ETV Bharat / city

ପୂର୍ବ ନିର୍ଦ୍ଧାରିତ ତାରିଖରେ ହେବ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା - scheduled date

ଘୁଞ୍ଚିବନି ଦଶମ-ଦ୍ବାଦଶ ପରୀକ୍ଷା । ପୂର୍ବ ନିର୍ଦ୍ଧାରିତ ତାରିଖରେ ହେବ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ହେବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଅଧିକ ପଢନ୍ତୁ...

ଘୁଞ୍ଚିବନି ଦଶମ-ଦ୍ବାଦଶ ପରୀକ୍ଷା
ଘୁଞ୍ଚିବନି ଦଶମ-ଦ୍ବାଦଶ ପରୀକ୍ଷା
author img

By

Published : Apr 9, 2021, 5:41 PM IST

ଭୁବନେଶ୍ବର: ପୂର୍ବ ନିର୍ଦ୍ଧାରିତ ତାରିଖରେ ହେବ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଅନ୍ୟପଟେ ନବମ ଶ୍ରେଣୀ ପରୀକ୍ଷା ନେଇ ସରକାର ଆଲୋଚନା କରୁଛନ୍ତି।

ଘୁଞ୍ଚିବନି ଦଶମ-ଦ୍ବାଦଶ ପରୀକ୍ଷା

କୋଭିଡ କଟକଣା ମଧ୍ୟରେ କରାଯିବ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା। ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁଯାୟୀ, ପରୀକ୍ଷା କରାଯିବ। ଏନେଇ ଛାତ୍ରଛାତ୍ରୀ କୌଣସି ଦ୍ଵନ୍ଦ ରଖିବା ଆବଶ୍ୟକ ନାହିଁ। ଗତବର୍ଷ ଯେତିକି ପରୀକ୍ଷା କେନ୍ଦ୍ର ରହିଥିଲା ଚଳିତବର୍ଷ ବର୍ତ୍ତମାନ ଅଧିକ ପରୀକ୍ଷା କେନ୍ଦ୍ର କରାଯାଇଛି।

ସମସ୍ତ କେନ୍ଦ୍ରରେ ଠିକ ଭାବରେ କୋଭିଡ ନିୟମକୁ ପାଳନ କରାଯିବାକୁ କୁହାଯାଇଛି। ଅନ୍ୟପଟେ ନବମ ଶ୍ରେଣୀର ବାର୍ଷିକ ପରୀକ୍ଷା ରହିଥିବାବେଳେ କୋଭିଡ ପାଇଁ ସ୍କୁଲ ବନ୍ଦ କାରିଦିଆ ଯାଇଛି। ତେଣୁ ଏନେଇ ସରକାରଙ୍କ ସହ ଆଲୋଚନା କରାଯାଉଛି, ନିଷ୍ପତି ହେଲେ ଜଣାଇ ଦିଆଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.