ETV Bharat / city

ମାଟ୍ରିକ ପରିକ୍ଷାର୍ଥୀଙ୍କୁ ଦିଆଯିବ ପରୀକ୍ଷା ଦର୍ପଣ ବହି

author img

By

Published : Jan 21, 2021, 1:34 PM IST

Updated : Jan 21, 2021, 4:12 PM IST

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ, ମାଟ୍ରିକ ପରିକ୍ଷାର୍ଥୀଙ୍କ ପାଇଁ ପରିକ୍ଷା ଦର୍ପଣ ବହି ଯୋଗାଇଦେବ ଗଣଶିକ୍ଷା ବିଭାଗ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଅଧିକ ପଢନ୍ତୁ...

ମାଟ୍ରିକ ପରିକ୍ଷାର୍ଥୀଙ୍କୁ ଦିଆଯିବ ପରୀକ୍ଷା ଦର୍ପଣ ବହି
ମାଟ୍ରିକ ପରିକ୍ଷାର୍ଥୀଙ୍କୁ ଦିଆଯିବ ପରୀକ୍ଷା ଦର୍ପଣ ବହି

ଭୁବନେଶ୍ବର: ମାଟ୍ରିକ ପରିକ୍ଷାର୍ଥୀଙ୍କ ପାଇଁ ପରିକ୍ଷା ଦର୍ପଣ ବହି ଯୋଗାଇଦେବ ଗଣଶିକ୍ଷା ବିଭାଗ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ରାଜ୍ୟର ମୋଟ ୬ ଲକ୍ଷ ୨୦ ହଜାର ୫୦୮ ଜଣ ଛାତ୍ରଛାତ୍ରୀଙ୍କୁ ଏହି ପରୀକ୍ଷା ଦର୍ପଣ ବହି ଯୋଗାଇ ଦିଆଯିବ।

ମାଟ୍ରିକ ପରୀକ୍ଷା ପାଇଁ 30% ସିଲାବସ କମା ଯାଇଛି । ଅନଲାଇନ ଶିକ୍ଷା ବ୍ୟବସ୍ଥାରେ ଛାତ୍ରଛାତ୍ରୀ ଭଲରେ ପଢ଼ି ପରିନାହାଁନ୍ତି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ, ପରୀକ୍ଷା ଦର୍ପଣ ନାମକ ଏକ ଟେଷ୍ଟ ପେପର ଛାତ୍ରଛାତ୍ରୀଙ୍କୁ ଦିଆଯିବ ବୋଲି ନିଷ୍ପତି ହୋଇଛି ।

ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା
ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା

ଏଥିରେ ସମ୍ଭାଵ୍ୟ 700 ପେଜର ବହି ଦେବାକୁ ପ୍ରସ୍ତୁତି ହେଉଛି ବିଭାଗ । ମେ' 3 ରେ ପରୀକ୍ଷା ହେବ । ତେଣୁ ପରୀକ୍ଷାର ଯଥେଷ୍ଟ ପୂର୍ବରୁ ପିଲାଙ୍କ ପାଖରେ ବହି ପହଞ୍ଚାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । 3 ଲକ୍ଷ 30 ହଜାର 339 ସରକାରୀ ସ୍କୁଲ ସହ 27 ହଜାର 026 ଆବାସିକ ଆଦିବାସୀ ସ୍କୁଲ ଏବଂ 36 ହଜାର 579 ଘରୋଇ ସ୍କୁଲ, 24 ହଜାର 939 ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ସହ1624 ଭୋକେସନାଲ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଏହି ବହି ଦିଆଯିବ ।

ମାଟ୍ରିକ ପରିକ୍ଷାର୍ଥୀଙ୍କ ପାଇଁ ଦିଆଯିବ ପରୀକ୍ଷା ଦର୍ପଣ ବହି

ଯାହା ମାଟ୍ରିକ ବୋର୍ଡ ପରୀକ୍ଷାରେ ପିଲାଙ୍କୁ ଏହା ସାହାଯ୍ୟ କରିବ। 70% ସିଲାବସକୁ ନେଇ ପରୀକ୍ଷା ଦର୍ପଣ ବହି ଛପା ହେବ ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : Jan 21, 2021, 4:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.