ETV Bharat / city

ମାନିଲେ ମନ୍ତ୍ରୀ: ବଳକା ସତ୍ତ୍ବେ ରାଜ୍ୟରେ ଥମୁନି ବିଦ୍ୟୁତ କାଟ୍‌

ଶୁକ୍ରବାର ବିଧାନସଭା ପ୍ରଶ୍ନକାଳରେ ଶକ୍ତି ମନ୍ତ୍ରୀଙ୍କ ଅନୁପସ୍ଥିତିରେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ଏହାକୁ ସ୍ୱୀକାର କରିଛନ୍ତି । ବିଦ୍ୟୁତ ଭିତ୍ତିଭୂମିର ବିକାଶ, ବୈଷୟିକ ତ୍ରୁଟି, ଯନ୍ତ୍ରାଂଶ ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ବିଭିନ୍ନ ସ୍ଥାନରେ ସାମୟିକ ବିଦ୍ୟୁତ କାଟ୍‌ ହେଉଥିବା ସେ ମାନିଛନ୍ତି ।

author img

By

Published : Jun 28, 2019, 2:11 PM IST

ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ୍‌, ଭୁବନେଶ୍ୱର

ଭୁବନେଶ୍ବର: ରାଜ୍ୟରେ ଆବଶ୍ୟକତା ଠାରୁ ଅଧିକ ବିଦ୍ୟୁତ ଉପଲବ୍ଧ ରହିଛି । ତେବେ ଏତେ ବଳକା ପରେ ବି ବିଦ୍ୟୁତ କାଟ୍‌ ଥମୁନି । ଆଜି ବିଧାନସଭା ପ୍ରଶ୍ନକାଳରେ ଶକ୍ତି ମନ୍ତ୍ରୀଙ୍କ ଅନୁପସ୍ଥିତିରେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ଏହାକୁ ସ୍ୱୀକାର କରିଛନ୍ତି । ବିଦ୍ୟୁତ ଭିତ୍ତିଭୂମିର ବିକାଶ, ବୈଷୟିକ ତ୍ରୁଟି, ଯନ୍ତ୍ରାଂଶ ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ବିଭିନ୍ନ ସ୍ଥାନରେ ସାମୟିକ ବିଦ୍ୟୁତ କାଟ୍‌ ହେଉଥିବା ସେ ମାନିଛନ୍ତି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ଚିଫ୍‌, ଭୁବନେଶ୍ୱର

2018-19 ବର୍ଷରେ ପିକ୍‌ ସମୟରେ 25,468 ନିୟୁତ ୟୁନିଟ ବିଦ୍ୟୁତର ଆବଶ୍ୟକତା ଥିଲା । ଏଥିଲାଗି ବିଭିନ୍ନ ସୂତ୍ରରୁ 27,633 ନିୟୁତ ୟୁନିଟ ବିଦ୍ୟୁତ ଉପଲବ୍ଧ ହେଉଛି । ଜଳ ଉତ୍ସରୁ 6420 ନିୟୁତ ୟୁନିଟ, ତାପଜରୁ 5967 ନିୟୁତ ୟୁନିଟ, ସୌର ଶକ୍ତିରୁ 414 ନିୟୁତ ୟୁନିଟ ଓ ଆଇପିପିରୁ 2766 ନିୟୁତ ୟୁନିଟ ବିଦ୍ୟୁତ ଉପଲବ୍ଧ ହୋଇଛି । ସେ ମଧ୍ୟରୁ 7073 ନିୟୁତ ୟୁନିଟ ବିଦ୍ୟୁତ, ଓ 7503 ନିୟୁତ ୟୁନିଟ ଶିଳ୍ପ କ୍ଷେତ୍ରକୁ ଯୋଗାଣ ହୋଇଛି । ଏହା ବାଦ୍‌ ଅନ୍ୟ ରାଜ୍ୟକୁ 12767 ନିୟୁତ ୟୁନିଟ ବିଦ୍ୟୁତ ବିକ୍ରି ହୋଇଛି । ଏଥିସହ ସବୁ ମେଡ଼ିକାଲ କଲେଜକୁ 24 ଘଣ୍ଟିଆ ବିଦ୍ୟୁତ ସଂଯୋଗ କରାଯିବ ବୋଲି ଭାରପ୍ରାପ୍ତ ମନ୍ତ୍ରୀ କହିଛନ୍ତି ।

