ETV Bharat / city

International Labour Day 2022: ଅନଲାଇନ୍ ପୋର୍ଟାଲ ଲୋକାର୍ପଣ, ଏଣିକି ଯିବାକୁ ପଡିବନି ଶ୍ରମ କାର୍ଯ୍ୟାଳୟ - ଅନ୍ତର୍ଜାତୀୟ ଶ୍ରମିକ ଦିବସ

ଅନ୍ତର୍ଜାତୀୟ ଶ୍ରମିକ ଦିବସ (International Labour Day 2022) ଉପଲକ୍ଷେ ଭୁବନେଶ୍ବର ଜୟଦେବ ଭବନରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ । ଶ୍ରମିକ କଲ୍ୟାଣ ବୋର୍ଡ଼ର ନୂତନ ଅନଲାଇନ୍ ପୋର୍ଟାଲ ଲୋକାର୍ପଣ । ଅଧିକ ପଢନ୍ତୁ

ଅନ୍ତର୍ଜାତୀୟ ଶ୍ରମିକ ଦିବସରେ ଅନ୍‌ଲାଇନ୍ ପୋର୍ଟାଲ ଲୋକାର୍ପଣ, ଏଣିକି ଯିବାକୁ ପଡିବନି ଶ୍ରମ କାର୍ଯ୍ୟାଳୟ

author img

By

Published : May 1, 2022, 4:19 PM IST

ଭୁବନେଶ୍ବର: ଜୟଦେବ ଭବନରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ । ସମାରୋହକୁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ସୁଶାନ୍ତ ସିଂ ଉଦ୍‌ଘାଟନ କରିଛନ୍ତି । ପଞ୍ଜିକୃତ ୩୫ ଲକ୍ଷରୁ ଊର୍ଦ୍ଧ୍ବ ନିର୍ମାଣ ଶ୍ରମିକଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ୨,୬୬୦ କୋଟି ସହାୟତା ରାଶି ପ୍ରଦାନ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଅନ୍ତର୍ଜାତୀୟ ଶ୍ରମିକ ଦିବସରେ ଅନ୍‌ଲାଇନ୍ ପୋର୍ଟାଲ ଲୋକାର୍ପଣ, ଏଣିକି ଯିବାକୁ ପଡିବନି ଶ୍ରମ କାର୍ଯ୍ୟାଳୟ

କାର୍ଯ୍ୟକ୍ରମରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ର ନୂତନ ଅନ୍‌ଲାଇନ୍ ପୋର୍ଟାଲ (https:\\\nirmanshramik.odisha.gov.in) ଲୋକାର୍ପଣ କରିଛନ୍ତି । ଏହି ବ୍ୟବସ୍ଥା ଦ୍ବାରା ନିର୍ମାଣ ଶ୍ରମିକମାନଙ୍କୁ ପଞ୍ଜିକରଣ, ନବୀକରଣ ଓ ସହାୟତା ଆବେଦନ ପାଇଁ ଏଣିକି ଆଉ ଶ୍ରମ କାର୍ଯ୍ୟାଳୟକୁ ଯିବାକୁ ପଡ଼ିବ ନାହିଁ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି । ଶ୍ରମିକମାନେ ଘରେ ବସି ମଧ୍ୟ ଉପରୋକ୍ତ ସେବା ପାଇପାରିବେ । ଏହା ସହ ମନ୍ତ୍ରୀ ରାଜ୍ୟ ଶ୍ରମ ନିର୍ଦ୍ଦେଶାଳୟ (www.labourdirectorate.odisha.gov.in) ଏବଂ କାରଖାନା ଓ ବାଷ୍ପୀତ୍ର ନିର୍ଦ୍ଦେଶାଳୟ (www.dtb.odisha.gov.in)ର ଦୁଇଗୋଟି ୱେବ୍‌ସାଇଟକୁ ମଧ୍ୟ ଲୋକାର୍ପଣ କରିଛନ୍ତି । ଏହା ସହିତ 'ଶ୍ରମ କଲ୍ୟାଣ' ନାମକ ଏକ ବୁଲେଟିନ୍ ମଧ୍ୟ ଉନ୍ମୋଚିତ ହୋଇଛି । ବିଭିନ୍ନ ଶ୍ରମିକ ଭାଇଭଉଣୀମାନଙ୍କୁ ବିଭାଗ ତରଫରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।

ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି, "ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ରାଜ୍ୟରେ କାର୍ଯ୍ୟରତ ଶ୍ରମିକମାନଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ନିରନ୍ତର ଭାବେ କାର୍ଯ୍ୟ କରୁଛି । ନିର୍ମାଣ ଶ୍ରମିକମାନଙ୍କର କଲ୍ୟାଣ ପାଇଁ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଗଠନ କରାଯାଇଛି । ଅଦ୍ୟାବଧି ୩୫ ଲକ୍ଷରୁ ଊର୍ଦ୍ଧ୍ୱ ନିର୍ମାଣ ଶ୍ରମିକଙ୍କୁ ଏହି ବୋର୍ଡ଼ ଅଧୀନରେ ପଞ୍ଜିକୃତ କରାଯାଇ ମୋଟ ୨,୬୬୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ପଞ୍ଜିକୃତ ନିର୍ମାଣ ଶ୍ରମିକ ତଥା ସେମାନଙ୍କ ପରିବାରଙ୍କୁ ଶିକ୍ଷାବୃତି, ବିବାହ, ପ୍ରସୂତୀ, ମୃତ୍ୟୁ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ।''

ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ସହଭାଗିତାରେ ଏହି କଲ୍ୟାଣ ବୋର୍ଡ଼ ମାଧ୍ୟମରେ 'ନିର୍ମାଣ ଶ୍ରମିକ ପକ୍କାଘର ଯୋଜନା', ନିର୍ମାଣ ଶ୍ରମିକ ପେନସନ୍ ଯୋଜନା', ସରକାରୀ ଆଇ.ଟି.ଆଇ ଓ ଡିପ୍ଲୋମା ଅନୁଷ୍ଠାନରେ ଶିକ୍ଷା ପାଇଁ ନିର୍ମାଣ କୁସୁମ ଯୋଜନା କାର୍ଯ୍ୟକାରୀ କରାଯାଉଛି । ସେହିପରି ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ପାଇଁ 'ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ଼' ଗଠନ କରାଯାଇ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି । ପ୍ରବାସୀ ଶ୍ରମିକମାନଙ୍କର ସୁରକ୍ଷା ପାଇଁ ସ୍ଵତନ୍ତ୍ର ଦୃଷ୍ଟି ଦିଆଯିବା ସହ ରାଜ୍ୟର ୪ଟି ପ୍ରବାସୀ ଶ୍ରମିକ ପ୍ରବଣ ଜିଲ୍ଲା ବଲାଙ୍ଗୀର, ବରଗଡ଼, କଳାହାଣ୍ଡି ଓ ନୂଆପଡ଼ାର ୪୬୭ଟି ପଞ୍ଚାୟତରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ପ୍ୟାକେଜ କାର୍ଯ୍ୟକାରୀ ହେଉଛି ବୋଲି କହିଛନ୍ତି ।

'ରାଜ୍ୟ ସରକାରଙ୍କ ୫ଟି ଉପକ୍ରମରେ PARESHRAM portal କାର୍ଯ୍ୟକାରୀ କରାଯାଇ ୫୨ଟି ବିଭିନ୍ନ ସେବା ଅନଲାଇନ ମାଧ୍ୟମରେ ଯୋଗାଇ ଦିଆଯାଉଛି । ଯାହା ରାଜ୍ୟରେ ବ୍ୟବସାୟ ସରଳୀକରଣ ଦିଗରେ ସହାୟକ ହେବା ସହ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସ୍ଵଚ୍ଛତାର ସହ ସେବା ଯୋଗାଇ ପାରିଛି । ଏହି ପୋର୍ଟାଲ ମାଧ୍ୟମରେ ୧୬, ୫୦୦ରୁ ଊର୍ଦ୍ଧ୍ବ ସେବା ପ୍ରଦାନ କରାଯାଇଛି । ଶ୍ରମିକଙ୍କ ପାଇଁ କାର୍ଯ୍ୟ କରୁଥିବା ୪ ଜଣ ଶ୍ରମିକ ନେତାଙ୍କୁ 'ବିଜୁ ଶ୍ରମିକ ବନ୍ଧୁ ସମ୍ମାନ-୨୦୨୨'ରେ ସମ୍ମାନିତ କରାଯାଇଛି ।'

ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ର ଅଧ୍ୟକ୍ଷ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ କହିଛନ୍ତି, ''ଶ୍ରମିକମାନଙ୍କର ସର୍ବାଙ୍ଗୀନ ବିକାଶ ଓ ବହୁବିଧ କଲ୍ୟାଣ ରାଜ୍ୟ ସରକାରଙ୍କ ପ୍ରାଥମିକତା । ନିର୍ମାଣ ଶ୍ରମିକମାନଙ୍କର କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିବାରେ ଓଡ଼ିଶା ଭାରତବର୍ଷରେ ଆଜି ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହୋଇଛି ।'' ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି, ''ରାଜ୍ୟ ସରକାର ଶ୍ରମିକମାନଙ୍କର ବହୁବିଧ କଲ୍ୟାଣ ନିମନ୍ତେ ଅଙ୍ଗୀକାରବଦ୍ଧ ଓ ସର୍ବଦା ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି ।''

କାର୍ଯ୍ୟକ୍ରମରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରା ଆରୁମୁଗମ୍, ସ୍ଵାଗତ ଭାଷଣ ଦେଇ ଥିବାବେଳେ ଶ୍ରମ ଆୟୁକ୍ତ ଡ. ଏନ୍ ଥରୁମାଲା ନାଏକ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.