ETV Bharat / city

ରାଜ୍ୟରେ ଖୋଲିବ ମେଡ଼ିକାଲ ଓ ଫାର୍ମାସି କଲେଜ - ଖୋଲିବ ମେଡ଼ିକାଲ ଓ ଫାର୍ମାସି କଲେଜ

କୋରୋନା କଟକଣା ମଧ୍ୟରେ ଖୋଲିବ ମେଡି଼କାଲ ଓ ଫାର୍ମାସି କଲେଜ। ରାଜ୍ୟରେ ମେଡିକାଲ୍ କଲେଜ୍ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ନିର୍ଦ୍ଦେଶ। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏକ ବିଜ୍ଞପ୍ତି ଜାରି କରିଛି। ଅଧିକ ପଢ଼ନ୍ତୁ...

medical and pharmacy colleges to open, medical and pharmacy college of odisha, covid guidelines, ଖୋଲିବ ମେଡ଼ିକାଲ ଓ ଫାର୍ମାସି କଲେଜ , ରାଜ୍ୟ ସ୍ବାସ୍ଥ୍ୟ ବିଭାଗ
ରାଜ୍ୟରେ ଖୋଲିବ ମେଡ଼ିକାଲ ଓ ଫାର୍ମାସି କଲେଜ
author img

By

Published : Jul 28, 2021, 10:21 PM IST

ଭୁବନେଶ୍ବର: ରାଜ୍ୟରେ ଖୋଲିବ ମେଡ଼ିକାଲ କଲେଜ ଓ ଫାର୍ମାସି କଲେଜ। ନର୍ସିଂ, ଫାର୍ମାସି, ଫିଜିଓଥେରାପି ଏବଂ ଅନ୍ୟାନ୍ୟ ଚିକିତ୍ସା ଖୋଲାଯିବ। ଜନସ୍ବାସ୍ଥ୍ୟ ଏବଂ ଅନ୍ୟାନ୍ୟ ପାରାମେଡିକାଲ୍ ଓ ଅନ୍ୟାନ୍ୟ ମେଡିକାଲ୍ ସାଇନ୍ସ ପାଠ୍ୟକ୍ରମ ମହାମାରୀର ଏହି ହ୍ରାସ ପର୍ଯ୍ୟାୟରେ ଖୋଲାଯିବ। ଏନେଇ କୋରୋନା ନିର୍ଦ୍ଦେଶାବଳୀକୁ କଡ଼ାକଡି଼ ଭାବରେ ପାଳନ କରାଯିବ।

medical and pharmacy colleges to open, medical and pharmacy college of odisha, covid guidelines, ଖୋଲିବ ମେଡ଼ିକାଲ ଓ ଫାର୍ମାସି କଲେଜ , ରାଜ୍ୟ ସ୍ବାସ୍ଥ୍ୟ ବିଭାଗ
ରାଜ୍ୟରେ ଖୋଲିବ ମେଡ଼ିକାଲ ଓ ଫାର୍ମାସି କଲେଜ

1. ଥିଓରୀ କ୍ଲାସଗୁଡିକ ଅନଲାଇନ ଜାରି ରଖିବାକୁ ହେବ ।

2. ପ୍ରାକ୍ଟିକାଲ୍ / କ୍ଲିନିକାଲ୍ କ୍ଲାସ୍ ଏବଂ ପରୀକ୍ଷା ଗୁଡିକ ଛୋଟ ଭାବରେ ନିଆଯିବା ଉଚିତ୍। ସାମାଜିକ ଦୂରତାକୁ ସୁନିଶ୍ଚିତ କରିବା ପାଇଁ 50% କ୍ଷମତା ରଖାଯିବ।

3. ଛାତ୍ରମାନେ ସେମାନଙ୍କ ଅଭିଭାବକଙ୍କ ଠାରୁ ଲିଖିତ ଅନୁମତି ଦାଖଲ କରିବା ଜରୁରୀ।

4. ପ୍ରାକ୍ଟିକାଲ୍ ହଲରେ ପ୍ରବେଶ କରିବା ସମୟରେ କୋରୋନା ଲକ୍ଷଣ ପାଇଁ ଛାତ୍ରଙ୍କ ସ୍କ୍ରିନିଂର ବ୍ୟବସ୍ଥା କରିବା ଆବଶ୍ୟକ।

5. ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ କ୍ଳାସ ରୁମରେ କୋରୋନା ନିୟମର ଉପଯୁକ୍ତ ପାଳନ କରିବା ବାଧ୍ୟତାମୂଳକ ।

6. କ୍ୟାମ୍ପସରେ ମାସ୍କର ବ୍ୟବହାର, ହାତ ଧୋଇବା, ସାନିଟାଇଜରର ବ୍ୟବହାର, ସାମାଜିକ ଦୂରତା, ଜନଗହଳି ପୂର୍ଣ୍ଣ ସ୍ଥାନରୁ ଦୂରେଇ ରହିବା ଆଦି କଟକଣା ମାନିବାକୁ ପଡି଼ବ।

7. ଟୀକା ନେଇନଥିବା ଛାତ୍ରଛାତ୍ରୀଙ୍କୁ ଲାଇବ୍ରେରୀକୁ ଅନୁମତି ଦିଆଯିବ ନାହିଁ। ଟୀକା ନେଇଥିବା ଓ ଟୀକା ନେଇନଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅଲଗା ବ୍ଲକରେ ବିଭକ୍ତ କରାଯିବ। ହଷ୍ଟେଲରେ ଏମାନଙ୍କ ପାଇଁ ଡାଇନିଂ ସୁବିଧା ପୃଥକ ଭାବରେ କରାଯିବ।

8. ବିଭିନ୍ନ ବ୍ୟାଚ୍ ପାଇଁ କ୍ରମାଗତ ଭାବରେ ପରୀକ୍ଷା କରାଯିବ ।

9. ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ ସମସ୍ତ କାର୍ଯ୍ୟ ଦିବସରେ ପ୍ରଶାସନିକ ବ୍ଲକ କାର୍ଯ୍ୟାଳୟ ଖୋଲା ରହିବ ।

10. କୋରୋନା ପଜିଟିଭ ଛାତ୍ରମାନଙ୍କୁ ପରୀକ୍ଷାରେ ବସିବାକୁ ଅନୁମତି ଦିଆଯିବ ନାହିଁ କିନ୍ତୁ ପରବର୍ତ୍ତୀ ନିର୍ଦ୍ଧାରିତ ପରୀକ୍ଷା(ବାର୍ଷିକ/ସପ୍ଲିମେଣ୍ଟାରୀ) ଦେଇପାରିବେ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.