ETV Bharat / city

ଆଜିଠୁ ମାଟ୍ରିକ ଅଫଲାଇନ ପରୀକ୍ଷା - ଛାତ୍ରଛାତ୍ରୀ

ଆଜିଠାରୁ ମାଟ୍ରିକ ଅଫଲାଇନ ପରୀକ୍ଷା । 504ଟି କେନ୍ଦ୍ରରେ ପରୀକ୍ଷା ଦେବେ 15,151ଜଣ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

ଆଜିଠୁ ମାଟ୍ରିକ ଅଫ୍ଲାଇନ ପରୀକ୍ଷା
ଆଜିଠୁ ମାଟ୍ରିକ ଅଫ୍ଲାଇନ ପରୀକ୍ଷା
author img

By

Published : Jul 30, 2021, 6:34 AM IST

ଭୁବନେଶ୍ବର: ଆଜିଠାରୁ ମାଟ୍ରିକ ଅଫଲାଇନ ପରୀକ୍ଷା। କୋଭିଡ କଟକଣା ମଧ୍ୟରେ ପରୀକ୍ଷା ଦେବେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ । 504 ଟି କେନ୍ଦ୍ରରେ 15,151 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଆଜି ଦିନ 10 ଟାରୁ 12 ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ଛାତ୍ରଛାତ୍ରୀମାନେ 9ଟା 15ମିନିଟରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ । କରୋନା ମହାମାରୀ ଯୋଗୁଁ ରାଜ୍ୟ ସରକାରଙ୍କ ତରଫରୁ ଜାରି ହୋଇଥିବା ଏସଓପି ଅନୁଯାଇ ପରୀକ୍ଷା ଦେବେ ଛାତ୍କଛାତ୍ରୀ ।

ଏହା ସହ 139 ଜଣ ଭିନ୍ନକ୍ଷମ ଛାତ୍ର ଛାତ୍ରୀ ମାନେ ମଧ୍ୟ ଏହି ଅଫଲାଇନ ମାଟ୍ରିକ ପରୀକ୍ଷା ଦେବେ । ଭିନ୍ନକ୍ଷମ ପିଲାଙ୍କ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ନହେବା କାରଣରୁ ଅସନ୍ତୋଷ ଦେଖାଯାଇଥିଲା । ତେବେ ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ମାନବାଧିକାର କମିଶନ ନିକଟରେ ଅଭିଯୋଗ ହୋଇଥିଲା । କିନ୍ତୁ ରାଜ୍ୟ ମାନବାଧିକାର କମିଶନ, ଅଭିଯୋଗକାରୀ ଏବଂ ବୋର୍ଡ କର୍ତ୍ତୃପକ୍ଷ ଉପସ୍ଥିତ ରହି ଏକ ସମାଧାନ କରିଥିଲେ । ଯାହା ଫଳରେ ଏହି 139 ଛାତ୍ରଛାତ୍ରୀ ଅଫଲାଇନରେ ପରୀକ୍ଷା ଦେବେ। ବୋର୍ଡ ସେମାନଙ୍କୁ ସମସ୍ତ ସହଯୋଗ କରିବ।

ଯୁଦ୍ଧକାଳୀନ ଭିତ୍ତିରେ ଫର୍ମ ଫିଲଅଫ ସହ ଯିବା ଆସିବା, ଖାଇବା ରହିବା ଏବଂ ପରୀକ୍ଷାରେ ଏକ ସହଯୋଗ ମଧ୍ୟ ଯୋଗାଇ ଦେବ ବୋର୍ଡ । କୋରୋନା ମହାମାରୀ ପାଇଁ ଚଳିତ ବର୍ଷ ବିନା ପରୀକ୍ଷାରେ ପ୍ରକାଶ ପାଇଥିଲା ଫଳ । ତେବେ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଅନେକ ଛାତ୍ରଛାତ୍ରୀ ମାର୍କକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ଏହା ପରେ ସରକାର ନିଷ୍ପତ୍ତି ନେଇଥିଲେ ଯେ ଯେଉଁମାନେ ଚାହିଁବେ ଅଫଲାଇନରେ ପରୀକ୍ଷା ଦେଇ ପାରିବେ । ଆଉ ଏହି ମାର୍କକୁ ହିଁ ଚୁଡାନ୍ତ ମାର୍କ ହେବ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.