ETV Bharat / city

ଭାରତ ବନ୍ଦକୁ ସମର୍ଥନ କରି ଅଡୁଆରେ ମନ୍ତ୍ରୀ; ବଦଳାଇଲେ ମତ, ରଖିଲେ ସ୍ପଷ୍ଟୀକରଣ

ଭାରତ ବନ୍ଦ ଡାକରାକୁ ସମର୍ଥନ ଜଣାଇ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଅଡୁଆରେ । ଦଳ ପକ୍ଷରୁ ପ୍ରଶ୍ନ ପରେ ବଦଳାଇଲେ ମତ ।

PHOTO
Ranedra Pratap swain
author img

By

Published : Jan 7, 2020, 7:46 PM IST

ଭୁବନେଶ୍ବର: ବୁଧବାର ବାମଦଳ ଓ ବିଭିନ୍ନ ଟ୍ରେଡ ୟୁନିୟନ ଦେଇଥିବା ଭାରତ ବନ୍ଦ ଡାକରାକୁ ରାଜ୍ୟରେ କଂଗ୍ରେସ ସମର୍ଥନ କରିଥିବା ବେଳେ ବିଜେଡି ନିଜ ଆଭିମୁଖ୍ୟ ସ୍ପଷ୍ଟ କରୁନାହିଁ । ତେବେ ଦଳରୁ ବାହାରି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବନ୍ଦ ସପକ୍ଷରେ ମତ ଦେଇଥିଲେ । ତେବେ ମନ୍ତ୍ରୀଙ୍କ ସମର୍ଥନ ପ୍ରସଙ୍ଗ ଗଣମାଧ୍ୟମରେ ପ୍ରଚାରିତ ହେବାପରେ ଦଳ ତାଙ୍କ ଉପରେ ଖପ୍ପା ହୋଇଥିଲା । ଏନେଇ ଦଳ ତରଫରୁ ମନ୍ତ୍ରୀଙ୍କୁ ପ୍ରଶ୍ନ କରାଯିବା ପରେ ମନ୍ତ୍ରୀ ନିଜ ଆଭିମୁଖ୍ୟ ବଦଳାଇଛନ୍ତି ।

VIDEO
ବଦଳାଇଲେ ମତ, ରଖିଲେ ସ୍ପଷ୍ଟୀକରଣ

ନିଜର ସାମାଜିକ ଗଣମାଧ୍ୟମରେ ଲେଖି ସ୍ପଷ୍ଟୀକରଣ ଦେଇଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ମନ୍ତ୍ରୀ କହିଛନ୍ତି ‘ମୁଁ ଯାହା କହିଛି ତାହା ଦଳର ନିଷ୍ପତ୍ତି ନୁହେଁ। ମାନ୍ୟବର ମୁଖ୍ୟମନ୍ତ୍ରୀ ଦଳର ସଭାପତି । ସେହିଁ ଦଳ ଆଭିମୁଖ୍ୟ ରଖିବେ। ତେବେ ମୁଁ ‘ହିନ୍ଦ ମଜଦୂର ସଙ୍ଘର’ କାର୍ଯ୍ୟକାରୀ ସଭାପତି ଭାବେ ଶ୍ରମିକ ମାନଙ୍କ ସ୍ଵାର୍ଥ ପାଇଁ ଧର୍ମଘଟ ସପକ୍ଷରେ ମନ୍ତବ୍ୟ ଦେଇଥିଲି’ ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଭାରତ ବନ୍ଦ ଡାକରା କୁ ସମର୍ଥନ କରିବା ନେଇ ଗଣମାଧ୍ୟମ ରେ ମନ୍ତବ୍ୟ ରଖି ଅଡୁଆରେ ପଡିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଏନେଇ ତାଙ୍କୁ ଦଳ ତରଫରୁ ପ୍ରଶ୍ନ କରାଯାଇଛି। କାହିଁକି ମନ୍ତବ୍ୟ ରଖିଲ ବୋଲି ପ୍ରଶ୍ନ କରାଯାଇଛି। ଏହାପରେ ନିଜ ମତ ବଦଳାଇ ଭିନ୍ନ ଆଲ ଦେଖାଇଛନ୍ତି। ମୁଁ ଯାହା କହିଛି ତାହା ଦଳର ନିଷ୍ପତ୍ତି ନୁହେଁ। ମାନ୍ୟବର ମୁଖ୍ୟମନ୍ତ୍ରୀ ଦଳର ସଭାପତି ହିଁ ଦଳ ଆଭିମୁଖ୍ୟ ରଖିବେ। ତେବେ ମୁଁ ହିନ୍ଦ ମଜଦୂର ସଙ୍ଘର କାର୍ଯ୍ୟକାରୀ ସଭାପତି ଭାବେ ଶ୍ରମିକମାନଙ୍କ ସ୍ଵାର୍ଥ ପାଇଁ ଧର୍ମଘଟ ସପକ୍ଷରେ ମନ୍ତବ୍ୟ ଦେଇଥିଲି ବୋଲି ଟ୍ୱିଟ ଜରିଆରେ ସ୍ପଷ୍ଟୀକରଣ ରଖିଛନ୍ତି। ରଣେନ୍ଦ୍ର ଆଜି ଧର୍ମଘଟକୁ ସମର୍ଥନ କରିବୁ ବୋଲି କହିଥିଲେ। ଯାହାକି ବିରୋଧୀଙ୍କ ମଧ୍ୟରେ ଆଲୋଚନାର ପ୍ରସଙ୍ଗ ହୋଇଛି।Body:କConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.