ETV Bharat / city

ରାଜ୍ୟକୁ ଫେରୁଥିବା ପ୍ରବାସୀମାନେ ତ୍ୟାଗ ସହ ନିଜ ଉତ୍ତରଦାୟିତ୍ବ ନିର୍ବାହ କରନ୍ତୁ - corona virus in odisha

ବର୍ତ୍ତମାନ ଓଡ଼ିଶାର କୋରୋନା ସ୍ଥିତି ଭଲ ଅଛି । କୋଭିଡ-୧୯ର ମୁକାବିଲା ପାଇଁ ଲକ୍ଷଲକ୍ଷ ଲୋକ ଦିନରାତି ନିରନ୍ତର କାର୍ଯ୍ୟ କରୁଛନ୍ତି । ବହୁ ଓଡ଼ିଆ ନିଜ କର୍ମରୁ ଉର୍ଦ୍ଧ୍ବକୁ ଯାଇ ତ୍ୟାଗ ମନୋଭାବ ନେଇ ଏହି ଅଦ୍ଭୁତପୂର୍ବ ପରିସ୍ଥିତିକୁ ସାମ୍ନା କରୁଛି । ଯେଉଁମାନେ ଓଡ଼ିଶା ଫେରୁଛନ୍ତି, ସେମାନେ ମଧ୍ୟ ସେହି ତ୍ୟାଗ ସହ ନିଜ ଉତ୍ତରଦାୟିତ୍ବ ନିର୍ବାହ କରନ୍ତୁ ବୋଲି କହିଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ...

http://10.10.50.80:6060///finalout3/odisha-nle/finalout/04-May-2020/7059453_pradeepjenacovidupdatesmp4.ewc2
ରାଜ୍ୟକୁ ଫେରୁଥିବା ପ୍ରବାସୀମାନେ ତ୍ୟାଗ ସହ ନିଜ ଉତ୍ତରଦାୟିତ୍ବ ନିର୍ବାହ କରନ୍ତୁ
author img

By

Published : May 4, 2020, 9:06 PM IST

ଭୁବନେଶ୍ବର: ବର୍ତ୍ତମାନ ଓଡ଼ିଶାର କୋରୋନା ସ୍ଥିତି ଭଲ ଅଛି । କୋଭିଡ-୧୯ର ମୁକାବିଲା ପାଇଁ ଲକ୍ଷଲକ୍ଷ ଲୋକ ଦିନରାତି ନିରନ୍ତର କାର୍ଯ୍ୟ କରୁଛନ୍ତି । ବହୁ ଓଡ଼ିଆ ନିଜ କର୍ମରୁ ଉର୍ଦ୍ଧ୍ବକୁ ଯାଇ ତ୍ୟାଗ ମନୋଭାବ ନେଇ ଏହି ଅଦ୍ଭୁତପୂର୍ବ ପରିସ୍ଥିତିକୁ ସାମ୍ନା କରୁଛି । ଯେଉଁମାନେ ଓଡ଼ିଶା ଫେରୁଛନ୍ତି, ସେମାନେ ମଧ୍ୟ ସେହି ତ୍ୟାଗ ସହ ନିଜ ଉତ୍ତରଦାୟିତ୍ବ ନିର୍ବାହ କରନ୍ତୁ ବୋଲି କହିଛନ୍ତି ରାଜ୍ୟ ସରକାର ।

ରାଜ୍ୟକୁ ଫେରୁଥିବା ପ୍ରବାସୀମାନେ ତ୍ୟାଗ ସହ ନିଜ ଉତ୍ତରଦାୟିତ୍ବ ନିର୍ବାହ କରନ୍ତୁ

ବାହାର ରାଜ୍ୟରୁ ଆସୁଥିବା ଓଡ଼ିଆମାନେ ନିଜ ତଥା ନିଜ ପରିବାରର ଜୀବନ ସୁରକ୍ଷା ପାଇଁ କ୍ବାରେଣ୍ଟାଇନରେ ରହିବା ସହ ସରକାରଙ୍କ ସମସ୍ତ ନିୟମ କଡ଼ାକଡ଼ି ପାଳନ କରନ୍ତୁ । ଏହାର ଉଲ୍ଲଂଘନ କ୍ଷେତ୍ରରେ ସରପଞ୍ଚମାନେ ତୁରନ୍ତ ପ୍ରଶାସନକୁ ଅବଗତ କରାଇବେ । ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ଆସିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା

କୋଭିଡ-୧୯ ଲକଡାଉନ ସମୟରେ ଲୋକମାନଙ୍କଠାରୁ ଆମ ରାଜ୍ୟ ଓଡ଼ିଶାରୁ ଅନ୍ୟ ରାଜ୍ୟକୁ ଯିବା ପାଇଁ ଏବଂ ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ଆସିବା ପାଇଁ ରାଜ୍ୟ ସରକାରଙ୍କୁ ବହୁ ଅନୁରୋଧ ଆସୁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ଓଡ଼ିଶା ବାହାରକୁ ଡାକ୍ତରୀ ଚିକିତ୍ସା ପାଇଁ କିମ୍ବା ଜରୁରୀ କାର୍ଯ୍ୟ ପାଇଁ ଯେଉଁମାନେ ଯିବାକୁ ଚାହୁଁଥିବେ, ସେମାନେ ଆବଶ୍ୟକ ତଥ୍ୟ ଯାଞ୍ଚ ପରେ ସ୍ଥାନୀୟ ଉପ-ଜିଲ୍ଲାପାଳ ବା ତହସିଲଦାର କିମ୍ବା ଡିସିପି ଭୁବନେଶ୍ବର-କଟକ, ପୋଲିସ କମିଶନରେଟଙ୍କ ଠାରୁ ଅନୁମତି ନେବେ । ଅନୁମତି ପତ୍ରର ନକଲ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ନିକଟକୁ ପଠାଯିବ । ଏ ସଂପର୍କିତ ନିର୍ଦ୍ଧାରିତ ଫର୍ମ ଓଡ଼ିଶା ରାଜ୍ୟ ସରକାରଙ୍କ ଗୃହ ବିଭାଗ ତରଫରୁ ପ୍ରସ୍ତୁତ କରାଯାଇଛି, ଯାହାକି ଆବେଦନକାରୀଙ୍କ ନିଜ ଜିଲ୍ଲାର ଜିଲ୍ଲାପାଳଙ୍କ ଦ୍ବାରା ନିଯୁକ୍ତ ହୋଇଥିବା ଅଧିକାରୀ ପ୍ରଦାନ କରିପାରିବେ । ସେହି ଫର୍ମରେ ପାସ ପ୍ରଦାନର ତାରିଖ ସହ ଗାଡ଼ି ମାଲିକଙ୍କ ନାମ ଓ ମୋବାଇଲ ନମ୍ବର, ଡ୍ରାଇଭରଙ୍କ ନାମ ଓ ମୋବାଇଲ୍‌ ନମ୍ବର, ଗାଡ଼ି ରେଜିଷ୍ଟ୍ରେସନ ନମ୍ବର, କେଉଁ ପ୍ରକାର ଯାନ ଓ ଏହାର ସିଟ୍‌ ସଂଖ୍ୟା ଏବଂ ସେଥିରେ ଯାଉଥିବା ବ୍ୟକ୍ତି କେଉଁ ଗ୍ରାମ, ତହସିଲ, ଜିଲ୍ଲା ବା କେଉଁ ରାଜ୍ୟରୁ କେଉଁ ରାଜ୍ୟର କେଉଁ ସ୍ଥାନକୁ ଯାଉଛନ୍ତି, ସେ ସଂପର୍କରେ ସବିଶେଷ ତଥ୍ୟ ସହ ଯାଉଥିବା ସମସ୍ତ ବ୍ୟକ୍ତିଙ୍କର ନାମ ସେହି ଫର୍ମରେ ସଂଲଗ୍ନ ରହିବ । ଏନେଇ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ଆସିବାକୁ ଚାହୁଁଥିଲେ ଆବେଦନକାରୀଙ୍କୁ ଓଡ଼ିଶା ସରକାରଙ୍କ ପୋର୍ଟାଲ୍‌ http://covid19.odisha.gov.in ରେ ପଞ୍ଜୀକରଣ କରିବାକୁ ପଡ଼ିବ । ଏହାପରେ ଆବେଦନକାରୀ ଯେଉଁ ରାଜ୍ୟରେ ଅଟକି ରହିଛନ୍ତି, ସେ ସଂପୃକ୍ତ ରାଜ୍ୟର ଜିଲ୍ଲା ମାଜିଷ୍ଟ୍ରେଟ୍‌/ପୋଲିସ୍‌ କମିଶନରେଟ ବା ପ୍ରାଧୀକୃତ ଅଧିକାରୀଙ୍କୁ ପାସ ପାଇଁ ଆବେଦନ କରି ତାଙ୍କଠାରୁ ପାସ ନେବେ । ପାସ ପ୍ରଦାନ କରିଥିବା ଅଧିକାରୀ ସେହି ପାସର ଏକ ନକଲ ଆବେଦନକାରୀ ଓଡ଼ିଶାର ଯେଉଁ ଜିଲ୍ଲାକୁ ଆସିବାକୁ ଚାହୁଁଛନ୍ତି, ସେହି ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କୁ ପଠାଇବେ । ସେମାନେ ଓଡ଼ିଶାରେ ପ୍ରବେଶ କରିବା ପୂର୍ବରୁ ସେମାନଙ୍କର ନାମ ପଞ୍ଜୀକରଣ ହୋଇଛି କି ନାହିଁ, ତାହା ରାଜ୍ୟରେ ନିର୍ଦ୍ଧାରିତ ସୀମାଚେକ ପଏଣ୍ଟରେ http://covid19.odisha.gov.inରୁ ଯାଞ୍ଚ କରାଯିବ ।

