ଭୁବନେଶ୍ବର: ଅନୁସୂଚିତ ଜନଜାତି ଜାତି ଉନ୍ନୟନ କମିଟିର ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଛି । ସମାଜର ପଛୁଆବର୍ଗର ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷା ଓ ଅନ୍ୟାନ୍ୟ ଉନ୍ନତିକରଣ କାର୍ଯ୍ୟ ନେଇ ବିଧାନସଭାରେ ବସିଥିଲା ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ବୈଠକ। ବରିଷ୍ଠ ବିଧାୟକ ଶଶୀ ଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା।
ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ,ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ସମାଜର ପଛୁଆବର୍ଗ ଛାତ୍ରଛାତ୍ରୀ ଙ୍କ ଶିକ୍ଷାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଅନେକ ଯୋଜନା ପ୍ରଣୟନ କରିଛନ୍ତି।
ଶିକ୍ଷାର ବିକାଶ ଦ୍ବାରା ସେମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯିବ । ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ,ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ସମାଜର ପଛୁଆବର୍ଗ ପିଲାଙ୍କ ଶିକ୍ଷା ପାଇଁ ପାଠ୍ୟପୁସ୍ତକ ଓ ଛାତ୍ରଛାତ୍ରୀ ମାନଙ୍କର ଉନ୍ନତି କାରଣ ଉପରେ ବୈଠକରେ ଆଲୋଚନା ହେଲା ।
ଇଟିଭି ଭାରତ, ଭୁବନେଶ୍ବର