ETV Bharat / city

ମାଷ୍ଟର ମାଇଣ୍ଡ ଏଡିଟର କୋଲକାତାରୁ ଗିରଫ, ଲେଡି ରିପୋର୍ଟରକୁ ମୋହରା କରି ରଚିଥିଲା ଷଡଯନ୍ତ୍ର - ଖଣି ବ୍ୟବସାୟୀଙ୍କୁ ଅପହରଣ ଘଟଣା

ଗତ ଅଗଷ୍ଟ ୭ ତାରିଖରେ ଲେଡ଼ି ରିପୋର୍ଟରଙ୍କୁ ମୋହରା ବନାଇ ଖଣି ବ୍ୟବସାୟୀଙ୍କୁ ଅପହରଣ ଘଟଣା । ମାଷ୍ଟର ମାଇଣ୍ଡ ତଥା ଏଡ଼ିଟରକୁ କୋଲକାତାରୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ...

ଲେଡି ରିପୋର୍ଟରକୁ ମୋହରା, ଅପହରଣର ମାଷ୍ଟର ମାଇଣ୍ଡ କୋଲକାତାରୁ ଗିରଫ

author img

By

Published : Sep 6, 2021, 2:15 PM IST

Updated : Sep 6, 2021, 2:46 PM IST

ଭୁବନେଶ୍ବର: ଗତ ଅଗଷ୍ଟ ୭ ତାରିଖରେ ହୋଇଥିବା ଖଣି ବ୍ୟବସାୟୀ ଅପହରଣ ମାମଲାରେ ମାଷ୍ଟରମାଇଣ୍ଡକୁ ଗିରଫ କରିଛି ପୋଲିସ । କୋଲକାତାରୁ ଗିରଫ ହୋଇଛି ମାଷ୍ଟର ମାଇଣ୍ଡ ତଥା ୱେବ ପୋର୍ଟାଲ କଳିଙ୍ଗ ଲାଇଭର ଏଡ଼ିଟର ରଘୁନାଥ ସାହୁ । ଏମାନେ ଲେଡ଼ି ରିପୋର୍ଟରକୁ ମୋହରା କରି ଖଣି ବ୍ୟବସାୟୀଙ୍କୁ ଅପହରଣ କରି ଟଙ୍କା ମାଗିଥିଲେ । ତେବେ ପୋଲିସ ଘଟଣାରେ ସମ୍ପୃକ୍ତ ୱେବ ମିଡ଼ିଆର ଲେଡ଼ି ରିପୋର୍ଟରଙ୍କ ସମେତ ୫ ଜଣଙ୍କୁ ଗିରଫ କରିଥିଲା ।

ମାଷ୍ଟର ମାଇଣ୍ଡ ଏଡିଟର କୋଲକାତାରୁ ଗିରଫ, ଲେଡି ରିପୋର୍ଟରକୁ ମୋହରା କରି ରଚିଥିଲା ଷଡଯନ୍ତ୍ର

ଅପହରଣ ହୋଇଥିବା ଖଣି ବ୍ୟବସାୟୀ ହେଉଛନ୍ତି ପୂର୍ଣ୍ଣଚନ୍ଦ୍ର ସାହୁ । ଆଉ ପୁରା ଘଟଣାର ମାଷ୍ଟର ମାଇଣ୍ଡ ତଥା ଅପହରଣକାରୀ ହେଉଛନ୍ତି ରାଜ ତଥା ରଘୁନାଥ ସାହୁ । ଏମାନେ ଖଣି ବ୍ୟବସାୟୀଙ୍କୁ ଅପହରଣ କରି ମାଡ଼ ମାରିବ ସହିତ ଟଙ୍କା ମାଗୁଥିଲେ । ଏଥିରେ ୱେବ ପୋର୍ଟାଲ ଏଡ଼ିଟର ଜଣକ ଲେଡ଼ି ରିପୋର୍ଟରଙ୍କୁ ମୋହରା ବନାଇଥିଲେ ।

ଏହା ବି ପଢନ୍ତୁ: ଫାଇନାନ୍ସ ଡିଲ ନାଁରେ ଖଣି ବ୍ଯବସାୟୀଙ୍କୁ ଅପହରଣ: ସିଲ ହେଲା ଓ୍ବେବପୋର୍ଟାଲ, ସାମ୍ବାଦିକା ଗିରଫ

କେମିତି ହୋଇଥିଲା ଅପହରଣ ?