ଓଡ଼ିଶାରେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରେ ସଂପୃକ୍ତ ବ୍ୟକ୍ତି ଏବଂ ତାଙ୍କ ସହିତ ଯଦି କେହି ଆସିଥାନ୍ତି, ସେମାନେ ସମସ୍ତେ ୧୪ ଦିନ ପର୍ଯ୍ୟନ୍ତ ହୋମ କ୍ବାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ । ବ୍ୟକ୍ତିମାନେ ଅନ୍ୟରାଜ୍ୟକୁ ଯିବା ବା ଅନ୍ୟରାଜ୍ୟରୁ ଆସିବା ସମୟରେ ମାସ୍କ ବ୍ୟବହାର କରିବା ଏବଂ ସାମାଜିକ ଦୂରତ୍ବ ବଜାୟ ରଖିବା ନିୟମକୁ କଡ଼ାକଡ଼ି ଅନୁପାଳନ କରିବାକୁ ରାଜ୍ୟ ଗୃହ ବିଭାଗ ମଧ୍ୟ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରିଛନ୍ତି ।

ଗ୍ରୀନ ଜୋନରେ ବସ ଚଳାଚଳ

ମେ ୩ରୁ ୧୭ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି ପାଇଥିବାରୁ ସାମାଜିକ ଦୂରତ୍ବ ଓ ସଙ୍ଗରୋଧକୁ ଦୃଷ୍ଟିରେ ରଖି ଗ୍ରୀନ ଜୋନରେ ବସ ଚଳାଚଳ ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି । ଗ୍ରୀନ ଜୋନରେ ଆନ୍ତଃଜିଲ୍ଲା ଏବଂ ଜିଲ୍ଲା ଭିତରେ ବସ ଚଳାଚଳ ପାଇଁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି ନିର୍ଦ୍ଦେଶନାମା ଅନୁଯାୟୀ ବସଗୁଡ଼ିକ ସିଟ ସଂଖ୍ୟାର ୫୦ ପ୍ରତିଶତ ଯାତ୍ରୀ ନେଇପାରିବେ । ସେମାନେ କେବଳ ଗ୍ରୀନ ଜୋନ ଭିତରେ ଗାଡ଼ି ଚଳାଇବେ । ରେଡ ଜୋନ କିମ୍ବା ଅରେଞ୍ଜ ଜୋନର ସୀମା ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ । ସଂପୃକ୍ତ ବସଗୁଡ଼ିକର ବୈଧ ରୁଟ୍‌0 ପରମିଟ୍‌, ପଞ୍ଜୀକରଣ ସାର୍ଟିଫିକେଟ୍‌, ଫିଟ୍‌ନେସ ସାର୍ଟିଫିକେଟ୍‌, ପ୍ରଦୂଷଣ ସାର୍ଟିଫିକେଟ୍‌ ଓ ବୀମା କାଗଜପତ୍ର ଠିକ୍‌ ଥିବା ଆବଶ୍ୟକ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.