ETV Bharat / city

ମେଡିକାଲ ସିଟ୍‌ ନାମରେ 30 ଲକ୍ଷ ଠକେଇ, 2 ଠକଙ୍କୁ ଗିରଫ କଲା ପୋଲିସ - Medical college admission scam

ଡାକ୍ତରି ନାମ ଲେଖାଇବା ଆଳରେ ୩୦ ଲକ୍ଷ ଭୁବନେଶ୍ବରରେ ଠକେଇ । ୨ ଜଣଙ୍କୁ ବାନ୍ଧିଲା କମିଶନରେଟ୍ ପୋଲିସ । ଅଧିକ ପଢନ୍ତୁ

ମେଡିକାଲ କଲେଜ ଡିନ୍ ପରିଚୟ ଦେଉଥିଲେ, ଡାକ୍ତରି ନାମ ଲେଖାଇବା ଆଳରେ ଠକି ଧରାପଡିଲେ

author img

By

Published : May 21, 2022, 1:54 PM IST

ଭୁବନେଶ୍ବର: ମେଡିକାଲ ସିଟ ନାମ ଲେଖାଇଦେବା ବାହାନାରେ ଠକେଇ । ଭୁବନେଶ୍ୱରେ ୩୦ ଲକ୍ଷ ଠକିବା ଅଭିଯୋଗରେ ୨ ଠକ ଗିରଫ । କଲିକତା ଓ ବିହାରରୁ ୨ ଠକକୁ ଗିରଫ କଲା କମିଶନରେଟ୍ ପୋଲିସ । ନିଜକୁ ପ୍ରତିଷ୍ଠିତ କଲେଜର ସିନିୟର ଡକ୍ଟର ଓ ଡିନର ପରିଚୟ ଦେଇ ଠକୁଥିଲେ ଠକ । କମିଶନରେଟ ପୋଲିସ ହାତରେ ଧରାପଡିବା ପରେ ଦୁଇ ଇଞ୍ଜିନିୟରଙ୍କର ପୋଲ୍‌ ଖୋଲିଲା ପୋଲିସ । ୨ ଗିରଫ ଠକ ହେଉଛନ୍ତି ସୁଗୋତ ଚୌଧୁରୀ ଓ ଅଭିମନ୍ୟୁ କୁମାର ସିଂ ।

ମେଡିକାଲ କଲେଜ ଡିନ୍ ପରିଚୟ ଦେଉଥିଲେ, ଡାକ୍ତରି ନାମ ଲେଖାଇବା ଆଳରେ ଠକି ଧରାପଡିଲେ

ସୂଚନା ମୁତାବକ ଗିରଫ ଅଭିଯୁକ୍ତ ସୁଗୋତ ଚୌଧୁରୀ ନିଜକୁ ଅମିତ ବାନାର୍ଜି କହି ଏକ ପ୍ରତିଷ୍ଠିତ କଲେଜର ଡିନର ପରିଚୟ ଦେଇ ଡାକ୍ତରି ନାମ ଲେଖାଇବାକୁ ଥିବା ଛାତ୍ରଙ୍କ ସହ‌ ଯୋଗାଯୋଗ କରୁଥିଲେ। ଏପରିକି ଗିରଫ ସହଯୋଗୀ ଅଭିମନ୍ୟୁ କୁମାର ସିଂକୁ ଡକ୍ଟର ବିକାଶ ପରିଚୟ ଦେଇ ଆଡମିଶନ ପାଇଁ ସବୁ ପ୍ରକାର ସାହାଯ୍ୟ କରିବାର ପ୍ରତିଶୃତି ଦେଇ ଜଣେ ଅଭିଯୋଗକାରୀଙ୍କ ଠାରୁ ୩୦ଲକ୍ଷ ଠକି ନେଇଥଲେ । ଏନେଇ ଇନଫୋସିଟ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ କରି ଦୁଇ ଠକଙ୍କୁ ଗିରଫ କରିଛି ।

ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ସଫ୍ଟ ଓ୍ବେୟାର ଇଂଜିନିୟର ଓ ଅନ୍ୟଜଣେ ଅଟୋମୋବାଇଲ ଇଂଜିନିୟର ହୋଇଥିବା ବେଳେ ଚକ୍ରାନ୍ତ କରି ମିଛ ପରିଚୟରେ ଠକେଇ ଜାଲ ବିଛାଇଥିଲେ । ଅନଲାଇନରେ ଡିଜିଟାଲ ଆପ ଜରିଆରେ ବିଭିନ୍ନ ମେଡିକାଲ କଲେଜ ନମ୍ବରରୁ କଲ କରି ନାମ ଲେଖାଇବାକୁ ଥିବା ଇଚ୍ଛୁକ ଛାତ୍ର ଛାତ୍ରୀଙ୍କୁ ବିଶ୍ବାସ ଜନ୍ମାଉଥିଲେ‌ । ପରେ ଭିନ୍ନ ଭିନ୍ନ ତରିକାରେ ଠକାମି କରି ଛୁ ମାରୁଥିଲେ ।

ମେଡିକାଲ ସିଟ କେଉଁ କଲେଜରେ କେତେ ଫାଙ୍କା ଅଛି ଓ ମେଡିକାଲ ଏଣ୍ଟ୍ରାନ୍ସର ରେଜଲ୍ଟ ସିଟରୁ ନାମ ନେଇ ଆଡମିଶନ ଆଳରେ କଲ କରି ଏପରି ଅଫର ଦେଉଥିଲେ । ଯେଉଁମାନେ ଇଚ୍ଛୁକ ଥିଲେ ସେମାନଙ୍କୁ ଏପରି ମିଛ କହି ଠକୁଥିଲେ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି । ଏନେଇ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ ସହ ସେମାନଙ୍କ ଠାରୁ ଦୁଇଟି ଲ୍ୟାପଟପ ୧୧ଲକ୍ଷ ଟଙ୍କା ଓ କିଛି ମୋବାଇଲ ଫୋନ ଜବତ କରିଛି ପୋଲିସ । ଆବଶ୍ୟକ ପଡିଲେ ରିମାଣ୍ଡରେ‌ ନେଇ ପଚରାଉଚରା କରାଯିବ ବୋଲି କହିଛନ୍ତି ଡିସିପି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.