ଭୁବନେଶ୍ବର: ରାଜ୍ୟରେ କାର୍ଯ୍ୟ କରୁଥିବା ଠିକାଦାରଙ୍କ ସମସ୍ୟା ସମାଧାନ ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛନ୍ତି। ଏନେଇ ଆଜି ଏକ ମନ୍ତ୍ରୀସ୍ତରୀୟ କମିଟି ଗଠିତ ହୋଇଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏହି କମିଟିର ଗଠନ କରାଯାଇଥିବା ବେଳେ ଇସ୍ପାତ, ପଞ୍ଚାୟତିରାଜ, ରାଜସ୍ବ, ଗ୍ରାମ୍ୟ ଉନ୍ନୟନ, ଜଳ ସମ୍ପଦ ବିଭାଗର ମନ୍ତ୍ରୀ ଏହାର ସଦସ୍ୟ ଅଛନ୍ତି।
ଏହା ସହିତ କମିଟିରେ ପୂର୍ତ୍ତ ସଚିବ ଆବାହକ ରହିଛନ୍ତି। ଚଳିତ ବିଧାନସଭାର ଶୀତ ଅଧିବେସନ ସମୟରେ ରାଜ୍ୟର ଠିକାଦାର ସଂଘ ବିଭିନ୍ନ ସମସ୍ୟା ନେଇ ଲୋୟର ପିଏମଜିରେ ଧାରଣା ଦେଇଥିଲା। ପରେ ବିଭାଗୀୟ ମନ୍ତ୍ରୀଙ୍କ ପ୍ରତିଶୃତି ପରେ ଧାରଣରୁ ଉଠିଥିଲେ ଠିକାଦାର। ପ୍ରତିଶୃତି ମୁତାବକ ମନ୍ତ୍ରୀସ୍ତରୀୟ କମିଟିର ଗଠନ କରାଯାଇଛି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