ETV Bharat / city

ମାଷ୍ଟରକ୍ୟାଣ୍ଟିନ ଘୋଡା ସ୍ଥାନାନ୍ତରଣ ପ୍ରସଙ୍ଗ: ସଠିକ ପଦକ୍ଷେପ କହିଲେ ସଂସ୍କୃତି ନିର୍ଦ୍ଦେଶକ, ବୁଦ୍ଧିଜୀବୀ ମହଲରେ ନିନ୍ଦା

author img

By

Published : Jun 17, 2021, 10:32 AM IST

Updated : Jun 17, 2021, 6:01 PM IST

ଅସ୍ତିତ୍ବ ହରାଇବ ରାଜଧାନୀର ସ୍ଥପତିଙ୍କ ପରିଚୟ । ଦଶନ୍ଧି ଧରି ରାଜଧାନୀର ପ୍ରତୀକ ପାଲଟିଥିବା ମାଷ୍ଟରକ୍ୟାଣ୍ଟିନ ଘୋଡ଼ାକୁ ରାଜଭବନ ସାମ୍ନାକୁ ସ୍ଥାନାନ୍ତରିତ କରାଯିବ । ବିଡିଏର ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ବିରୋଧ । ଅଧିକ ପଢନ୍ତୁ...

ରାଜଭବନକୁ ସ୍ଥାନାନ୍ତର ହେବ ମାଷ୍ଟରକ୍ୟାଣ୍ଟିନ ଘୋଡ଼ା

ଭୁବନେଶ୍ବର: ଖୁବଶୀଘ୍ର ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଘୋଡାର ମୂର୍ତ୍ତୀକୁ ରାଜଭବନ ଛକକୁ ସ୍ଥାନାନ୍ତରଣ କରାଯିବ । ସ୍ମାର୍ଟସିଟି ତରଫରୁ ରାଜଧାନୀର ମାଷ୍ଟର କ୍ୟାଣ୍ଟିନର ରାସ୍ତାକୁ ପ୍ରଶସ୍ତିକରଣ ପରେ ମୂର୍ତ୍ତୀର ଲୁଚିଯିବାର ସମ୍ଭାବନା ଥିବାରୁ ସ୍ଥାନାନ୍ତରଣ ପାଇଁ ଯୋଜନା କରାଯାଇଥିବା କହିଛନ୍ତି ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ ଦାସ । ସେପଟେ ରାଜଧାନୀର ପରିଚୟ ପାଲଟିଥିବା ସ୍ଥାପତ୍ୟକୁ ନ ହଟାଇବା ପାଇଁ ସ୍ଥପତି ମହଲରୁ ଉଠିଛି ପ୍ରତିବାଦର ସ୍ବର ।

'ସ୍ଥାପତ୍ୟ ଲୁଚିଯିବା ସମ୍ଭାବନା ଯୋଗୁଁ ହେବ ସ୍ଥାନାନ୍ତରଣ'

ଉତ୍କଳୀୟ ସଂସ୍କୃତି ଓ ପରମ୍ପରା ସାରା ବିଶ୍ବରେ ପରିଚିତ । ଓଡିଆ ଶିଳ୍ପକଳାର ବିଶ୍ବ ଦରବାରରେ ରହିଛି ସ୍ବତନ୍ତ୍ର ପରିଚୟ । ଯାହାମଧ୍ୟରେ ସ୍ବର୍ଗତ ସ୍ଥପତି ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କର ଅନନ୍ୟ ସୃଷ୍ଟି ମାଷ୍ଟରକ୍ୟାଣ୍ଟିନ ଛକର ଘୋଡ଼ା ଅନ୍ୟତମ । ଏହି ଘୋଡଟି ସର୍ବଦା ଭୁବନେଶ୍ବରର ପରିଚୟକୁ ବୁଝାଏ । ହେଲେ ଏବେ ଘୋଡାଟି ମାଷ୍ଟରକ୍ୟାଣ୍ଟିନ ଛକରୁ ହଟିବାକୁ ଯାଉଛି । ଦଶନ୍ଧି ଦଶନ୍ଧି ଧରି ରାଜଧାନୀର ପ୍ରତୀକ ପାଲଟିଥିବା ମାଷ୍ଟରକ୍ୟାଣ୍ଟିନ ଘୋଡ଼ାକୁ ସେଠାରୁ ସ୍ଥାନାନ୍ତର କରିବା ପାଇଁ ଯୋଜନା ଚାଲିଛି ।

