ETV Bharat / city

ମନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତା ମାପିବେ ନବୀନ, ମେ 29 ପରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ! - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆସନ୍ତା 29 ପରେ ରାଜ୍ୟ ମନ୍ତ୍ରୀମଣ୍ଡଳର ଅଦଳବଦଳ ହେବା ନେଇ ମିଳିଛି ଆଭାସ । କାରଣ ଆଗମୀ ମେ 15 ରୁ 25 ପର୍ଯ୍ୟନ୍ତ ମନ୍ତ୍ରୀଙ୍କ କାର୍ଯ୍ୟ ଦକ୍ଷତାର ପରୀକ୍ଷା ନେବେ ନବୀନ । ମନ୍ତ୍ରୀ ପରିଷଦର ସଭ୍ୟମାନଙ୍କୁ ଚିଠି ଲେଖି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

ମନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତା ମାପିବେ ମୁଖ୍ୟମନ୍ତ୍ରୀ, ମେ 29 ପରେ ମନ୍ତ୍ରିମଣ୍ଡଳର ଅଦଳବଦଳ!

author img

By

Published : Apr 10, 2021, 7:43 PM IST

ଭୁବନେଶ୍ବର: ଆସନ୍ତା ମାସ ମେ’ 29 ପରେ ହେବ ରାଜ୍ୟ ମନ୍ତ୍ରୀମଣ୍ଡଳର ଅଦଳବଦଳ । ଯାହା ସମ୍ପର୍କରେ ଆଜି (ଶନିବାର) ଆଭାସ ମିଳିଛି । କିଛି ମନ୍ତ୍ରୀ ମନ୍ତ୍ରୀମଣ୍ଡଳରୁ ବିଦା ହେବେ । ଆଉ କିଛି ସାମିଲ ହେବେ । ଆସନ୍ତା ମେ 29 ରେ ନବୀନ ସରକାର ତାର ପଞ୍ଚମ ପାଳିର ଦ୍ବିତୀୟ ବର୍ଷ ପୂରଣ କରୁଛି । ଆଗମୀ ମେ 15 ରୁ 25 ପର୍ଯ୍ୟନ୍ତ ମନ୍ତ୍ରୀଙ୍କ କାର୍ଯ୍ୟ ଦକ୍ଷତାର ପରୀକ୍ଷା ନେବେ ନବୀନ । ଏନେଇ ଆଜି (ଶନିବାର) ମନ୍ତ୍ରୀ ପରିଷଦର ସଭ୍ୟମାନଙ୍କୁ ଚିଠି ଲେଖି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ ପ୍ରତି ମାସର ରିପୋର୍ଟ କାର୍ଡ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଦେଉଥିଲେ ।

"ଆମେ କଥା ନୁହେଁ କାମରେ ବିଶ୍ୱାସ କରୁ"। ଏହି ଉକ୍ତିକୁ ଗତ 2 ଦଶନ୍ଧି ଭିତରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିବାର ଅନେକ ଥର ଶୁଣିବାକୁ ମିଳିଛି । କେବଳ କଥାରେ ନୁହେଁ କାମରେ ମଧ୍ୟ ଅକ୍ଷରେ ଅକ୍ଷରେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର କାମ କରିଚାଲିଥିବା କଥା କୁହାଯାଏ । ଆଗାମୀ ମେ 29 ରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଗଠିତ ସରକାର ତାର ପଞ୍ଚମ ପାଳିର ଦ୍ବିତୀୟ ବର୍ଷ ପୂରଣ କରୁଛି ।