current
ଫାଇଲ ଫଟୋ

ଗତ 19 ବର୍ଷ ମଧ୍ୟରେ ରାଜ୍ୟରେ ବିଦ୍ୟୁତ ଉପଭୋକ୍ତା ଓ ଭିତ୍ତିଭୂମିର ବ୍ୟାପକ ବୃଦ୍ଧି ହୋଇଛି । 2000ରେ 16 ଲକ୍ଷ ଘରୋଇ ଉପଭୋକ୍ତା ଥିବା ବେଳେ ଏବେ ବିଦ୍ୟୁତ ଉପଭୋକ୍ତାଙ୍କ ସଂଖ୍ୟା 96 ଲକ୍ଷକୁ ପହଞ୍ଚିଛନ୍ତି । ଗ୍ରୀଡ଼ ସଂଖ୍ୟା 61ରୁ 148କୁ ବଢିଛି । ହାଇ ଟେନ୍ସନ ଲାଇନ 60,100 କିଲୋମିଟର ରୁ 1,54,777 କିଲୋମିଟର କୁ ବୃଦ୍ଧି ପାଇଛି । ଲୋ ଟେନ୍ସନ ଲାଇନ 54,160 କିଲୋମିଟର ରୁ 1,76,259 କିଲୋମିଟର କୁ ବୃଦ୍ଧି ପାଇଛି ।

ଶକ୍ତି କ୍ଷେତ୍ରରେ ବଳକା ରାଜ୍ୟ ଓଡିଶା । 12767 ନିୟୁତ ୟୁନିଟ ବିଦ୍ୟୁତ ବାହାର ରାଜ୍ୟକୁ ବିକ୍ରି ହୋଇଛି । ତେବେ ଏତେ ପରେ ବି ରାଜ୍ୟରେ ବିଦ୍ୟୁତ କାଟ ବନ୍ଦ ହେଉନାହିଁ । ବିଧାନସଭା ଅଧିବେସନ ଚାଲିଥିବା ସମୟରେ ଶ୍ରମମନ୍ତ୍ରୀଙ୍କ ରିପୋର୍ଟ ପରେ ବିଧାୟକ ନରସିଂହ ମିଶ୍ରଙ୍କ ଏପରି ପ୍ରଶ୍ନ କରି ସରକାରଙ୍କୁ ଘେରିଛନ୍ତି ।

ଭୁବନେଶ୍ବରରୁ ବ୍ୟୁରୋ ଚିଫ୍‌ ଅଜିତ ଦାସ, ଇଟିଭି ଭାରତ

ମନ୍ତ୍ରୀ ମାନିଲେ : ବିଦ୍ୟୁତ ବଳକା ସତ୍ତ୍ୱେ ରାଜ୍ୟରେ ବିଦ୍ୟୁତ କାଟ ହେଉଛି 
ଭୁବନେଶ୍ୱର () ରାଜ୍ୟରେ ଆବଶ୍ୟକତା ତୁଳନାରେ ବଳକା ବିଦ୍ୟୁତ ଉପଲବ୍ଧ ହେଉଥିଲେ ବି ବିଦ୍ୟୁତ କାଟ ହେଉଛି । ଆଜି ବିଧାନସଭା ପ୍ରଶ୍ନକାଳରେ ଶକ୍ତି ମନ୍ତ୍ରୀଙ୍କ ଅନୁପସ୍ଥିତିରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ଏହା ସ୍ୱୀକାର କରିଛନ୍ତି । ବିଦ୍ୟୁତ ଭିତ୍ତିଭୂମିର ବିକାଶ, ବୈଷୟିକ ତ୍ରୁଟି, ଯନ୍ତ୍ରାଂଶ ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ବିଭିନ୍ନ ସ୍ଥାନରେ ସାମୟିକ ବିଦ୍ୟୁତ କାଟ ହେଉଥିବା ସେ ମାନିଛନ୍ତି । 