ସ୍ମାର୍ଟ ଜନପଥର ବିକାଶ ପାଇଁ ଏହି ଘୋଡ଼ାକୁ ରାଜଭବନ ସାମ୍ନାକୁ ଉଠାଇ ନିଆଯିବ ବୋଲି ନିଷ୍ପତ୍ତି ନେଇଛି ବିଡିଏ । ଅନ୍ୟପଟେ ବିଭିନ୍ନ ମହଲରୁ ଏଭଳି ନିଷ୍ପତ୍ତିକୁ ନାପସନ୍ଦ କରା‌ଯାଇଥିବା ବେଳେ ବିରୋଧ ମଧ୍ୟ ଆରମ୍ଭ ହୋଇଛି । ଅନ୍ୟପଟେ ଓଡ଼ିଆ ସଂସ୍କୃତି, ପରମ୍ପରା ଓ ରାଜଧାନୀର ପରିଚୟ ପାଲଟିଥିବା ଏହି ସ୍ଥାପତ୍ୟକୁ ନ ହଟାଇବା ପାଇଁ ବୁଦ୍ଧିଜୀବୀ ଓ ସ୍ଥପତି ମହଲାରୁ ବାରଣ କରାଯାଇଛି । ଆଉ ଚାରିଆଡୁ ପ୍ରତିବାଦର ସ୍ବର ଗୁଂଜରିତ ହେଉଛି । ସ୍ମାର୍ଟସିଟି ଓଡ଼ିଶାର ପରିଚୟକୁ ନଷ୍ଟ କରିବାର ଚକ୍ରାନ୍ତ ବୋଲି କହିଛନ୍ତି ବୁଦ୍ଧିଜୀବୀ ।

ସ୍ମାର୍ଟସିଟି ପକ୍ଷରୁ ରାଜଧାନୀର ମାଷ୍ଟର କ୍ୟାଣ୍ଟିନର ରାସ୍ତାକୁ ପ୍ରଶସ୍ତିକରଣ କରିବା ପାଇଁ ସଂସ୍କତି ବିଭାଗ ଗତ ୬ ମାସ ତଳେ ଏକ ଚିଠି ଲେଖିଥିଲା । ସଂସ୍କତି ବିଭାଗ ଏଥିରେ ମୋହର ମାରିବା ସହ ଘୋଡାକୁ ରାଜଭବନ ଛକକୁ ସ୍ଥାନାନ୍ତରଣ କରାଯିବ ବୋଲି ସୂଚନା ଦେଇଛନ୍ତି । ଏହି ପ୍ରକ୍ରିୟା ପାଇଁ ପାଖାପାଖି ଏକ ମାସ ସମୟ ଲାଗିବ । ସ୍ମାର୍ଟ ଜନପଥ କାର୍ଯ୍ୟରେ ମାଷ୍ଟରକ୍ୟାଣ୍ଟିନଠାରେ ମଲଟି ମୋଡାଲ ହବ୍ ହେବା ନେଇ ଯୋଜନା ଥିବାରୁ ଏହାର ସ୍ଥାନାନ୍ତରଣ କରାଯିବା ଜରୁରି ବୋଲି କହିଛନ୍ତି ସଂସ୍କତି ବିଭାଗ ନିର୍ଦ୍ଦେଶକ ରଞ୍ଜନ ଦାସ । କାରଣ ମଲଟି ମୋଡାଲ ହବ୍ ହେବା ପରେ ମାଷ୍ଟର କ୍ୟାଣ୍ଟିନ ଛକରେ ଏହି ଘୋଡାର ଭିଜିବିଲିଟି କମିଯିବା ସହ ଏହି ସ୍ଥାପତ୍ୟ ଲୁଚିଯିବାର ସମ୍ଭାବନା ଥିବାରୁ ଏହାକୁ ସ୍ଥାନାନ୍ତରଣ କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ତେବେ ଏହି ଘଟଣାରେ କୌଣସି ପ୍ରତିକ୍ରିୟା ରଖିନାହାଁନ୍ତି ସ୍ମାର୍ଟସିଟି ଚେୟାରମ୍ୟାନ୍ ସଂଞ୍ଜୟ ସିଂ ।

