ETV Bharat / city

‘ସଂକ୍ରମଣ ବଢିଲେ ହେବ ମାଇକ୍ରୋ କଣ୍ଟେନମେଣ୍ଟ’ - ଇକ୍ରୋ କଣ୍ଟେନମେଣ୍ଟ ଜୋନ

କୋରୋନା ସଂକ୍ରମଣ ବୃଦ୍ଧି ନେଇ DMET ସିବିକେ ମହାନ୍ତିଙ୍କ ପତିକ୍ରିୟା । ‘ଭୁବନେଶ୍ବରରେ କିଛି ସ୍ଥାନରେ କୋରୋନା ସଂକ୍ରମଣ ବଢୁଛି । ଯେଉଁଠାରେ ସଂକ୍ରମଣ ବଢିବ ସେଠି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ହେବ। ଅଧିକ ପଢନ୍ତୁ...

ସଂକ୍ରମଣ ବଢିଲେ ମାଇକ୍ରୋ କଣ୍ଟେନମେଣ୍ଟ: DMET
ସଂକ୍ରମଣ ବଢିଲେ ମାଇକ୍ରୋ କଣ୍ଟେନମେଣ୍ଟ: DMET
author img

By

Published : Oct 7, 2021, 1:46 PM IST

ଭୁବନେଶ୍ବର: କୋରୋନା ସଂକ୍ରମଣ ବୃଦ୍ଧି ନେଇ DMET ସିବିକେ ମହାନ୍ତିଙ୍କ ପତିକ୍ରିୟା । ‘ଭୁବନେଶ୍ବରରେ କିଛି ସ୍ଥାନରେ କୋରୋନା ସଂକ୍ରମଣ ବଢୁଛି । ଯେଉଁ ଠାରେ ସଂକ୍ରମଣ ବଢିବ ସେଠି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ହେବ। ପୂର୍ବରୁ କିଛି ସ୍ଥାନରେ କଣ୍ଟେନମେଣ୍ଟ ଜୋନ କରାଯାଇଥିଲା । 7 ଦିନ ହେଲାଣି ସଂକ୍ରମଣରେ ହ୍ରାସ ବୃଦ୍ଧି ଲାଗି ରହିଛି । ତେବେ ସଂକ୍ରମଣ ବୃଦ୍ଧି ଲୋକମାନଙ୍କ ଚାଲିଚଳନ ଓ ଆଚରଣ ଉପରେ ନିର୍ଭର କରେ ବୋଲି କହିଛନ୍ତି ସିବିକେ ମହାନ୍ତି ।

ସଂକ୍ରମଣ ବଢିଲେ ମାଇକ୍ରୋ କଣ୍ଟେନମେଣ୍ଟ: DMET

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅନେକ ସମୟ ଧରି ସଂକ୍ରମଣ ସ୍ଥିର ରହିଥିବା ବେଳେ ଆଜି ସଂକ୍ରମଣ ବଢ଼ିବାରେ ଲାଗିଛି । ରାଜ୍ୟରେ ସଂକ୍ରମଣର ଅଧାରୁ ଅଧିକ ଖୋର୍ଦ୍ଧା ଜିଲ୍ଲାରେ ରହିଛି । ରାଜ୍ୟରେ ଆକ୍ଟିଭ କେସ 5 ହଜାର 133 ରହିଥିବା ବେଳେ କେବଳ ଖୋର୍ଦ୍ଧାରେ ରହିଛି 2 ହଜାର 347 । ଏବେ ବି ଖୋର୍ଦ୍ଧା ଜିଲ୍ଲା ୟେଲୋ ଜୋନରେ ରହିଛି। ରାଜ୍ୟରେ ଟିପିଆର 0.83 ପ୍ରତିଶତ ରହିଥିବା ବେଳେ ଖୋର୍ଦ୍ଧାରେ ତାହା 2.76 ପ୍ରତିଶତ ରହିଛି । ଖୋର୍ଦ୍ଧାକୁ ଛାଡ଼ି ଦେଲେ କଟକରେ 1.34, ମୟୂରଭଞ୍ଜରେ 1.07 , ପୁରୀରେ 1.14 ପ୍ରତିଶତ ଟିପିଆର ରହିଛି।

ଅନ୍ୟପଟେ ରାଜ୍ୟରେ ବୌଦ୍ଧ, ଗଜପତି, ଝାରସୁଗୁଡା, କେନ୍ଦୁଝର, ମାଲକାନଗିରି, ନବରଙ୍ଗପୁର, ନୂଆପଡା, ରାୟଗଡା ଆଦି ଜିଲ୍ଲାଗୁଡିକରେ ଟିପିଆର 0 ରହିଛି । ଏହାର ମାନେ ଏହି ଜିଲ୍ଲା ଗୁଡିକରେ ସକ୍ରିୟ ମାମଲା ନାହିଁ ବୋଲି DMET ସିବିକେ ମହାନ୍ତି କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.