ETV Bharat / city

ରାଜ୍ୟରେ ପ୍ଲାଟୋ ଷ୍ଟେଜ ସଂକ୍ରମଣକୁ ନେଇ ତଦନ୍ତ କରିବ କେନ୍ଦ୍ରୀୟ ଟିମ - ସ୍ବାସ୍ଥ୍ୟ ବିଭାଗ

କୋରୋନା ସଂକ୍ରମଣ ବୃଦ୍ଧିର କାରଣ ଜାଣିବାକୁ ରାଜ୍ୟ ଗସ୍ତରେ ଥିବା କେନ୍ଦ୍ରୀୟ ଟିମ ସ୍ବାସ୍ଥ୍ୟ ବିଭାଗ ସହିତ ବୈଠକ କରିଛନ୍ତି । ଅଧିକ ପଢନ୍ତୁ...

ରାଜ୍ୟରେ ସଂକ୍ରମଣ ହାର ପ୍ଲାଟ୍ୟୁ ଷ୍ଟେଜକୁ ନେଇ ତଦନ୍ତ କରିବ କେନ୍ଦ୍ରୀୟ ଟିମ

author img

By

Published : Jul 5, 2021, 1:13 PM IST

Updated : Jul 5, 2021, 2:07 PM IST

ଭୁବନେଶ୍ବର: ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସହିତ କେନ୍ଦ୍ରୀୟ ଟିମ ବୈଠକ ଶେଷ ହୋଇଛି । ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧିର କାରଣ ଜାଣିବା ପାଇଁ କେନ୍ଦ୍ରୀୟ ଟିମ ଆସିଛନ୍ତି । ତେବେ ଏହି ଟିମ ଆଜି(ସୋମବାର) ସରକାରୀ ଓ ଘରୋଇ ହସ୍ପିଟାଲ, ସମ ହସ୍ପିଟାଲ ପରିଦର୍ଶନ କରିବେ ବୋଲି ଜଣାପଡିଛି ।

ରାଜ୍ୟରେ ସଂକ୍ରମଣ ହାର ପ୍ଲାଟ୍ୟୁ ଷ୍ଟେଜକୁ ନେଇ ତଦନ୍ତ କରିବ କେନ୍ଦ୍ରୀୟ ଟିମ

ଏହାପରେ ଆସନ୍ତାକାଲି ଏହି ଟିମ ପୁରୀ ଓ ଜଗତସିଂହପୁର ପରିଦର୍ଶନ କରିବେ । ଓଡ଼ିଶାରେ 7 ଦିନ ରହିବା ସହ ବିଭିନ୍ନ ଜିଲ୍ଲା ବୁଲିବାର କାର୍ଯ୍ୟକ୍ରମ ରହିଛି । ପ୍ରତ୍ୟେକ ଦିନ ସନ୍ଧ୍ୟାରେ କେନ୍ଦ୍ର ସରକାରଙ୍କ ସହ ବୈଠକ କରି ରିପୋର୍ଟ ଦେବ ଏହି ଟିମ । କୋଲକାତାର ସ୍ବାସ୍ଥ୍ୟ ବିଶେଷଜ୍ଞ ଶିବାନୀ ଦତ୍ତ ଓ ଭୁବନେଶ୍ବର ଏମ୍ସର ପି.ଆର ମହାପାତ୍ରଙ୍କୁ ନେଇ ଟିମ୍ ଗଠନ ହୋଇଛି । ଏହି ଟିମ ସଂକ୍ରମଣ ହାର ପ୍ଲାଟୋ ଷ୍ଟେଜରେ ରହିବା, ମୃତ୍ୟୁ ସଂଖ୍ୟାରେ ବ୍ରେକ ନ ଲାଗିବା ସମ୍ପର୍କରେ ତର୍ଜମା କରିବେ ।

ତେବେ ସୂଚନା ଥାଉ କି ଦେଶର 6ଟି ରାଜ୍ୟରେ ସଂକ୍ରମଣ ସଂଖ୍ୟା ଅଧିକ ରହିଛି । ଏହାର କାରଣ ଜାଣିବାକୁ 6ଟି ରାଜ୍ୟକୁ ସ୍ବତନ୍ତ୍ର ବିଶେଷଜ୍ଞ ଟିମ ପଠାଇଛନ୍ତି କେନ୍ଦ୍ର ସରକାର । ଏହି ସଂକ୍ରମଣ ଅଧିକ ଥିବା ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଟିମ କୋରୋନା ଟେଷ୍ଟିଂ, ନିରୀକ୍ଷଣ, ନିୟନ୍ତ୍ରଣ ଓ ପରିଚାଳନା ଆଦିର ସାମଗ୍ରିକ କାର୍ଯ୍ୟକାରିତା ଆଦିର ତଦାରଖ କରିବେ । ଓଡିଶା ସହିତ କେରଳ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ଛତିଶଗଡ ଓ ମଣିପୁର ଗସ୍ତ କରିବ ଏହି ଟିମ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Jul 5, 2021, 2:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.