ETV Bharat / city

ମଧ୍ୟାହ୍ନ ଭୋଜନରେ ମିଳିବ ଦୁଗ୍ଧଜାତ ଦ୍ରବ୍ୟ - ରାଜ୍ୟ ସରକାର

ଏଣିକି ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀ ଖାଇବେ ଦୁଗ୍ଧଜାତ ଦ୍ରବ୍ୟ । ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଦେବାକୁ ନିଷ୍ପତ୍ତି ନେଇଛି ସମବାୟ ବିଭାଗ। ବିଦ୍ୟାଳୟରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନରେ ଦୁଗ୍ଧଜାତ ଖାଦ୍ୟ ମିଳିବା ଦ୍ବାରା ଦୁଗ୍ଧଚାଷୀ ମଧ୍ୟ ଉପକୃତ ହେବେ ।

ଡ଼ିଜାଇନ୍ ଫଟୋ
author img

By

Published : Sep 10, 2019, 5:49 PM IST

Updated : Sep 10, 2019, 8:05 PM IST

ଭୁବନେଶ୍ବର: ବିଦ୍ୟାଳୟରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନରେ ଏଣିକି ମିଳିବ ଦୁଗ୍ଧଜାତ ଦ୍ରବ୍ୟ । ଏନେଇ ବିଚାର ବିମର୍ଷ ଜାରି ରଖିଛନ୍ତି ରାଜ୍ୟ ସରକାର। । ରାଜ୍ୟରେ ଦୁଗ୍ଧ ବ୍ୟବହାର ମୁଣ୍ଡପିଛା 110 ଗ୍ରାମ ରହିଥିବା ବେଳେ ପଞ୍ଜାବରେ ଏହା 10 ଗୁଣା ରହିଛି । ତେଣୁ ମୁଣ୍ଡପିଛା ଦୁଗ୍ଧଜାତ ଦ୍ରବ୍ୟ ବ୍ୟବହାର ବୃଦ୍ଧି ଘଟାଇବା ସହିତ ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ଏହା ପ୍ରଦାନ କରାଯିବ ବୋଲି କହିଛନ୍ତି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ।

ଏପରି ନିଷ୍ପତ୍ତିକୁ ସିଧାସଳଖ ନିଜ କାନ୍ଧକୁ ନେଇଛନ୍ତି ମନ୍ତ୍ରୀ । କିପରି ଏହା କାର୍ଯ୍ୟକାରୀ ହେବ ସେନେଇ ମଧ୍ୟ ଆଲୋଚନା ଜାରି ରହିଛି । ବିଦ୍ୟାଳୟର ମଧ୍ୟାହ୍ନ ଭୋଜନରେ ଦୁଗ୍ଧଜାତ ଖାଦ୍ୟ ମିଳିବା ଦ୍ବାରା ଛାତ୍ରଛାତ୍ରୀ ପୁଷ୍ଟିକର ଖାଦ୍ୟ ପାଇବାରେ ସକ୍ଷମ ହେବେ । ଏହା ସହ ଦୁଗ୍ଧ ଚାଷୀ ମଧ୍ୟ ଉପକୃତ ହେବେ ବୋଲି ମନ୍ତ୍ରୀ କହିଛନ୍ତି।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ରାଜ୍ୟରେ ଓମଫେଡର ଏବେ 3760 ସମବାୟ ସମିତି ରହିଥିବା ବେଳେ ମୋଟ 2 ଲକ୍ଷ 70 ହଜାର ଦୁଗ୍ଧଚାଷୀ ରହିଛନ୍ତି। ଦୈନିକ 63 ଲକ୍ଷ ଲିଟର କ୍ଷୀର ଓମଫେଡ ସଂଗ୍ରହ କରୁଥିବା ବେଳେ 80 ଲକ୍ଷ ଟାର୍ଗେଟ ରଖାଯାଇଛି । ଗୋ ସମ୍ପଦ ବିକାଶରେ ଉଦ୍ୟୋଗୀଙ୍କ ଭୂମିକା ଶୀର୍ଷକ କର୍ମଶାଳାରେ ଯୋଗ ଦେଇ ଏହି ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ବିଦ୍ୟାଳୟରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନରେ ମିଳିବ ଦୁଗ୍ଧଜାତ ଦ୍ରବ୍ୟ। ଏନେଇ ବିଚାର ବିମର୍ଷ ଚଳାଉଛନ୍ତି ରାଜ୍ୟ ସରକାର। ରାଜ୍ୟରେ ଦୁଗ୍ଧ ବ୍ୟବହାର ମୁଣ୍ଡପିଛା 110 ଗ୍ରାମ ରହିଥିବା ବେଳେ ପଞ୍ଜାବରେ ଏହା 10 ଗୁଣା ରହିଛି। ତେଣୁ ମୁଣ୍ଡପିଛା ଦୁଗ୍ଧଜାତ ଦ୍ରବ୍ୟ ବ୍ୟବହାର କିପରି ବୃଦ୍ଧି ପାଇବ ସେନେଇ ଉଦ୍ୟମ ହେବ ଉଚିତ ବୋଲି କହିଛନ୍ତି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ସେ ସିଧାସଳଖ ନିଜ କାନ୍ଧକୁ ଏହି ପ୍ରସଙ୍ଗ ନେଇଛନ୍ତି, କିପରି ଏହା କାର୍ଯ୍ୟକାରୀ ହେବ ସେନେଇ ବୁଝକଯିବା ବୋଲି କହିଛନ୍ତି। ଏପରି ହେଲେ ଚାଷୀ ଉପକୃତ ହେବେ ଆଉ ଛାତ୍ରଛାତ୍ରୀ ମଧ୍ୟ ପୁଷ୍ଟିକର ଖାଦ୍ୟ ପାଇବାରେ ସକ୍ଷମ ହେବେ ବୋଲି ସେ କହିଛନ୍ତି। ଓମ୍ଫେଡ ର ଏବେ 3760 ସମବାୟ ସମିତି ରହିଛି।ପ୍ରାୟ 2 ଲକ୍ଷ 70 ହଜାର ଚାଷୀ ରହିଛନ୍ତି। ଏବେ ଦୈନିକ 63 ଲକ୍ଷ ଲିଟର କ୍ଷୀର ଓମ୍ଫେଡ ସଂଗ୍ରହ କରୁଥିବା ବେଳେ 80 ଲକ୍ଷ ଟାର୍ଗେଟ ରଖାଯାଇଛି। ଗୋ ସମ୍ପଦ ବିକାଶରେ ଉଦ୍ୟୋଗୀମାନଙ୍କ ଭୂମିକା ଶୀର୍ଷକ କର୍ମଶାଳାରେ ଯୋଗ ଦେଇ ଏହା କହିଛନ୍ତି ସମବାୟ ମନ୍ତ୍ରୀ

Body:ବାଇଟ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସମବାୟ ମନ୍ତ୍ରୀ

Conclusion:
Last Updated : Sep 10, 2019, 8:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.