ETV Bharat / city

ଯୁକ୍ତଦୁଇ ଆଡମିଶନକୁ ନେଇ ଦ୍ଵନ୍ଦ, ଭବିଷ୍ୟତ ଚିନ୍ତାରେ ଛାତ୍ରଛାତ୍ରୀ-ଅଭିଭାବକ - corona effect

କରୋନା ମହାମାରୀ ସମୟରେ ଦଶମ ପରୀକ୍ଷା ବାତିଲ କରାଯାଇଛି । ତେବେ ଏହାପରେ ଯୁକ୍ତଦୁଇ ଆଡମିଶନ କିଭଳି ଭାବରେ କରାଯିବ ସେନେଇ ଦ୍ବନ୍ଦରେ ରହିଛନ୍ତି ଛାତ୍ରଛାତ୍ରୀ । ଅଧିକ ପଢ଼ନ୍ତୁ...

ଯୁକ୍ତଦୁଇ ଆଡମିଶନକୁ ନେଇ ଦ୍ଵନ୍ଦ, ଭବିଶ୍ୟତ ଚିନ୍ତାରେ ଛାତ୍ରଛାତ୍ରୀ-ଅଭିଭାବକ

author img

By

Published : Apr 27, 2021, 8:39 PM IST

ଭୁବନେଶ୍ବର: ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ପୁଣି ବ୍ୟାଘାତ ଆଣିଛି ମହାମାରୀ କୋରୋନାର ଦ୍ବିତୀୟ ଲହର। ହୁହୁ ହୋଇ ବୃଦ୍ଧି ପାଉଛି କୋରୋନା ସଂକ୍ରମଣ। ରାଜ୍ୟରେ ଦୈନିକ ସଂକ୍ରମଣ 6 ହଜାର ପାର ହୋଇଛି। ଏହାକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରାଯାଇଥିବା ବେଳେ ପରୀକ୍ଷାକୁ ମଧ୍ୟ ବାତିଲ କରାଯାଇଛି । ତେବେ ପରୀକ୍ଷା ବାତିଲ ହେବାପରେ ଏବେ ଛାତ୍ରଛାତ୍ରୀ କେଉଁ ଆଧାରରେ ଓ କିଭଳି ଆଡମିଶନ କରିବେ ସେନେଇ ଦ୍ବନ୍ଦରେ ପଡ଼ି ଯାଇଛନ୍ତି।

ଯୁକ୍ତଦୁଇ ଆଡମିଶନକୁ ନେଇ ଦ୍ଵନ୍ଦ, ଭବିଶ୍ୟତ ଚିନ୍ତାରେ ଛାତ୍ରଛାତ୍ରୀ-ଅଭିଭାବକ

କେଉଁ କଲେଜରେ ଆଡମିଶନ କରିବେ ଓ କିଭଳି ରହିବ ମାର୍କ ସିଟର ପ୍ରଣାଳୀ ସେନେଇ ଦ୍ଵନ୍ଦରେ ରହିଛନ୍ତି ଛାତ୍ରଛାତ୍ରୀ । କେବଳ ଛାତ୍ରଛାତ୍ରୀ ନୁହେଁ ଅଭିଭାବକମାନେ ମଧ୍ୟ ଦ୍ବନ୍ଦରେ ରହିଛନ୍ତି । କୋରୋନା ସଂକ୍ରମଣ ପରେ ସିବିଏସସି ବୋର୍ଡ ଏବଂ ବିଏସଇ ବୋର୍ଡ ବାତିଲ କରିଥିଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର। ବର୍ତ୍ତମାନ କିଛି ଦିନ ମଧ୍ୟରେ ଆଡମିଶନ ହେବ । ଦଶମରୁ ଯୁକ୍ତଦୁଇରେ ଆଡମିଶନ କରିବେ ଛାତ୍ରଛାତ୍ରୀ । ଏହା କେତେଦୂର ଯଥାର୍ଥ ବୋଲି ପ୍ରଶ୍ନ କରିଛନ୍ତି ଅଭିଭାବକ ।

କେଉଁ ଆଧାରରେ ନିଜ ପିଲାଙ୍କୁ ଯୁକ୍ତଦୁଇରେ ଆଡମିଶନ କରାଇବା ସେନେଇ ଦ୍ବନ୍ଦରେ ଅଭିଭାବକ । ସମସ୍ତ ବୋର୍ଡ ପିଲାଙ୍କୁ କିଭଳି ଭାବରେ ମାର୍କ ଓ ଗ୍ରେଡ ଦେବ ତାହା ସ୍ପଷ୍ଟ ହୋଇନାହିଁ । ଏହି ଦୁଶ୍ଚିନ୍ତାରୁ ମୁକ୍ତ କରିବ କିଏ ? ଦଶମରୁ ଯୁକ୍ତଦୁଇର ଆଡମିଶନ ପାଇଁ ବିଜ୍ଞପ୍ତି ବାହାରିବ କେବେ ? ପିଲାଙ୍କୁ କେବେ କେବେ ମାର୍କ ମିଳିଲେ ଯୁକ୍ତ ଦୁଇ କଲେଜରେ ଆଡମିଶନ କରାଇବା, ଏଭଳି ଅନେକ ପ୍ରଶ୍ନରେ ଛନ୍ଦି ହୋଇଛନ୍ତି ରାଜ୍ୟର ଅଭିଭାବକ।

ଅନ୍ୟପଟେ ଜଣେ ଦଶମ ଶ୍ରେଣୀ ଛାତ୍ରୀ କହିଛନ୍ତି ଯେ, "ପରୀକ୍ଷା ବାତିଲ ହୋଇଥିଲେ ମଧ୍ୟ ଯୁକ୍ତ ଦୁଇ ଆଡମିଶନକୁ ନେଇ ଦ୍ବନ୍ଦରେ ରହିଛୁ। ଭବିଷ୍ୟତ ଉପରେ ଏହାର ପ୍ରଭାବ ନପଡୁ। ରାଜ୍ୟ ସରକାର ଓ ଶିକ୍ଷାବିଭାଗ ଏଥିପ୍ରତି ଗୁରୁତ୍ବ ଦେବା ଆବଶ୍ୟକ।" ରାଜ୍ୟର କୋରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ସମସ୍ତ ମାଟ୍ରିକ ପରୀକ୍ଷାକୁ ବାତିଲ କରିଥିଲେ ରାଜ୍ୟ ସରକରା। ତେବେ ପରୀକ୍ଷା ବାତିଲ ହେବା ଏହି ଦ୍ବନ୍ଦ ଏବେ ନୂଆ ସମସ୍ୟାର ରୂପ ନେବାରେ ଲାଗିଛି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.