare
ମୋ ସରକାରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସାମିଲ
author img

By

Published : Feb 11, 2020, 8:46 PM IST

Updated : Feb 11, 2020, 9:21 PM IST

ଭୁବନେଶ୍ବର: ଆଜିଠୁ ‘ମୋ ସରକାର’ରେ ସାମିଲ ହୋଇଛି ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତରେ ସାମିଲ ହୋଇଛି ବିଭାଗ ।

ଏହି ଅବସରରେ ବିଭାଗର ସୁଫଳ କାର୍ଯ୍ୟକାରିତାର ତଥ୍ୟ ଦିଆଯାଇଛି । 2011 ଜନଗଣନା ଅନୁସାରେ ରାଜ୍ୟର ମୋଟ ଜନସଂଖ୍ୟାର ଶତକଡା 79 ପ୍ରତିଶତ ଲୋକଙ୍କୁ ରିହାତି ମୂଲ୍ୟରେ ଖାଦ୍ୟ ଶସ୍ୟ ଯୋଗାଇ ଦିଆଯାଉଛି । ସାଧାରଣ ବଣ୍ଟନ ବ୍ୟବସ୍ଥା ଜରିଆରେ ମୋଟ 3 କୋଟି 30 ଲକ୍ଷ ହିତାଧିକାରୀଙ୍କୁ ତାଲିକା ଭୁକ୍ତ କରାଯାଇଛି । କିଲୋଗ୍ରାମ ପିଛା 1 ଟଙ୍କା ମୂଲ୍ୟରେ ମାସିକ 1 କୋଟି 84 ଲକ୍ଷ ମେଟ୍ରିକ ଟନ ଖାଦ୍ୟ ଶସ୍ୟ ପ୍ରଦାନ କରାଯାଉଛି ।

‘ମୋ ସରକାର’ରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସାମିଲ

ଏହି ଯୋଜନାର ଅଗ୍ରାଧିକାର ପରିବାରକୁ ମୁଣ୍ଡପିଛା 5 କିଲୋଗ୍ରାମ ଚାଉଳ କିମ୍ବା ଗହମ ପ୍ରଦାନ କରାଯାଉଥିବାବେଳେ ଅନ୍ତୋଦୟ ଅନ୍ନ ଯୋଜନା ମାଧ୍ୟମରେ ମାସିକ ପରିବାର ପିଛା 35 କିଲୋଗ୍ରାମ ଚାଉଳ ଯୋଗାଇ ଦିଆଯାଉଛି । ଏସଏଚଜି ମହିଳାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସେମାନଙ୍କୁ ଖାଉଟି ଡିଲର ରୂପେ ଦାୟିତ୍ବ ଦେଇ ଖାଦ୍ୟ ଶସ୍ୟ ପ୍ରଦାନ କରାଯାଉଛି।

ରାଜ୍ୟରେ 1910 ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏହି ଦାୟିତ୍ବ ନିର୍ବାହ କରୁଛନ୍ତି। ଅଧିକ ପ୍ରୋତ୍ସାହନ ମଧ୍ୟ ଦିଆଯିବାର ଯୋଜନା ରହିଛି। 2019 ସେପ୍ଟେମ୍ବରରେ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ରାସନ କାର୍ଡ ପୋର୍ଟବିଲିଟି ଲାଗୁ କରାଯାଇଛି । ଏହାଦ୍ବାରା ନିଜ ହିତାଧିକାରୀ ନିଜ ଇଚ୍ଛା ଅନୁସାରେ ସୁଲଭ ମୂଲ୍ୟ ଦୋକାନ ଚୟନ କରୁଛନ୍ତି ଏବଂ ମାସିକ ଖାଦ୍ୟ ସାମଗ୍ରୀ ଉକ୍ତ ଦୋକାନରୁ କିଣୁଛନ୍ତି ।

ବୃତ୍ତିଗତ ସେବାରେ ପରିବର୍ତ୍ତନ ଆଣିବା ପାଇଁ ‘5T’ ବେଶ୍ ସହାୟକ ହୋଇଛି। ରାଜ୍ୟ, ଜିଲ୍ଲା, ପୌରାଞ୍ଚଳ, ସୁଲଭ ମୂଲ୍ୟ ଦୋକାନ ସ୍ତରରେ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ଏହି ବିଭାଗ କାର୍ଯ୍ୟାଳୟକୁ ଆସୁଥିବା ଜଣସାଧାରଣକୁ ବୃତ୍ତିଗତ ସେବା ଆଣିବା ପାଇଁ ବିଭାଗ ହୋଇଛି ସଂକଳ୍ପବଧ । ଏନେଇ ଜଣ ସାଧାରଣଙ୍କ ପାଇଁ ଖୋଲିଛି ହେଲ୍ପ ଡେକ୍ସ । କାର୍ଯ୍ୟାଳୟକୁ ଆସୁଥିବା ବ୍ୟକ୍ତିଙ୍କ ଠାରୁ ପାଉଥିବା ସେବାର ଗୁଣବତ୍ତା ଏବଂ ପ୍ରଦର୍ଶିତ ବ୍ୟବହାର ସମ୍ପର୍କରେ ମତାମତ ସଂଗ୍ରହ କରାଯାଉଛି ।

ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ‘5T’ ସଚିବ ଭି କାତ୍ତିକେୟନ ପାଣ୍ଡିଆନ, ଉନ୍ନୟନ କମିଶନର ସୁରେଶ ମହାପାତ୍ର, ବିଭାଗୀୟ ସଚିବ ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:
ଆଜିଠୁ ମୋ ସରକାରରେ ସାମିଲ ହେଲା ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ । ଲୋକସଭା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତରେ ହେଲେ ସାମିଲ । 2011 ଜନଗଣନା ଅନୁସାରେ ରାଜ୍ୟର ମୋଟ ଜନସଂଖ୍ୟାର ଶତକଡା 79 ପ୍ରତିଶତ ଲୋକଙ୍କୁ ରିହାତି ମୂଲ୍ୟରେ ଖାଦ୍ୟ ଶସ୍ୟ ଯୋଗାଇ ଦିଆଯାଉଛି । ସାଧାରଣ ବଣ୍ଟନ ବ୍ୟବସ୍ଥା ଜରିଆରେ ମୋଟ 3 କୋଟି 30 ଲକ୍ଷ ହିତାଧିକାରୀଙ୍କୁ ତାଲିକା ଭୁକ୍ତ କରାଯାଇଛି । କିଲୋଗ୍ରାମ ପିଛା 1 ଟଙ୍କା ମୂଲ୍ୟରେ ମାସିକ 1 କୋଟି 84 ଲକ୍ଷ ମେଟ୍ରିକ ଟନ ଖାଦ୍ୟ ଶସ୍ୟ ପ୍ରଦାନ କରାଯାଉଛି । ଏହି ଯୋଜନାର ଅଗ୍ରାଧିକାର ପରିବାରଙ୍କୁ ମୁଣ୍ଡପିଛା 5 କିଲୋଗ୍ରାମ ଚାଉଳ କିମ୍ବା ଗହମ ପ୍ରଦାନ କରାଯାଉଥିବାବେଳେ ଅନ୍ତଦୋୟ ଅନ୍ନ ଯୋଜନା ମାଧ୍ୟମରେ ମାସିକ ପରିବାର ପିଛା Body:35 କିଲୋଗ୍ରାମ ଚାଉଳ ଯୋଗାଇ ଦିଆଯାଉଛି । shg ମହିଳା ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସେମାନଂକୁ ଖାଉଟି ଡିଲର ରୂପେ ଦାଇତ୍ୱ ଦେଇ ଖାଦ୍ୟ ସଶ୍ୟ ପ୍ରଦାନ କରାଯାଉଛି । ରାଜ୍ୟରେ 1910 ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏହି ଦାଇତ୍ୱ ନିର୍ବାହ କରୁଛନ୍ତି । ଅଧିକ ପ୍ରୋତ୍ସାହନ ମଧ୍ୟ ଦିଆଯିବର ଯୋଜନା ରହିଛି । 2019 ସେପ୍ଟେମ୍ବର ମାସରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ରେସନ କାର୍ଡ ପୋର୍ଟବିଲିଟି ଲାଗୁ କରାଯାଇଛି । Conclusion:ଏହା ଦ୍ୱାରା ନିଜ ହିତାଧିକାରୀ ନିଜ ଇଚ୍ଛା ଅନୁସାରେ ସୁଲଭ ମୂଲ୍ୟ ଦୋକାନ ଚୟନ କରୁଛନ୍ତି ଏବଂ ମାସିକ ଖାଦ୍ୟ ସାମଗ୍ରୀ ଉକ୍ତ ଦୋକାନରୁ କିଣୁଛନ୍ତି । ତେବେ ବୃତ୍ତିଗତ ସେବାରେ ପରିବର୍ତ୍ତନ ଆଣିବା ପାଇଁ 5ଟି ବେଶ୍ ସହାୟକ ହୋଇଛି। ରାଜ୍ୟ , ଜିଲ୍ଲା, ପୋୖରାଞ୍ଚଳ, ସୁଲଭ ମୂଲ୍ୟ ଦୋକାନ ସ୍ଥରରେ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ଏହି ବିଭାଗ କାର୍ଯଳୟକୁ ଆସୁଥିବା ଜଣ ସାଧରଣକୁ ବୃତ୍ତିଗତ ସେବା ଆଣିବା ପାଇଁ ବିଭାଗ ହୋଇଛି ସଂକଳ୍ପଵଧ । ଏନେଇ ଜଣ ସାଧାରଣଙ୍କ ପାଇଁ ଖୋଲିଛି help desk । କାର୍ଯ୍ୟଳୟକୁ ଆସୁଥିବା ବ୍ୟକ୍ତିଙ୍କ ଠାରୁ ପାଉଥିବା ସେବାର ଗୁଣବତ୍ତା ଏବଂ ପ୍ରଦର୍ଶିତ ବ୍ୟବହାର ସମ୍ପର୍କରେ ମତାମତ ସଂଗ୍ରହ କରାଯାଉଛି । ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, 5ଟି ସଚିବ ଭି କେ ପାଣ୍ଡିଆନ, ଉନ୍ନୟନ କମିଶନ ସୁରେଶ ମହାପାତ୍ର, ବିଭାଗୀୟ ସଚିବ ପ୍ରମୁଖ ଉପସ୍ଥିତ ଥିଲେ ।
ବାଇଟ୍ () ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀ
ବାଇଟ୍() ରଣେନ୍ଦ୍ର ପ୍ରତାପ ସ୍ୱାଇଁ,ଯୋଗାଣ ମନ୍ତ୍ରୀ
Last Updated : Feb 11, 2020, 9:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.