ETV Bharat / city

ମନ୍ତ୍ରୀ ସମୀର ଦାସଙ୍କ ପକ୍ଷଚ୍ଛେଦନ ଆରମ୍ଭ ! ଦଳୀୟ ମୁଖପାତ୍ର ଦେଲେ ସଫେଇ - new bjd observer list

ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକାରୁ ବାଦ ପଡିଲେ ମନ୍ତ୍ରୀ ସମୀର ରଞ୍ଜନ ଦାସ । ଯିବ କି ମନ୍ତ୍ରୀପଦ ? ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ବିବାଦରେ ଅଛନ୍ତି ମନ୍ତ୍ରୀ ସମୀର ଦାସ । ଅଧିକ ପଢନ୍ତୁ

ମନ୍ତ୍ରୀ ସମୀର ଦାସଙ୍କ ପକ୍ଷଚ୍ଛେଦନ ଆରମ୍ଭ, ଦଳୀୟ ମୁଖପାତ୍ର ଦେଲେ ସଫେଇ

author img

By

Published : Oct 6, 2022, 6:15 PM IST

ଭୁବନେଶ୍ବର: ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକାରୁ ବାଦ ପଡିଲେ ମନ୍ତ୍ରୀ ସମୀର ରଞ୍ଜନ ଦାସ । ତେବେ ଯିବ କି ମନ୍ତ୍ରୀପଦ ? ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ବିବାଦରେ ଅଛନ୍ତି ମନ୍ତ୍ରୀ ସମୀର ଦାସ । ଆଗାମୀ 2024 ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ବିଜେଡି । ଆଜି 30 ଜିଲ୍ଲା ପାଇଁ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ତାଲିକା ପ୍ରକାଶ ପାଇଛି ।

ମନ୍ତ୍ରୀ ସମୀର ଦାସଙ୍କ ପକ୍ଷଚ୍ଛେଦନ ଆରମ୍ଭ, ଦଳୀୟ ମୁଖପାତ୍ର ଦେଲେ ସଫେଇ

ଏହି ତାଲିକାର ଗୁରୁତ୍ବପୂର୍ଣ୍ଣ ହେଲା, ପୂର୍ବରୁ ଜଗତସିଂହପୁର ଜିଲ୍ଲା ଦାୟିତ୍ବରେ ଥିବା ସମୀର ରଞ୍ଜନ ଦାସଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ତାଲିକାରୁ ବାଦ ଦିଆଯାଇଛି । ତାଙ୍କ ସ୍ଥାନରେ ଅରୁଣ ସାହୁଙ୍କୁ ଦିଆଯାଇଛି ଜଗତସିଂହପୁର ଜିଲ୍ଲା ଦାୟିତ୍ବ । ପ୍ରଶ୍ନ ଉଠୁଛି ହଠାତ କାହିଁକି ମନ୍ତ୍ରୀଙ୍କ ନାଁକୁ ବାଦ ଦିଆଗଲା । ଜିଲ୍ଲା ପରିଷଦ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ଛନ୍ଦି ହୋଇପଡିଥିଲେ ସମୀର । ଉଭୟ ବିଜେପି ଓ କଂଗ୍ରେସ ସମୀରଙ୍କ ଇସ୍ତଫା ଦାବିରେ ଅଡି ବସିଛନ୍ତି । ବିଜେଡି ସୁପ୍ରିମୋ ଖପ୍ପା ନାହାଁନ୍ତି ତ ସମୀରଙ୍କ ଉପରେ । ଆଗକୁ ଯିବ ନାହିଁ ତ ସମୀରଙ୍କ ମନ୍ତ୍ରୀ ପଦ । ଏହି ପ୍ରଶ୍ନକୁ ନେଇ ଏବେ ଚର୍ଚ୍ଚା ଆଲୋଚନା ଜୋର ଧରିଛି ।

