ETV Bharat / city

ସରକାରୀ କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦଙ୍କୁ ଅଣଦେଖା, ଜବାବ ରଖିଲେ ମନ୍ତ୍ରୀ ଅଶୋକ ପଣ୍ଡା - ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଜବାବ

ରାଜ୍ୟସ୍ତରୀୟ ବନ ମହୋତ୍ସବକୁ ସ୍ଥାନୀୟ ସାଂସଦ ଓ କର୍ପୋରେଟରଙ୍କୁ ନିମମନ୍ତ୍ର ନକରିବା ଦୁର୍ଭାଗ୍ୟଜନକ । ଏନେଇ ସାଂସଦ ଅପରାଜିତା ମୁହଁ ଖୋଲିଛନ୍ତି । ଅଧିକ ପଢନ୍ତୁ

ସାଂସଦ
ସାଂସଦ
author img

By

Published : Jul 7, 2022, 9:40 PM IST

ଭୁବନେଶ୍ବର: ରାଜ୍ୟସ୍ତରୀୟ ବନ ମହୋତ୍ସବକୁ ସ୍ଥାନୀୟ ସାଂସଦ ଓ କର୍ପୋରେଟରଙ୍କୁ ନିମମନ୍ତ୍ର ନକରିବା ଦୁର୍ଭାଗ୍ୟ ଜନକ । ଏନେଇ ସାଂସଦ ଅପରାଜିତା ମୁହଁ ଖୋଲିଛନ୍ତି । ମୋତେ ଲାଗୁଛି ରାଜ୍ୟ ସରକାର ଡରୁଛନ୍ତି କିମ୍ବା ସଂକୀର୍ଣ୍ଣ ମାନସିକତାର ପରିଚୟ ଦେଉଛନ୍ତି । ଏହାର କାରଣ ଜାଣିବା ପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବି । ପୂର୍ବରୁ ମଧ୍ୟ ରାଜଧାନୀ ପ୍ରତିଷ୍ଠା ଦିବସରେ ମୋତେ ଡକାଯାଇ ନଥିଲା । ସେତେବେଳେ ମୁଁ ଏହାର ପ୍ରତିବାଦ କରିଥିଲି । ତତ୍କାଳୀନ ବାଚସ୍ପତି ଓ ମନ୍ତ୍ରୀ ଅଭିଯୋଗକୁ ଉଚିତ ବୋଲି କହିଥିଲେ । ଏଥର ଏହାର ପୁନରାବୃତ୍ତି କାହିଁକି ହେଲା ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ସାଂସଦ ।

ସରକାରୀ କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦଙ୍କୁ ଅଣଦେଖା, ଜବାବ ରଖିଲେ ମନ୍ତ୍ରୀ ଅଶୋକ ପଣ୍ଡା

ସେପଟେ ସାଂସଦ ଅପରାଜିତାଙ୍କ ଅଭିଯୋଗ ଉପରେ ଜବାବ ଦେଇଛନ୍ତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ମନ୍ତ୍ରୀ କହିଛନ୍ତି କର୍ପୋରେଟରଙ୍କୁ ବିଭାଗ କାର୍ଡ ଦେବାକୁ ଯାଇଥିଲା କିନ୍ତୁ ନାଁ ନଥିବା ଦେଖି କାର୍ଡ ଫୋପାଡି ଦେଇଥିଲେ । ସରକାରୀ କାର୍ଯ୍ୟକ୍ରମ । ବିଧାୟକ ମନ୍ତ୍ରୀ ରହିବେ, ଅନ୍ୟ ଯେଉଁ କର୍ପୋରେଟର ଆସିଥିଲେ, ସେମାନେ କାର୍ଯ୍ୟକ୍ରମରେ ବସିଥିଲେ ଏବଂ ତାଙ୍କୁ ସମ୍ମାନ ମଧ୍ୟ ଦିଆଯାଇଥିଲା । ଅପରାଜିତା ପୁରୀ ସାଂସଦ ନା ଭୁବନେଶ୍ୱରର । ପୁରୁଣା କଥା ବାହାର କରି ମନ୍ତ୍ରୀ କହିଛନ୍ତି ଲିଙ୍ଗରାଜ ମହାପ୍ରଭୁ ସ୍ୱତନ୍ତ୍ର ପରିଚାଳନା ଆଇନ ଲାଗି ତତ୍କାଳୀନ କେନ୍ଦ୍ରସଂସ୍କୃତି ମନ୍ତ୍ରୀ ନିକଟକୁ ଯିବା ଲାଗି ଭର୍ତ୍ତୃହରି ମହତାବ, ପ୍ରସନ୍ନ ଆଚାର୍ଯ୍ୟ ସସ୍ମିତ ପାତ୍ରଙ୍କୁ ସେଣ୍ଟ୍ରାଲ ହଲକୁ ପଠାଇଥିଲେ ସାଂସଦଙ୍କୁ ଡାକିବା ପାଇଁ । ସେତେବେଳେ ସେ କହିଥିଲେ ମୁଁ ଯିବି ନାହିଁ ।

ପୋଖରୀପୁଟ କେନ୍ଦ୍ରୀୟ ବିଦ୍ୟାଳୟ ଲାଗି ମୁଖ୍ୟମନ୍ତ୍ରୀ ଏକ କୋଟି 25 ଲକ୍ଷ ଟଙ୍କା ଦେଲେ । ଜାଗା ଦେଲେ । ଯେତେବେଳେ ସ୍କୁଲ ହେଲା ହେଲା ଅଶୋକ ପଣ୍ଡାଙ୍କୁ କେହି ଡାକିଲେ ନାହିଁ କି ସ୍ଥାନୀୟ କର୍ପୋରେଟରଙ୍କୁ ବି କେହି ଡାକିଲେ ନାହିଁ । କଳିଙ୍ଗ ନଗର କେନ୍ଦ୍ରୀୟ ବିଦ୍ୟାଳୟ ସମୟରେ ମଧ୍ୟ ମୋତେ ଡାକିଲେ ନାହିଁ କି କାର୍ଡ ଦେଲେ ନାହିଁ ବୋଲି କହିଛନ୍ତି ଅଶୋକ ପଣ୍ଡା । ଲୋକଙ୍କୁ ଭୁତେଇବା ପାଇଁ ଏନଏମଏ ଆକ୍ଟକୁ ଆଣି ଲିଙ୍ଗରାଜ ମନ୍ଦିର ଆଇନ ସହ ଯୋଡୁଛନ୍ତି । ଆମେ ଏତେ ବୋକା ନୋହୁଁ । ଆମେ ମଧ୍ୟ ପାଠସାଠ ପଡିଛୁ । ଦୁଇଟି ଆଇନ ସମ୍ପୂର୍ଣ ଭିନ୍ନ । ଲୋକଙ୍କୁ ଭୁତେଇଲେ ଲୋକ କ୍ଷମା ଦେବେ ନାହିଁ ବୋଲି ଓଲଟା ଅପରାଜିତାଙ୍କୁ ଆକ୍ରମଣ କରିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.