ଗତ ୭ ତାରିଖରେ ଖଣି ବ୍ୟବସାୟୀ ପୂର୍ଣ୍ଣଚନ୍ଦ୍ର ତାଙ୍କ ସହଯୋଗୀ ରାମାନୁଜଙ୍କ ଜରିଆରେ ଓ୍ବେବ ପୋର୍ଟାଲ ମାଲିକ ରଘୁନାଥ ସାହୁ ଓ ସହଯୋଗୀ ଭିକୁ ସିଂଙ୍କୁ ଯୋଗାଯୋଗ କରିଥିଲେ । ଏକ ଫାଇନାନ୍ସ ଡିଲ କରାଇ ଦେବାକୁ କହି ଲାଲଚାନ୍ଦ ମାଲିକ ସହ ଭେଟଘାଟ ପାଇଁ ଭୁବନେଶ୍ବର ଡକାଇଥିଲେ। ଶେଷରେ ଭେଟ କରିବା ପାଇଁ ରାଜ ତାଙ୍କୁ ନିଜର ରଘୁନାଥପୁର ସ୍ଥିତ ଓ୍ବେବପୋର୍ଟାଲ ଅଫିସକୁ ନେଇଥିଲେ । ସେଠାରେ ଥିବା ସିକ୍ୟୁରିଟି ଗାର୍ଡ ରାକେଶ ଓ ମମତା ସାହୁ ତାଙ୍କ ଠୁ ମୋବାଇଲ ଛଡାଇ ନେଇଥିଲେ।

ପରେ ସାମ୍ବାଦିକା ପ୍ରିୟମ୍ବଦା ନାୟକ ଓ ତାଙ୍କ କ୍ୟାମେରା ପର୍ସନ ଓ ଆସିଷ୍ଟାଣ୍ଟ ମିଶି ଖଣି ବ୍ୟବସାୟୀଙ୍କୁ ଏକ ଘରେ ବନ୍ଦୀ କରିଥିଲେ । ପୂର୍ଣ୍ଣଚନ୍ଦ୍ର ଏକ ଖଣି ମାଲିକଙ୍କୁ ୫୦ଲକ୍ଷ ଟଙ୍କାର ଦାଦାବଟି ଘଟଣାକୁ ଭଣ୍ଡୁର କରିଥିବାରୁ ରାଜଙ୍କ ପୂର୍ବରୁ ରାଗ ରହିଥିଲା । ଦାଦାବଟିରୁ ଏହି କ୍ଷତିପୂରଣ ପାଇଁ ରାଜ ଖଣି ବ୍ୟବସାୟୀଙ୍କ ଠାରୁ ୧୦ଲକ୍ଷ ଟଙ୍କା ଦାବି କରିଥିଲେ । ଏନେଇ ତାଙ୍କୁ ଉଲଗ୍ନ କରି ମାଡ଼ ମାରିଥିଲେ । ପୂର୍ଣ୍ଣଚନ୍ଦ୍ରଙ୍କ ଉପରେ ନାଚ ଓ କୁଦାକୁଦି କରି ଦୁଇଦିନ ପର୍ଯ୍ୟନ୍ତ ବେଲଟରେ ପିଟିଥିଲେ । ଏହା ସହ ସାମ୍ବାଦିକା ଜଣକ ତାଙ୍କ ଗୁପ୍ତାଙ୍ଗରେ ଚେଙ୍କ ଦେଇଥିଲେ।

ଏହାପରେ ଖଣି ବ୍ୟବସାୟୀଙ୍କ ପରିବାରକୁ ଯୋଗାଯୋଗ କରାଯାଇ ଧମକ ଦିଆଯାଇଥିଲା । ପରିବାର ଲୋକେ ୫୦ହଜାର ଯୋଗାଡ଼ କରି ଦେବା ପରେ ବାକି ଟଙ୍କା ଦେବା ସର୍ତ୍ତରେ ପୂର୍ଣ୍ଣଚନ୍ଦ୍ରଙ୍କୁ ଛାଡିଥିଲେ । ଏହାପରେ ଅକଥନୀୟ ନିର୍ଯାତନା ସହିଥିବା ପୂର୍ଣ୍ଣଚନ୍ଦ୍ର ନନ୍ଦନକାନନ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରିବା ପରେ ୫ ଜଣଙ୍କୁ ପୂର୍ବରୁ ଗିରଫ କରି ଅଫିସ ସିଲ କରିଥିଲା । ଏବେ ଘଟଣାର ମାଷ୍ଟର ମାଇଣ୍ଡ ରାଜକୁ କୋଲକାତାରୁ ଗିରଫ କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated : Sep 6, 2021, 2:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.