ଏହି ପରିପ୍ରେକ୍ଷୀରେ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନରେ ସରକାରଙ୍କ ବିଭିନ୍ନ ବିଭାଗ କେତେ ସଫଳ ହୋଇଛନ୍ତି ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ । ଆଗମୀ ମେ 15 ରୁ 25 ପର୍ଯ୍ୟନ୍ତ ଏହି ସମୀକ୍ଷା ଚାଲିବ । ଆଜି ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀ ପରିଷଦର ସଭ୍ୟମାନଙ୍କୁ ବ୍ୟକ୍ତିଗତ ଭାବରେ ପତ୍ର ଲେଖି ଏହା ଜଣାଇଛନ୍ତି । ସଚିବମାନଙ୍କ ଉପସ୍ଥିତିରେ ମନ୍ତ୍ରୀମାନେ ସେମାନଙ୍କ ବିଭାଗ ଦ୍ବାରା କାର୍ଯ୍ୟକାରୀ ହେଉଥିବା ପାଞ୍ଚଟି ପ୍ରମୁଖ କାର୍ଯ୍ୟକ୍ରମର ସଫଳତା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବେ । ଏଥିସହ '5T' ଓ 'ମୋ ସରକାର କାର୍ଯ୍ୟକ୍ରମ' ସେମାନଙ୍କ ବିଭାଗରେ କିଭଳି କାର୍ଯ୍ୟକାରୀ କରାଯାଇଛି । ଏହା ସେମାନଙ୍କ ବିଭାଗର କାର୍ଯ୍ୟ ଧାରାରେ କିଭଳି ଉନ୍ନତି ଆଣିଛି । ବିଭାଗକୁ କେତେ ଲୋକାଭିମୁଖୀ କରିପାରିଛି ସେ ସମ୍ପର୍କରେ ମଧ୍ୟ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବେ ।

'ଗଣତନ୍ତ୍ରରେ ଜନତା ହେଉଛନ୍ତି ମାଲିକ । ତେଣୁ ଗଣତନ୍ତ୍ରରେ ଉତ୍ତରଦାୟିତ୍ୱ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଓଡ଼ିଶାର ସାଢ଼େ ଚାରି କୋଟି ଜନତା ଯେଉଁ ଦାୟିତ୍ୱ ଆମକୁ ଦେଇଛନ୍ତି । ଯେଉଁ ପ୍ରତିଶ୍ରୁତି ଆମେ ଲୋକଙ୍କୁ ଦେଇଛୁ, ତାକୁ ପାଳନ ଦିଗରେ କେତେ ଦୂର ଆମେ ସଫଳ ହୋଇଛୁ । ତାର ହିସାବ ଲୋକଙ୍କୁ ଦେବାକୁ ହେବ । ଏହା ଗଣତନ୍ତ୍ରର ମର୍ଯ୍ୟଦା ବୃଦ୍ଧି କରିବ' ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

2019 ମେ 29 ରେ ନବୀନଙ୍କ ନେତୃତ୍ବରେ ଗଠିତ ସରକାର ତାର ପ୍ରଥମ ବୈଠକରେ ଦଳର ନିର୍ବାଚନ ଇସ୍ତାହାରକୁ କାର୍ଯ୍ୟକାରୀ କରିବା ପାଇଁ ନୀତଗତ ନିଷ୍ପତ୍ତି ନେଇଥିଲେ । ଆଗାମୀ ମେ 29ରେ ମନ୍ତ୍ରୀ ପରିଷଦର ସ୍ବତନ୍ତ୍ର ବୈଠକରେ ବିଭିନ୍ନ ବିଭାଗର ସଫଳତା ଉପସ୍ଥାପନ କରାଯାଇ ଲୋକଙ୍କୁ ଅବଗତ କରାଯିବ । 2014 ନିର୍ବାଚନ ପରେ ମଧ୍ୟ ଦଳର ଇସ୍ତାହାରକୁ କାର୍ଯ୍ୟ କରିବା ପାଇଁ ମନ୍ତ୍ରୀ ପରିଷଦ ନୀତିଗତ ନିଷ୍ପତ୍ତି ନେଇଥିଲେ ।

ଭୁବନେଶ୍ବରରୁ ଭବନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.