ETV Bharat / city

ବିଭାଗୀୟ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା - Minister Tusharkanti Behera

ସୂଚନା ଓ ପ୍ରଯୁକ୍ତିବିଦ୍ୟା ତଥା କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧ୍ୟକ୍ଷତାରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ବିଭିନ୍ନ କାର୍ଯ୍ୟର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢ଼ନ୍ତୁ...

minister-tusharkanti-behera-reviewed-the-departmental-work
ବିଭାଗୀୟ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା
author img

By

Published : May 28, 2020, 12:59 AM IST

ଭୁବନେଶ୍ବର: ସୂଚନା ଓ ପ୍ରଯୁକ୍ତିବିଦ୍ୟା ତଥା କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧ୍ୟକ୍ଷତାରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ବିଭିନ୍ନ କାର୍ଯ୍ୟର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଲକଡାଉନ୍‌ କଟକଣା ଓ ସାମାଜିକ ଦୂରତ୍ବ ନିୟମକୁ କଡ଼ାକଡ଼ି ପାଳନ ସହ ମନ୍ତ୍ରୀ ବେହେରା ଖୁବକମ୍‌ ସଂଖ୍ୟକ ଅଧିକାରୀଙ୍କୁ ନେଇ ନିଜ ଲୋକସେବା ଭବନସ୍ଥିତ ପ୍ରକୋଷ୍ଠରେ ବିଭିନ୍ନ ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

ବିଭାଗୀୟ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା

ପ୍ରଥମେ ଅନୁଷ୍ଠିତ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗର ସମୀକ୍ଷା ବୈଠକରେ ଓଡ଼ିଶାରେ ଲକଡାଉନ୍‌ ଯୋଗୁଁ ଆଇଟି କ୍ଷେତ୍ରରେ ପ୍ରଭାବ ବିଷୟରେ ମନ୍ତ୍ରୀ ଆଲୋଚନା କରିବା ସହ କୋଭିଡ୍‌-୧୯ ପରିସ୍ଥିତିରେ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ । ଏଥି ସହିତ ଚାଲୁ ରହିଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି, ଓଡ଼ିଶାରେ ନିବେଶ ଲାଗି ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଏବଂ ଓଡ଼ିଶାର ବିଭିନ୍ନ ଆଇଟି କମ୍ପାନୀମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ମନ୍ତ୍ରୀ ବେହେରା ବିଭାଗୀୟ ଅଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ । ପରେ ମନ୍ତ୍ରୀ କ୍ରୀଡ଼ା ଓ ଯୁବସେବା ବିଭାଗର ସମୀକ୍ଷା ବୈଠକରେ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କରିବା ସହ କୋଭିଡ୍‌-୧୯ ଯୋଗୁଁ ହୋଇଥିବା ବିଭିନ୍ନ କ୍ଷତି ସଂପର୍କରେ ଆଲୋଚନା କରିଥିଲେ ।

ଏଥି ସହ ଓଡ଼ିଶାରେ ହେବାକୁ ଥିବା ଅନ୍ତର୍ଜାତୀୟ ଇଭେଣ୍ଟର ସ୍ଥିତି, କ୍ରୀଡ଼ାବିତଙ୍କ ଅଭ୍ୟାସ ଲାଗି ଆଇଲେଟିକ୍ସ ଷ୍ଟାଡିୟମ ଓ ସ୍ପୋଟର୍ସ କମ୍ପେକ୍ସ୍ଲର ସୁପରିଚାଳନା ସହ ସାନିଟାଇଜେସନ୍‌ ଓ ଏସ୍‌ଓପିର କଡ଼ାକଡ଼ି ଅନୁପାଳନ ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ଜିଲ୍ଲା ସ୍ପୋଟର୍ସ ଅଫିସ ଏବଂ ହେଷ୍ଟଲ ‌ଗୁଡ଼ିକରେ ମାନବସମ୍ବଳ ଓ ପରିଚାଳନା ବିଷୟରେ ଆଲୋଚନା ହୋଇଥିଲା । ବିପିଏଡ୍‌ କଲେଜ୍‌ ଓ ସ୍ପେଟର୍ସ ହଷ୍ଟେଲ୍‌ ଖୋଲିବା, ନୂତନ ଭାବେ ନିର୍ମାଣ ହୋଇଥିବା ବିପଏଡ୍‌ କଲେଜ୍‌ ଜମିର ସ୍ଥିତି, ଏଚ୍‌ପିସିର ସୁପରିଚାଳନା, ମିନି ଷ୍ଟାଡିୟମ୍‌ ଓ ମୁକ୍ତାକାଶ ଜିମ୍‌ ଏବଂ ବିଜୁ ଯୁବ ବାହିନୀ କାର୍ଯ୍ୟକ୍ରମ ନେଇ ମନ୍ତ୍ରୀ ସମୀକ୍ଷା କରିବା ସହ କୋଭିଡ୍‌-୧୯ ମାର୍ଗଦର୍ଶିକା ଓ ସାମାଜିକ ଦୂରତ୍ବକୁ ମାନି ବିଭାଗର କାର୍ଯ୍ୟ ଆଗକୁ ନେବା ପାଇଁ ଅଧିକାରୀ ଓ କର୍ମଚାରୀମାନେ ଉତ୍ସାହ ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ।

ଏହି ବୈଠକରେ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ବିଶାଲ କୁମାର ଦେବ, ନିର୍ଦ୍ଦେଶକ ଆର୍‌. ଭିନିଲ୍‌ କ୍ରିଷ୍ଣା, ଉପଶାସନ ସଚିବ ରଞ୍ଜିତ ପରିଡ଼ା, ଓକାକ୍‌ ସିଇଓ ମନୋଜ ପଟ୍ଟନାୟକ ଏବଂ ଯୁଗ୍ମ ଶାସନ ସଚିବ ସୁଜିତ୍‌ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.