ସୂଚନାଥାଉ କି, ଗତ ୮ ତାରିଖରେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା । ରାଜଭବନସ୍ଥିତ ମଧୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ଘୋଡ଼ାକୁ ସ୍ଥାନାନ୍ତର କରିବାକୁ ବିଡିଏକୁ ଦାୟିତ୍ବ ଦିଆଯାଇଛି । ମାସକ ମଧ୍ୟରେ ବିଡିଏ ଏହାକୁ ସ୍ଥାନାନ୍ତର କରିବ ବୋଲି କୁହାଯାଇଛି । ବିଶ୍ବ ଐତିହ୍ୟ କୋଣାର୍କର ଅବିକଳ ଢାଞ୍ଚାରେ ନିର୍ମିତ ଏହି ଘୋଡ଼ା ରାଜଧାନୀର ପରିଚୟ ଏବଂ ଓଡ଼ିଶା ଶାସନର ପ୍ରତୀକ ଭାବେ ରହିଆସୁଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରେ ୧୯୭୯ରେ ଏହି ମୂର୍ତ୍ତିର ନିର୍ମାଣ କରିଥିଲେ ପ୍ରଖ୍ୟାତ ପ୍ରସ୍ଥରଶିଳ୍ପୀ ପଦ୍ମବିଭୂଷଣ ଡ. ରଘୁନାଥ ମହାପାତ୍ର ।

ତାଙ୍କ ନିହାଣ ମୂନରେ ଜୀବନ୍ତ ଭାବେ ଗଢ଼ି ଉଠିଥିଲା ଏହି ମୂର୍ତ୍ତି । ଏହାର କାରୁକାର୍ଯ୍ୟ ସାରା ବିଶ୍ବରେ ଅନନ୍ୟ ହୋଇଥିବା ବେଳେ ମାଷ୍ଟରକ୍ୟାଣ୍ଟିନ ଛକ ଦେଇ ଯାଉଥିବା ଲୋକମାନଙ୍କ ନଜର କିଛି କ୍ଷଣ ପାଇଁ ଘୋଡାଟି ଉପରେ ଅଟକି ଯାଇଥାଏ । ତେବେ କିଛିଦିନ ପୂର୍ବରୁ ସ୍ମାର୍ଟ ଜନପଥ କାମ ପାଇଁ ମାଷ୍ଟରକ୍ୟାଣ୍ଟିନ ଛକ‌ରେ ଥିବା ଘୋଡ଼ା ଏବଂ ଅନ୍ୟ ପ୍ରସ୍ତର ମୂର୍ତ୍ତିକୁ ସ୍ଥାନାନ୍ତର କରିବାକୁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ର ‌ମହାପ୍ରବନ୍ଧକ (ବୈଷୟିକ) ସଂସ୍କୃତି ବିଭାଗକୁ ପ୍ରସ୍ତାବ ଦେଇଥିଲେ । ଏହାର କାରଣ ଜନପଥର ଉନ୍ନତୀକରଣ ଏବଂ ସୌନ୍ଦର୍ଯ୍ୟକରଣ । ଏହାବାଦ ରେଳ ଷ୍ଟେସନ ମଲ୍‌ଟି ମୋଡାଲ୍ ହବ୍ ଏବଂ ଏଠାରେ ଆଇକନିକ୍ ବିଲଡିଂ ହେବ । ଏତେ ବଡ଼ କୋଠା, ଆଧୁନିକ କାରୁକାର୍ଯ୍ୟ ଆଗରେ ଏହି ଘୋଡ଼ା ଛୋଟ ଓ ଅସୁନ୍ଦର ଦେଖାଯିବ । ଏହାବାଦ୍ ପ୍ରଶସ୍ତ ରାସ୍ତା ନିର୍ମାଣ ହେବାକୁ ଥିବାରୁ ଏହାକୁ ନିଶ୍ଚିତ ହଟାଇବାକୁ ପଡ଼ିବ ବୋଲି ମହାପ୍ରବନ୍ଧକ କହିଥିଲେ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Jun 17, 2021, 6:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.