ETV Bharat / city

ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ବୁଲିଲେ ମନ୍ତ୍ରୀ ଓ ବିଧାୟିକା

ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ପରିଦର୍ଶନ କରିଛନ୍ତି ମନ୍ତ୍ରୀ ଓ ବିଧାୟିକା । ଏହି ପ୍ରଦର୍ଶନୀ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଅଧିକ ପଢନ୍ତୁ

ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ପରିଦର୍ଶନ କଲେ ମନ୍ତ୍ରୀ ଓ ବିଧାୟିକା

author img

By

Published : Jul 25, 2022, 10:47 PM IST

ଭୁବନେଶ୍ବର : ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ପରିଦର୍ଶନ କରିଛନ୍ତି ମନ୍ତ୍ରୀ ଓ ବିଧାୟିକା । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରିତା ସାହୁଙ୍କ ସହିତ ବରି ବିଧାୟିକା ସୁନନ୍ଦା ଦାସ, ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ଓ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହନ୍ତ ଏହି ପ୍ରଦର୍ଶନୀ ପରିଦର୍ଶନ କରିଛନ୍ତି । ପ୍ରଦର୍ଶନୀରେ ଭାଗ ନେଇଥିବା କାରିଗରମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ପରିଦର୍ଶନ କରିଛନ୍ତି । ଏହି ଅବସରରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶୁଭା ଶର୍ମା ଉପସ୍ଥିତ ଥିଲେ ।

ଏକାମ୍ର ହାଟରେ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ, ରାଜ୍ୟ ସରକାରଙ୍କ ଦ୍ବାରା ଜୁଲାଇ ୨୧ ତାରିଖଠାରୁ ଏକ ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀର ଆୟୋଜନ କରାଯାଇଛି । ଏହି ପ୍ରଦର୍ଶନୀରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା କାରିଗରମାନେ ସେମାନଙ୍କ ଦ୍ବାରା ଉତ୍ପାଦିତ ପଟ୍ଟଚିତ୍ର, ତାଳପତ୍ର ଖୋଦେଇ, ଚାନ୍ଦୁଆ କାମ, ବାଉଁଶ କାମ, କାଠ ଖୋଦେଇ, ଲାଖ କାମ, କାଇଁଚ, ଶିଙ୍ଘ କାମ, ଟେରାକୋଟା, ରୂପା ତାରକଶି ଭଳି ୧୯ଟି ହସ୍ତଶିଳ୍ପର ପ୍ରଦର୍ଶନ ଓ ବିକ୍ରୟ କରୁଛନ୍ତି ।

ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ପରିଦର୍ଶନ କଲେ ମନ୍ତ୍ରୀ ଓ ବିଧାୟିକା

ନୂଆ ରୂପରେ ଏକାମ୍ର ହାଟ ଭୁବନେଶ୍ବର ଲୋକାର୍ପଣ ହେବା ପରେ କାରିଗର, ବୁଣାକାର, ମହିଳା ସ୍ବଂୟ ସହାୟକ ଗୋଷ୍ଠୀ, ଉତ୍ପାଦକ ଗୋଷ୍ଠୀ ଓ ସମବାୟ ସମିତିମାନଙ୍କର ବ୍ୟବସାୟ ବୃଦ୍ଧି ନିମନ୍ତେ ଏହି ହାଟରେ ବିଭିନ୍ନ ସମୟରେ ପ୍ରଦର୍ଶନୀମାନ ଆୟୋଜନ କରାଯାଉଛି । ପରିଦର୍ଶକମାନେ ଏହି ହାଟରେ ଥିବା ସମୁଦାୟ ୮୩ ଟି ଷ୍ଟଲରେ ହସ୍ତଶିଳ୍ପୀ ଓ ବୁଣାକାରମାନଙ୍କ ଉତ୍ପାଦିତ ହସ୍ତଶିଳ୍ପ ତଥା ହସ୍ତତନ୍ତ ସାମଗ୍ରୀ ପ୍ରତ୍ୟକ୍ଷ ଭାବେ ଦେଖିବା ଓ କିଣିବାର ସୁଯୋଗ ପାଉଛନ୍ତି ।

ଏହା ସଙ୍ଗେ ସଙ୍ଗେ ସେମାନଙ୍କ ସହ ଭାବର ଆଦାନପ୍ରଦାନ କରିପାରୁଛନ୍ତି । ଏଥି ମଧ୍ୟରୁ ଉତ୍କଳିକା, କଳାଭୂମି, ବୟନିକା, ଅମ୍ଳାନ, ସମ୍ବଲପୁରୀ ବସ୍ତ୍ରାଳୟ ଏବଂ ଓର୍‌ମାସ୍‌ ଭଳି ସଂସ୍ଥାମାନଙ୍କୁ ୮ଟି ଷ୍ଟଲ ଆବଣ୍ଟନ କରାଯାଇଛି । ଏତଦ୍‌ବ୍ୟତୀତ ଏହି ହାଟରେ ଦର୍ଶକମାନଙ୍କ ପାଇଁ ୧୦ଟି ସ୍ବତନ୍ତ୍ର ଜଳପାନ ଷ୍ଟଲ ଉପଲବ୍ଧ କରାଯାଇଛି । ସେହି ଷ୍ଟଲମାନଙ୍କରେ ପାରମ୍ପରିକ ଓଡ଼ିଆ ଖାଦ୍ୟ ସହିତ ଭାରତର ଅନ୍ୟ ପ୍ରାନ୍ତର ସୁସ୍ୱାଦୁ ଖାଦ୍ୟମାନ ଉପଲବ୍ଧ କରାଯାଉଛି । ସେହିପରି ପରିଦର୍ଶକ ଓ କ୍ରେତାମାନଙ୍କ ସୁବିଧା ନିମନ୍ତେ ଏକାମ୍ର ହାଟ ପରିସରରେ ସମ୍ମିଳନୀ କକ୍ଷ, ମୁକ୍ତାକାଶ ମଞ୍ଚ, ଏଟିଏମ୍‌, ପାର୍କିଂ ସ୍ଥଳ ଓ କିଓସ୍କ ଆଦିର ସୁବିଧା ଉପଲବ୍ଧ କରାଯାଇଛି । ଏହି କାର୍ଯ୍ୟକ୍ରମରେ ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ୟାମଭକ୍ତ ମିଶ୍ର ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ପ୍ରଦର୍ଶନୀ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.