ETV Bharat / city

ଚଳିତ ଆର୍ଥିକବର୍ଷରେ ମନରେଗାରେ 20 କୋଟି କାର୍ଯ୍ୟ ଦିବସ ଧାର୍ଯ୍ୟ - mahatma gandhi

2020/21 ଆର୍ଥିକ ବର୍ଷରେ ରାଜ୍ୟ ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ସ୍କିମ (MGNREGS) ଅଧୀନରେ 20 କୋଟି କାର୍ଯ୍ୟ ଦିବସ ଧାର୍ଯ୍ୟ କରିଛନ୍ତି । ରାଜ୍ୟ ନିଯୁକ୍ତି ଗ୍ୟାରେଣ୍ଟି ପରିଷଦର ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ...

ଚଳିତ ଆର୍ଥିକବର୍ଷରେ ମନରେଗାରେ 20 କୋଟି କାର୍ଯ୍ୟ ଦିବସ ଧାର୍ଯ୍ୟ

author img

By

Published : May 11, 2021, 6:48 AM IST

ଭୁବନେଶ୍ବର: 2020/21 ଆର୍ଥିକ ବର୍ଷରେ ରାଜ୍ୟ ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ସ୍କିମ (MGNREGS) ଅଧୀନରେ 20 କୋଟି କାର୍ଯ୍ୟ ଦିବସ ଧାର୍ଯ୍ୟ କରିଛନ୍ତି । ଯାହା 2019/20 ଆର୍ଥିକ ବର୍ଷରେ ସୃଷ୍ଟି ହୋଇଥିବା କାର୍ଯ୍ୟ ଦିନଠାରୁ 81 ପ୍ରତିଶତ ଅଧିକ ବୋଲି ସରକାର ଘୋଷଣା କରିଛନ୍ତି । ରାଜ୍ୟ ନିଯୁକ୍ତି ଗ୍ୟାରେଣ୍ଟି ପରିଷଦର ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି ।Body:2019/20ରେ ଗ୍ରାମାଞ୍ଚଳରେ ଚାକିରି ଯୋଜନା ଅଧୀନରେ ସମୁଦାୟ 11.14 କୋଟି କାର୍ଯ୍ୟ ଦିବସ କାର୍ଯ୍ୟ ସୃଷ୍ଟି ହୋଇଥିବାବେଳେ 2018/19 ରେ 8.30 କୋଟି କାର୍ଯ୍ୟ ଦିବସ ସୃଷ୍ଟି ହୋଇଥିଲା । ରାଜ୍ୟରେ MGNREGS ଅଧୀନରେ ମୋଟ 37.01 ଲକ୍ଷ ଗ୍ରାମୀଣ ପରିବାରକୁ ନିଯୁକ୍ତି ଯୋଗାଇ ଦିଆଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗ ଓ ସମ୍ପୃକ୍ତ ଜିଲ୍ଲା ପ୍ରଶାସନର ସମନ୍ୱୟରୁ ଏହା ସମ୍ଭବ ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି । ଗ୍ରାମାଞ୍ଚଳର ଚାକିରୀ ଯୋଜନା ଅଧୀନରେ 3.75 ଲକ୍ଷ ପରିବାର ବର୍ଷରେ 100 ଦିନ କାର୍ଯ୍ୟ ପାଇଛନ୍ତି । ସେହିପରି 2019/20 ରେ 1.16 ଲକ୍ଷ ପରିବାର ଏବଂ 2018/19 ରେ 0.47 ଲକ୍ଷ ପରିବାର ନିଯୁକ୍ତି ସୁବିଧାର ଲାଭ ଉଠାଇଥିଲେ ।

ପ୍ରବାସୀ ଶ୍ରମିକଙ୍କୁ ନିଯୁକ୍ତି ଯୋଗାଇବା ଲାଗି ରାଜ୍ୟ ସରକାର ବଜେଟରେ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । ପ୍ରବାସୀ ଶ୍ରମିକ ପ୍ରବଣ 20ଟି ବ୍ଲକରେ ସରକାର ଦିନକୁ ସର୍ବନିମ୍ନ ମଜୁରୀ ହାରାହାରି 308 ଟଙ୍କା ପ୍ରଦାନ କରୁଛନ୍ତି । ପୂର୍ବରୁ MGNREGS ଅଧୀନରେ ଶ୍ରମିକ ଦିନକୁ 207 ଟଙ୍କା ପ୍ରଦାନ କରୁଥିଲେ । ଯାହା 101 ଟଙ୍କା ବୃଦ୍ଧି ହୋଇ 308 ଟଙ୍କା ହୋଇଛି । ଏହା ସହ ଏହି 20 ଟି ବ୍ଲକ୍ ପାଇଁ ଅତିରିକ୍ତ 200 ଦିନର କାର୍ଯ୍ୟ ମଧ୍ୟ ଅନୁମୋଦିତ କରିଛନ୍ତି ସରକାର । ସେହିପରି ସୁନ୍ଦରଗଡ, ଅନୁଗୁଳ, ଝାରସୁଗୁଡା, ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁର ଭଳି 6 ଟି ଖଣିଜ ଭିତ୍ତିଭୂମି ଥିବା ଜିଲ୍ଲାରେ ସର୍ବନିମ୍ନ ମଜୁରୀ ପ୍ରଦାନ କରାଯାଉଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.