ETV Bharat / city

କୋମାରେ ରାଜ୍ୟସ୍ତରୀୟ ଶିକ୍ଷକ ପୁରସ୍କାର, ଶିକ୍ଷକ ମହଲରେ ଅସନ୍ତୋଷ

author img

By

Published : Sep 4, 2022, 5:13 PM IST

ଅଚଳ ହୋଇପଡ଼ିଛି ରାଜ୍ୟସ୍ତରୀୟ ଶିକ୍ଷକ ପୁରସ୍କାର । ମନୋନୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଚୂଡ଼ାନ୍ତ ହୋଇପାରିନି । ଅଧି୍କ ପଢ଼ନ୍ତୁ

minister samir das says about state level teacher award
କୋମାରେ ରାଜ୍ୟ ସ୍ତରୀୟ ଶିକ୍ଷକ ପୁରସ୍କାର, ଶିକ୍ଷକ ମହଲରେ ଅସନ୍ତୋଷ ପ୍ରକାଶ

ଭୁବନେଶ୍ବର: ଆସନ୍ତାକାଲି ଗୁରୁ ଦିବସ । ଦୀର୍ଘ 5 ବର୍ଷ ହେବ ରାଜ୍ୟସ୍ତରୀୟ ଶିକ୍ଷକ ପୁରସ୍କାର (state level teacher award) ଦିଆଯାଇନାହିଁ । ଚଳିତ ବର୍ଷ ମଧ୍ୟ ଶିକ୍ଷକ ପୁରସ୍କାର ପ୍ରଦାନ କରାଯିବାର ସମ୍ଭାବନା ନାହିଁ । ଯାହା ଫଳରେ ଆଶାୟୀ ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । 2017 ମସିହା ପରଠାରୁ ରାଜ୍ୟସ୍ତରୀୟ ଶିକ୍ଷକ ପୁରସ୍କାର ପ୍ରହସନ ପାଲଟିଛି । ଚଳିତ ବର୍ଷ ଗୁରୁ ଦିବସରେ ଏହି ପୁରସ୍କାର ପ୍ରଦାନ କରାଯିବା ନେଇ ମନୋନୟାନ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇପାରିଲା ନାହିଁ । କ୍ରମାଗତ 5 ବର୍ଷ ହେଲା ପୁରସ୍କାର ନ ମିଳିବା ନେଇ ଶିକ୍ଷକ ତଥା ଶିକ୍ଷାବିତ୍ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

କୋମାରେ ରାଜ୍ୟ ସ୍ତରୀୟ ଶିକ୍ଷକ ପୁରସ୍କାର

ରାଜ୍ୟରେ ଶିକ୍ଷକ ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମର୍ଯ୍ୟାଦାଜନକ ‘ରାଜ୍ୟ ଶିକ୍ଷକ ପୁରସ୍କାର’ ପ୍ରଦାନ କରାଯାଇଥାଏ । ପ୍ରାଥମିକ ସ୍ତରରୁ ଜଣେ ଏବଂ ମାଧ୍ୟମିକ ସ୍ତରରୁ ଜଣେ ଶ୍ରେଷ୍ଠ ଶିକ୍ଷକଙ୍କୁ ପ୍ରତି ଜିଲ୍ଲାରୁ ମନୋନିତ କରାଯାଇଥାଏ । ହେଲେ 2017 ମସିହା ପରଠାରୁ ଏହି ପୁରସ୍କାର ସମ୍ପୂର୍ଣ୍ଣ ଭାବରେ ଅକ୍ଷମ ହୋଇପଡିଛି । ଏନେଇ (Ministry of school and mass Education Samir das) ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ଯେ, "କୋରୋନା କାଳରେ ରାଜ୍ୟର ସମସ୍ତ ଶିକ୍ଷକ ନିଷ୍ଠାର ସହ କାର୍ଯ୍ୟ କରିଛନ୍ତି । ଯାହା ଫଳରେ ଦଶମ ଓ ଯୁକ୍ତ ଦୁଇର ସଠିକ ଭାବରେ ମୂଲ୍ୟାଙ୍କନ କରାଯାଇଛି ଏବଂ ପରୀକ୍ଷା ଫଳ ପ୍ରକାଶ ପାଇଛି ।"