ଧର୍ମେନ୍ଦ୍ର ସାହୁ ମୃତ୍ୟୁ ରହସ୍ୟ ଏବେବି ରହସ୍ୟ ଘେରରେ ରହିଛି । ସାମ୍ବାଦିକ ଅକ୍ଷୟ ନାୟକଙ୍କ ଫୋନକୁ ତଦନ୍ତ ପରିସରକୁ ନେଇଛି ପୋଲିସ । କାରଣ ମୃତ୍ୟୁ ପୂର୍ବରୁ ଧର୍ମେନ୍ଦ୍ର ଅକ୍ଷୟଙ୍କ ସହିତ କଥା ହୋଇ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ରଖିଥିଲେ । ଏହି ବାର୍ତ୍ତାଳାପରେ ଧର୍ମେନ୍ଦ୍ର ତାଙ୍କୁ ମୃତ୍ୟୁ ପାଇଁ ମନ୍ତ୍ରୀ ସମୀର ଦାସ ଏବଂ ଅନ୍ୟ 4ଜଣ ଦାୟୀ ରହିବେ ବୋଲି କହିଥିଲେ । ପୋଲିସ ଏହି ବାର୍ତ୍ତାଳାପ ସମ୍ବନ୍ଧିତ ତଥ୍ୟକୁ ସାମ୍ବାଦିକ ଅକ୍ଷୟ ନାୟକଙ୍କ ଠାରୁ ନେଇଛି । ଅନୁମାନ କରାଯାଉଛି ପୋଲିସର ତଦନ୍ତ ବାଟବଣା ନହୋଇ ଏହି ଫୋନକଲ୍ ଉପରେ ଆଗକୁ ବଢୁଥିବ ।

ଯଦି ଏପରି ହୁଏ ତେବେ ଆଗକୁ ମନ୍ତ୍ରୀଙ୍କ ଅଡୁଆ ଆହୁରି ବଢିପାରେ । ତେଣୁ ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କୁ ଏହି ପର୍ଯ୍ୟବେକ୍ଷକ ତାଲିକାରୁ ବାଦ ଦିଆଯାଇଥିବା ଚର୍ଚ୍ଚା ହେଉଛି । ପୂର୍ବରୁ ମନ୍ତ୍ରୀ ଏହି ପ୍ରସଙ୍ଗକୁ ଏଡାଇ ଚାଲିଛନ୍ତି । ସିଧା ସିଧା କିଛି କହିନାହାଁନ୍ତି । ଏପଟେ ରହିଛି ବିରୋଧିଙ୍କ ଚାପ । ତେଣୁ ଜାଣି ଶୁଣି ମନ୍ତ୍ରୀଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ତାଲିକାରୁ ବାଦ ଦିଆଯାଇନାହିଁ ତ ? ଏବେ ଏହି ପ୍ରସଙ୍ଗକୁ ନେଇ ରାଜନୈତିକ ମହଲରେ ଜୋରସୋରରେ ଆଲୋଚନା ଚାଲିଛି ।

ତେବେ ଏହି ପ୍ରସଙ୍ଗରେ ବିଜେଡି ମୁଖପାତ୍ର ଲେଲିନ ମହାନ୍ତି କହିଛନ୍ତି, "ଦଳର ସଂଗଠନ ସୁଦୃଢ ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ବିଭିନ୍ନ ସମୟରେ ବିଭିନ୍ନ ଲୋକଙ୍କୁ ସଂଗଠନ ଦାୟିତ୍ବ ଦିଅନ୍ତି । କିଛି ନେତାଙ୍କୁ ମନ୍ତ୍ରୀ, କିଛି ନେତାଙ୍କୁ ବିଧାୟକ-ସାଂସଦ, କିଛି ନେତା ସଂଗଠନ ଦାୟିତ୍ବରେ ରହୁନ୍ତି । ଆଉ କିଛି ନେତା ଉଭୟ ସରକାର ଓ ସଂଗଠନର ମଧ୍ୟ ଦାୟିତ୍ବ ନିଅନ୍ତି । ସେମିତି ମନ୍ତ୍ରୀ ସମୀର ଦାସ ଗୋଟିଏ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ । ତାଙ୍କ ବିଭାଗରେ ଅନେକ କାମ ରହିଛି । ଆଗକୁ ଆହୁରି କାମ ହେବ । ଏହାସହ ସେ ଅନ୍ୟ ଦଳୀୟ କାର୍ଯ୍ୟକ୍ରମ ଦାୟିତ୍ବ ଅଛନ୍ତି । ତେଣୁ ପର୍ଯ୍ୟବେକ୍ଷକ ତାଳିକାରୁ ବାଦ ପଡିବା କୌଣସି ଆଶ୍ଚର୍ଯ୍ୟଜନକ କଥା ନୁହେଁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.