ETV Bharat / city

ଆସିଲା ବନ୍ୟାଜନିତ କୃଷି କ୍ଷୟକ୍ଷତି ରିପୋର୍ଟ, ତୁରନ୍ତ କ୍ଷତିପୂରଣ ରାଶି ଦେବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ - ବନ୍ୟା କ୍ଷୟକ୍ଷତି ସମୀକ୍ଷା ବୈଠକ

ବନ୍ୟା ଓ ବର୍ଷାରେ ରାଜ୍ୟରେ ପ୍ରାଣୀଧନ ଓ ଖରିଫ୍ ଫସଲର ବ୍ୟାପକ କ୍ଷୟକ୍ଷତି ହୋଇଛି । ଏନେଇ ଗ୍ରହଣ କରାଯାଇତିବା ବନ୍ୟା ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଛନ୍ତି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଅଧିକ ପଢନ୍ତୁ

ଆସିଲା ବର୍ଷା ଓ ବନ୍ୟାଜନିତ କୃଷି କ୍ଷୟକ୍ଷତି ରିପୋର୍ଟ, ତୁରନ୍ତ କ୍ଷତିପୂରଣ ରାଶି ଦେବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

author img

By

Published : Aug 30, 2022, 7:57 AM IST

ଭୁବନେଶ୍ବର: ଚଳିତ ବନ୍ୟା ଓ ବର୍ଷାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଖରିଫ ଫସଲ ଏବଂ ପ୍ରାଣୀଧନ ଓ ମତ୍ସ୍ୟସଂପଦର ବ୍ୟାପକ କ୍ଷୟକ୍ଷତି ହୋଇଛି । ଏନେଇ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ବନ୍ୟା ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ସୋମବାର ସମୀକ୍ଷା ହୋଇଛି । କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ (Ranedra Pratap Swain)ଙ୍କ ଅଧ୍ୟକ୍ଷତାରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । କ୍ଷତିଗ୍ରସ୍ତ ଜିଲ୍ଲାଗୁଡ଼ିକର ରିପୋର୍ଟ ପ୍ରାପ୍ତ ହୋଇଥିବା ବେଳେ ମନ୍ତ୍ରୀ ପ୍ରଭାବିତ ଅଞ୍ଚଳରେ ସଅଳ କିସମ ଫସଲର ବିହନ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ପ୍ରଭାବିତ ଅଞ୍ଚଳରେ ଡାଲିଜାତୀୟ ବିହନ ସେପ୍ଟେମ୍ବର ମାସ ସୁଦ୍ଧା ଚାଷୀମାନଙ୍କୁ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଆସିଲା ବର୍ଷା ଓ ବନ୍ୟାଜନିତ କୃଷି କ୍ଷୟକ୍ଷତି ରିପୋର୍ଟ, ତୁରନ୍ତ କ୍ଷତିପୂରଣ ରାଶି ଦେବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ
ଆସିଲା ବର୍ଷା ଓ ବନ୍ୟାଜନିତ କୃଷି କ୍ଷୟକ୍ଷତି ରିପୋର୍ଟ, ତୁରନ୍ତ କ୍ଷତିପୂରଣ ରାଶି ଦେବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଚାଷୀମାନଙ୍କୁ ହାଇବ୍ରିଡ଼ ପନିପରିବା ବିହନ, ବନ୍ଧାକୋବି, ଫୁଲକୋବି ଆଦିର ବିହନ କିପରି ସୁବିଧାରେ ଯୋଗାଇ ଦିଆଯାଇପାରିବ ସେ ଉପରେ କୃଷିମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି । ସେପ୍ଟେମ୍ବର ସୁଦ୍ଧା ଚାଷୀମାନଙ୍କୁ ଚିନାବାଦମ ବିହନ ଯୋଗାଇଦେବା ପାଇଁ ମନ୍ତ୍ରୀ ବିହନ ନିଗମର ପରିଚାଳନା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଖୁବ୍‌ଶୀଘ୍ର ଫସଲ ବୀମା କ୍ଷତିପୂରଣ ରାଶି ଦେବାକୁ ବୀମା କମ୍ପାନୀମାନଙ୍କ ସହ ଆଲୋଚନା କରିବା ପାଇଁ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତୁରନ୍ତ ଚିକିତ୍ସା ବ୍ୟବସ୍ଥା ସହ ପ୍ରାଣୀଧନ ଓ ମତ୍ସ୍ୟସଂପଦର ସୁରକ୍ଷା ଦିଗରେ କ୍ଷେତ୍ର ଅଧିକାରୀମାନଙ୍କ ତତ୍ପରତା ଯୋଗୁଁ କ୍ଷୟକ୍ଷତି ଅନେକ ପରିମାଣରେ ହ୍ରାସ ପାଇଛି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି । ଏଥିସହିତ ରବି ଫସଲ ନିମନ୍ତେ ନଭେମ୍ବର ମାସ ସୁଦ୍ଧା ଚାଷୀମାନଙ୍କୁ ବିହନ ଯୋଗାଇଦେବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ତୁଟିବ ଦାରୁଠେଙ୍ଗ ଡମ୍ପିଂୟାର୍ଡ ବିବାଦ, ସରକାରଙ୍କ ହସ୍ତକ୍ଷେପ ଲୋଡିଲେ ଗ୍ରାମବାସୀ

କୃଷି ଭବନ(Krushi Bhavan)ରେ ଆୟୋଜିତ ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ସ୍ୱତନ୍ତ୍ର ଶାସନ ସଚିବ ସଂଜୀବ କୁମାର ଚଢ଼ା, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ, ମତ୍ସ୍ୟ ଏବଂ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକମାନେ ଉପସ୍ଥିତ ଥିବାବେଳେ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଭିଡ଼ିଓ କନ୍‌ଫରେନ୍ସ ମାଧ୍ୟମରେ ଯୋଗ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.