2018-19 ବର୍ଷରେ ପିକ ସମୟରେ 25, 468 ନିୟୁତ ୟୁନିଟ ବିଦ୍ୟୁତର ଆବଶ୍ୟକତା ଥିଲା । ଏବଂ ବିଭିନ୍ନ ସୂତ୍ରରୁ 27,633 ନିୟୁତ ୟୁନିଟ ବିଦ୍ୟୁତ ଉପଲବ୍ଧ ହେଉଛି । ଜଳ ବିଦ୍ୟୁତରୁ 6420 ନିୟୁତ ୟୁନିଟ, ତାପଜ ବିଦ୍ୟୁତରୁ 5967 ନିୟୁତ ୟୁନିଟ, ସୌର ଶକ୍ତିରୁ 414 ନିୟୁତ ୟୁନିଟ, ଆଇପିପିରୁ 2766 ନିୟୁତ ୟୁନିଟ ବିଦ୍ୟୁତ ଉପଲବ୍ଧ ହୋଇଛି । ସେ ମଧ୍ୟରୁ 7073 ନିୟୁତ ୟୁନିଟ ବିଦ୍ୟୁତ ଶିଳ୍ପ କ୍ଷେତ୍ରକୁ ଓ 7503 ନିୟୁତ ୟୁନିଟ ଯୋଗାଣ ହୋଇଛି । ଅନ୍ୟ ରାଜ୍ୟକୁ 12767 ନିୟୁତ ୟୁନିଟ ବିଦ୍ୟୁତ ବିକ୍ରୀ ହୋଇଛି । ଏଥିସହ ସବୁ ମେଡ଼ିକାଲ କଲେଜକୁ 24 ଘଣ୍ଟିଆ ବିଦ୍ୟୁତ ସଂଯୋଗ କରାଯିବ ବୋଲି ଭାରପ୍ରାପ୍ତ ମନ୍ତ୍ରୀ କହିଛନ୍ତି । 

ଗତ 19 ବର୍ଷ ମଧ୍ୟରେ ରାଜ୍ୟରେ ବିଦ୍ୟୁତ ଉପଭୋକ୍ତା ଓ ଭିତ୍ତିଭୂମିର ବ୍ୟାପକ ବୃଦ୍ଧି ହୋଇଛି । 2000ରେ 16 ଲକ୍ଷ ଘରୋଇ ଉପଭୋକ୍ତା ଥିବା ବେଳେ ଏବେ ବିଦ୍ୟୁତ ଉପଭୋକ୍ତାଙ୍କ ସଂଖ୍ୟା 96 ଲକ୍ଷକୁ ପହଞ୍ଚିଛନ୍ତି । ଗ୍ରୀଡ଼ ସଂଖ୍ୟା 61ରୁ 148କୁ ବଢିଛି । ହାଇ ଟେନ୍ସନ ଲାଇନ 60,100 କିଲୋମିଟର ରୁ 1,54,777 କିଲୋମିଟର କୁ ବୃଦ୍ଧି ପାଇଛି । ଲୋ ଟେନ୍ସନ ଲାଇନ 54,160 କିଲୋମିଟର ରୁ 1,76,259 କିଲୋମିଟର କୁ ବୃଦ୍ଧି ପାଇଛି । 

ବାଇଟ - ସୁଶାନ୍ତ ସିଂହ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ
ବାଇଟ - ନରସିଂହ ମିଶ୍ର, କଂଗ୍ରେସ ବିଧାୟକ ଦଳ ନେତା
(All bytes are in Live Feed) 
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.