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଏହି କାର୍ଯ୍ୟରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହାୟକ ହୋଇଛନ୍ତି । ଦୀର୍ଘ 5 ବର୍ଷ ହେଲାଣି ରାଜ୍ୟରେ ଶିକ୍ଷକମାନଙ୍କୁ ଗୁରୁ ଦିବସରେ ସମ୍ମାନିତ କରାଯାଇନାହିଁ । କୋରୋନା 2 ବର୍ଷ ଧରି ଲାଗି ରହିଥିବା ଯୋଗୁଁ ଏହା ସମ୍ଭବ ହୋଇପାରିନାହିଁ । ଗତ ଜୁଲାଇ ମାସରୁ ଆବେଦନ କରିବା ପାଇଁ ସୂଚନା ଦିଆଯାଇଥିଲା । ଇତି ମଧ୍ୟରେ ଅନେକ ଶିକ୍ଷକମାନେ ଆବେଦନ କରିଛନ୍ତି । କିନ୍ତୁ ଏହାର ସିଲେକ୍ସନ ପ୍ରକ୍ରିୟା ସାରିବାକୁ ସମୟ ଲାଗୁଛି । ତେବେ ଚଳିତ ବର୍ଷ ଗୁରୁ ଦିବସରେ ଶିକ୍ଷକଙ୍କୁ ସମ୍ମାନିତ କରିବା ସମ୍ଭବପର ହୋଇପାରୁନାହିଁ ।" ଖୁବଶୀଘ୍ର ଶିକ୍ଷକଙ୍କୁ ସମ୍ମାନ ଦେବାର ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ ହେଲେ ନବୀନ

ଏପଟେ ଶିକ୍ଷକ ସଂଘର ସଭାପତି କହିଛନ୍ତି, "ରାଜ୍ୟରେ ଶିକ୍ଷକ ପୁରସ୍କାର ପାଇଁ ବ୍ୟାପକ ଅବ୍ୟବସ୍ଥା ସୃଷ୍ଟି ହୋଇଛି । ଜଣେ ଶିକ୍ଷକ ରାଜ୍ୟ ସ୍ତରୀୟ ପୁରସ୍କାର ପାଇବା ପାଇଁ ନିଜ କ'ଣ ପାଇଁ ଆବେଦନ କରିବେ ? ସମସ୍ତ ଜିଲ୍ଲାରେ ଶିକ୍ଷାଧିକାର ଓ ବ୍ଲକ ସ୍ତରରେ ଶିକ୍ଷାଧିକାରୀ ରହିଛନ୍ତି । ସେମାନେ ନିଜ ଅଞ୍ଚଳରୁ ଅନେକ ଭଲ ବା ଶ୍ରେଷ୍ଠ ଶିକ୍ଷକମାନଙ୍କୁ ଚୟନ କରିଥାନ୍ତେ ତେବେ କାରୋନା ବାଧକ ସାଜିନଥାନ୍ତା । ତେବେ ରାଜ୍ୟ ସରକାର ଏହାର ସଂଶାଧନ ପ୍ରସ୍ତାବ ନିଅନ୍ତୁ ।" ରାଜ୍ୟରେ ଯେଉଁମାନେ ଶିକ୍ଷାଧିକାରୀମାନେ ଅଛନ୍ତି ସେମାନଙ୍କ ତରଫରୁ ଏକ କମିଟି ଜାରି କରି ବିଭିନ୍ନ ଶିକ୍ଷକମାନଙ୍କ ତଥ୍ୟ ଗ୍ରହଣ କରି ସେ ସମ୍ପର୍କରେ ସୁପାରିସ କାଳେ ବହୁତ ଭଲ ହେବ ବୋଲି ଶିକ୍ଷକ ସଂଘର ସଭାପତି ପ୍ରକାଶ ମହାନ୍ତି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.