ETV Bharat / city

ସଚେତନତା ପରେ ବି ବଦଳୁନି ଲୋକଙ୍କ ମାନସିକତା: ରାଜ୍ୟ ମହିଳା ସୁରକ୍ଷା ଆୟୋଗ

ସଚେତନତା ପରେ ବି ବଦଳୁନି ଲୋକଙ୍କ ମାନସିକତା । ଯୌତୁକ ଜନିତ ଘୃଣ୍ୟପ୍ରଥାର ବଶବର୍ତ୍ତୀ ହୋଇ ରାଜ୍ୟରେ ୪ ବର୍ଷରେ ଗଲାଣି ୧୫୦ ଜୀବନ । କରୋନାରେ ବେକାରୀ ସମସ୍ୟା ଓ ଘରୋଇ କଳି ବୃଦ୍ଧି ଘଟୁଥିବାବେଳେ ସମାଜର ମାନସିକତା ଏଥିପାଇଁ ମୁଖ୍ୟତଃ ଦାୟୀ ବୋଲି କହିଛନ୍ତି ବିଶେଷଜ୍ଞ । ଅଧିକ ପଢନ୍ତୁ

ସଚେତନତା ପରେ ବି ବଦଳୁନି ଲୋକଙ୍କ ମାନସିକତା, ରାଜ୍ୟ ମହିଳା ସୁରକ୍ଷା ଆୟୋଗ

author img

By

Published : Feb 20, 2022, 8:00 PM IST

ଭୁବନେଶ୍ବର: ଆଜିକାଲି ସାମାଜିକ ବ୍ୟାଧିରେ ପରିଣତ ହେଲାଣି ଯୌତୁକ ପ୍ରଥା । ୪ ବର୍ଷରେ ଗଲାଣି ୧୫୦ ମହିଳାଙ୍କ ଜୀବନ। ମୋଟା ଟଙ୍କା ଲୋଭ ଆଗରେ ହାର ମାନିଛି ସଚେତନତା । ରାଜ୍ୟ ମହିଳା କମିଶନରୁ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୧୮ରେ ୪୯ ଜଣ, ୨୦୧୯ରେ ୪୭ ଜଣ, ୨୦୨୦ରେ ୩୧ ଏବଂ ୨୦୨୧ରେ ୨୩ ମହିଳାଙ୍କ ଯୌତୁକଜନିତ ମୃତ୍ୟୁ ଘଟିଛି । ରାଜ୍ୟରେ ଶିକ୍ଷିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଅନୁପାତରେ ଅପରାଧ ସଂଖ୍ୟା ବଢ଼ିଚାଲିଛି । ଏହି ଅପରାଧିକ ମାମଲା ମଧ୍ୟରେ ଯୌତୁକଜନିତ ଅପରାଧର ସଂଖ୍ୟା ଅଧିକ । ଯୌତୁକ ପ୍ରଥା ଯୋଗୁଁ ବହୁ ନିରୀହ ଝିଅଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ହତ୍ୟା କରାଯାଉଛି ତ ଆଉ କେଉଁଠି ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଉଛି ।

ସଚେତନତା ପରେ ବି ବଦଳୁନି ଲୋକଙ୍କ ମାନସିକତା, ରାଜ୍ୟ ମହିଳା ସୁରକ୍ଷା ଆୟୋଗ

ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ କମିଶନ ପକ୍ଷରୁ ଆଇନ ସମ୍ବନ୍ଧିତ କାଉନସେଲିଂ କରାଯାଉଥିବା କୁହାଯାଇଛି । ଦେଶରେ ଉତ୍ତରପ୍ରଦେଶରେ ଯୌତୁକ ଜନିତ ମୃତ୍ୟୁ ସର୍ବାଧିକ ହୋଇଥିବାବେଳେ ପଛକୁ ରହିଛି ବିହାର ଓ ମଧ୍ୟପ୍ରଦେଶ । ଓଡିଶାରେ ଗତ ୪ ବର୍ଷରେ ୨୨ ଶହ ୨୬ଟି କେସ ରୁଜ୍ଜୁ ହୋଇଥିବାବେଳେ ମିଥ୍ୟା ବିବାହ ପ୍ରତିଶ୍ରୁତିରେ ଦୈହିକ ସମ୍ପର୍କ ରଖିଥିବା ୩୯୫ଟି ଅଭିଯୋଗ ସାମ୍ନାକୁ ଆସିଛି । ଏହାସହ ଘରୋଇ ହିଂସାରେ ୩୭୪୦, ବଳାତ୍କାରରେ ୨୩୩, ମିଥ୍ୟା ବିବାହ ପ୍ରତିଶ୍ରୁତିରେ ୩୯୫, ଅପହରଣରେ 2୪୯, ସମ୍ପତ୍ତିଗତ ଅଧିକାରରେ ୨୧୫ ମାମଲା ହୋଇଛି ।

ଏନେଇ ରାଜ୍ୟ ମହିଳା ସୁରକ୍ଷା ଆୟୋଗର ଅଧ୍ୟକ୍ଷା ମିନତୀ ବେହେରା କହିଛନ୍ତି ଯେ, କରୋନା ମହାମାରୀ ସମୟରେ ଅଳ୍ପ ଅଭିଯୋଗ ପଞ୍ଜିକୃତ ହୋଇଥିଲା । ଯୌତୁକ ଜନିତ ମାମଲାକୁ ମହିଳା କମିଶନ ଏକ ଅଲଗା କାଟାଗୋରୀରେ ପଞ୍ଜିକୃତ କରିଥାନ୍ତି । ଯେତେବେଳେ ମୃତ୍ୟୁ ଘଟିଥିବା ଅଭିଯୋଗ ଆସେ, ସେହି ଅଞ୍ଚଳର ଏସପି ଏବଂ ଲୋକାଲ ଥାନାକୁ ନୋଟିସ କରାଯାଇଥାଏ । ସମ୍ପୂର୍ଣ୍ଣ ଭାବରେ ତଦନ୍ତ କରାଯାଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଏ । ସମାଜରେ କିଭଳି ମହିଳାମାନେ ନିଜର ଅଧିକାର ପାଇବେ, ସମାଜରେ ସୁସ୍ଥ ବାତାବରଣରେ ଜୀବନ ଅତିବାହିତ କରିବେ ସେନେଇ କାର୍ଯ୍ୟ କରାଯାଉଛି ।

ଏପଟେ ଫ୍ୟାମିଲି କାଉନ୍ସେଲର ନମ୍ରତା ଚଢା କହିଛନ୍ତି ଯେ, ଦୁଇ ପରିବାରର ବୁଝାମଣାରେ ଯୌତୁକକୁ ଉପହାର ଭାବେ ଗ୍ରହଣ କରାଯାଉଛି । ଏଣୁ ସମାଜରେ ଶିକ୍ଷିତ ବୋଲାଉଥିବା ଲୋକେ ଏଭଳି ଘୃଣ୍ଯ କାମରୁ ଦୂରେଇଲେ ସମାଧାନର ସୂତ୍ର ବାହାରି ପାରିବ ବୋଲି କହିଛନ୍ତି । ନିଜ ଝିଅକୁ ଯୌତୁକ ଦେବାକୁ ଅପସଂସ୍କୃତି କହୁଥିବା ଲୋକ, ପୁଅ ବାହାଘରରେ ବୋହୂ ଘରୁ ଟଙ୍କା ଆଣୁଛି । ସମାଜ ଗଠନ ପାଇଁ ପ୍ରଥମେ ନିଜେ ବଦଳିବାର ଆବଶ୍ୟକତା ରହିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.