ଭୁବନେଶ୍ବର: ଭାରତର ଏକ ନମ୍ବର ମନ୍ତ୍ରୀ ଭାବେ ବିବେଚିତ ହେଲେ ପଞ୍ଚାୟତରାଜ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା । ଭାରତର ସର୍ବଶ୍ରେଷ୍ଠ ମନ୍ତ୍ରୀ ଭାବେ ଉପରାଷ୍ଟ୍ରପତି ତାଙ୍କୁ ଦିଲ୍ଲୀରେ ପୁରସ୍କୃତ କରିବେ ।
ଫେମ୍ଇଣ୍ଡିଆ ପକ୍ଷରୁ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଏହି ପୁରସ୍କାର ଦିଆଯିବ । ନଭେମ୍ବର 9 ତାରିଖରେ ଦିଲ୍ଲୀର ବିଜ୍ଞାନ ଭବନରେ ସେ ପୁରସ୍କୃତ ହେବେ ।
ସରକାରୀ ଯୋଜନା ଗୁଡିକର ସଠିକ୍ ପରିଚାଳନା ଓ ଦାୟିତ୍ଵ ସମ୍ପନ୍ନ ଓ ଦୁର୍ନୀତିଠାରୁ ଦୂରେଇ ରହିଥିବା ଦିଗକୁ ଆକଳନ କରି ଏହି ପୁରସ୍କାର ପ୍ରଦାନ କରାଯିବ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