ETV Bharat / city

ଜାନୁଆରୀ 31ରୁ ଭୁବନେଶ୍ବରରେ ମୟୂରଭଞ୍ଜ ଉତ୍ସବ - mayurbhanj-utsav

ଭୁବନେଶ୍ବର ଭଞ୍ଜକଳା ମଣ୍ଡପରେ ଆୟୋଜିତ ହେବାକୁ  ଯାଇଛି ମୟୁରଭଞ୍ଜ ଉତ୍ସବ। ଜାନୁଆରୀ 31ରୁ ଆରମ୍ଭ । ଅଧିକ ପଢନ୍ତୁ...

_mayurbhanj utsav
ଭୁବନେଶ୍ବରରେ ମୟୁରଭଞ୍ଜ ଉତ୍ସବ
author img

By

Published : Jan 29, 2020, 7:46 PM IST

ଭୁବନେଶ୍ବର: ଜାନୁଆରୀ 31ରୁ ଭୁବନେଶ୍ବର ଭଞ୍ଜକଳା ମଣ୍ଡପରେ ଆୟୋଜିତ ହେବାକୁ ଯାଇଛି ମୟୂରଭଞ୍ଜ ଉତ୍ସବ। ମୟୁରଭଞ୍ଜର କଳା, ସଂସ୍କୃତି ଓ ଐତିହକୁ ବହନ କରୁଥିବା ତିନି ଦିନିଆ ଉତ୍ସବରେ ଜିଲ୍ଲାର ପ୍ରସିଦ୍ଧ ସୁସ୍ବାଦୁ ବ୍ୟଞ୍ଜନ ସହିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଜା ନେବେ ରାଜଧାନୀବାସୀ। ମୟୂରଭଞ୍ଜ ସାଂସ୍କୃତିକ ସଂସଦ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦିଆଯାଇଛି।

ଭୁବନେଶ୍ବରରେ ମୟୁରଭଞ୍ଜ ଉତ୍ସବ

ଏହି ଉତ୍ସବ ନବମ ବର୍ଷରେ ପଦାର୍ପଣ କରିଥିବା ଅନୁଷ୍ଠାନର ସମ୍ପାଦକ କହିଛନ୍ତି। ସେପଟେ, ମୟୂରଭଞ୍ଜ କଳାକାର ତିଆରି କରୁଥିବା କାରଖାନା ବୋଲି ସଂସଦର ଅନ୍ୟତମ ସଦସ୍ୟ ଉତ୍ତମ ମହାନ୍ତି କହିଛନ୍ତି। ଏହି ସାମ୍ବାଦିକ ସମ୍ମଳନୀରେ କମିଟିର ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଆସନ୍ତା 31 ତାରିଖରୁ ଭୁବନେଶ୍ୱରର ଉତ୍କଳ ମଣ୍ଡପରେ ଆୟୋଜିତ ହେବାକୁ ଯାଉଛି ମୟୁରଭଞ୍ଜ ଉତ୍ସବ।
ମୟୁରଭଞ୍ଜ କଳା ,ସଂସ୍କୃତି ଓ ଐତିହ୍ୟ କୁ ବହନ କରୁଥିବା ତିନି ଦିନିଆ ଏହି ଉତ୍ସବରେ ଜିଲ୍ଲାର ପ୍ରସିଦ୍ଧ ସୁ ସ୍ବାଦୁ ବ୍ୟଞ୍ଜନ ସାଙ୍ଗକୁ ରଙ୍ଗାରଙ୍ଗ ମନୋରଞ୍ଜନ କାର୍ଯ୍ୟକ୍ରମ କୁ ରାଜଧାନୀର ଜନସାଧାରଣମାନେ ଉପଭୋଗ କରିବାର ସୁଯୋଗ ପାଇବେ।

Body:ମୟୁରଭଞ୍ଜ ସାଂସ୍କୃତିକ ସଂସଦ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦିଆଯାଇଛି।ଅନୁଷ୍ଠାନ ର ସମ୍ପାଦକ ଗୋକୁଳ ଚନ୍ଦ୍ର ଦାସ କହିଛନ୍ତି କି 9ମ ବର୍ଷରେ ଏହି ଉତ୍ସବ ପଦାର୍ପଣ କରିଥିବାବେଳେ ଏହା ରାଜଧାନୀର ଲୋକମାନଙ୍କ ନିକଟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ସେ କହିଛନ୍ତି।ସେହିପରି ସଂସଦ ର ଅନ୍ୟତମ ସଦସ୍ୟ ତଥା ବିଶିଷ୍ଟ ଓଡ଼ିଆ ସିନେ ତାରକା ଉତ୍ତମ ମହାନ୍ତି ମୟୁରଭଞ୍ଜ କଳାକାରଙ୍କ ତିଆରି କରୁଥିବା ଏକ କାରଖାନା ବୋଲି କହିବା ସହ ସେହି ମାଟିର ମହକ କୁ ପାଖରେ ଅନୁଭବ କରିବା ପାଇଁ ତିନିଦିନିଆ ଏହି ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରିଛନ୍ତି।ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କମିଟିର ଅଧ୍ୟକ୍ଷ ଅରୁଣ ରଥ,ସୁକାନ୍ତ ରଥ,ଚିନ୍ମୟ ଦାସ,ଦିଲ୍ଲୀପ ସାହା,ପ୍ରଫୁଲ୍ଲ ମହାନ୍ତି,ଅଶୋକ ବାସା ଏବଂ କୋଷାଧ୍ୟକ୍ଷ ଅଶୋକ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
ବାଇଟ-ଗୋକୁଳ ଚନ୍ଦ୍ର ଦାସ,ସମ୍ପାଦକ,
ବାଇଟ-ଉତ୍ତମ ମହାନ୍ତି-ଅଭିନେତା
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.