ETV Bharat / city

ମାଷ୍ଟରକ୍ୟାଣ୍ଟିନ ଆତଙ୍କରାଜ ଘଟଣା, ଅଭିଯୁକ୍ତଙ୍କୁ ତଡିପାର ପାଇଁ ସୁପାରିଶ

author img

By

Published : Jul 27, 2021, 1:05 PM IST

Updated : Jul 27, 2021, 4:14 PM IST

ମାଷ୍ଟରକ୍ୟାଣ୍ଟିନରେ ଆତଙ୍କରାଜ ଘଟଣାରେ ୨ ଜଣ ଗିରଫ ହେବା ପରେ ସମ୍ପୃକ୍ତ ଅଭିଯୁକଙ୍କୁ ତଡିପାର ପାଇଁ ସୁପାରିଶ କରାଯିବ ବୋଲି ସୂଚନା ମିଳିଛି । ଅଧିକ ପଢନ୍ତୁ...

ମାଷ୍ଟରକ୍ୟାଣ୍ଟିନରେ ଆତଙ୍କରାଜ ଘଟଣା: ୨ ଗିରଫ ସହ ଭଙ୍ଗା ହେଲା ଦୁର୍ବୁତ୍ତଙ୍କ ଦୋକାନ

ଭୁବନେଶ୍ବର: ମାଷ୍ଟରକ୍ୟାଣ୍ଟିନ ଆତଙ୍କରାଜ ଘଟଣାରେ ଆଜି (ମଙ୍ଗଳବାର) ପୋଲିସ ୨ ଜଣଙ୍କୁ ଗିରଫ କରିଛି । ଏହା ସହିତ ମାଷ୍ଟରକ୍ୟାଣ୍ଟିନରୁ ଜବରଦଖଲ ହଟାଇବା ସହିତ ଦୁର୍ବୃତ୍ତଙ୍କ ଦୋକାନକୁ କମିଶନରେଟ ପୋଲିସ ଭାଙ୍ଗିଛି । ତେବେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ତଡିପାର ପାଇଁ ପୋଲିସ କମିଶନରଙ୍କୁ ଭୁବନେଶ୍ବର ଡିସିପି ସୁପାରିଶ କରିବେ ବୋଲି ଜଣାପଡିଛି ।

ମାଷ୍ଟରକ୍ୟାଣ୍ଟିନରେ ଆତଙ୍କରାଜ ଘଟଣା: ୨ ଗିରଫ ସହ ଭଙ୍ଗା ହେଲା ଦୁର୍ବୃତ୍ତଙ୍କ ଦୋକାନ

ଆକ୍ରମଣ ଘଟଣାରେ ଉତ୍ତ୍ୟକ୍ତକାରୀ ଥିଲେ ସାମିଲ । ଗିରଫ ଅଭିଯୁକ୍ତ ରାଜା ଵେହେରାର ଦୋକାନକୁ ମଧ୍ୟ ଭାଙ୍ଗିଛି କମିଶନରେଟ ପୋଲିସ । ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ପୂର୍ବରୁ ଏଭଳି ମାମଲା ଥିଲେ ସେମାନଙ୍କୁ ତଡିପାର ପାଇଁ ତାଲିକା ପ୍ରସ୍ତୁତ ହେବ । ତଡିପାର ପାଇଁ ପୋଲିସ କମିଶନରଙ୍କୁ ସୁପାରିଶ କରିବେ ଭୁବନେଶ୍ବର ଡିସିପି । ତେବେ ସୂଚନା ଥାଉ କି ଦୋକାନକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ଥିବା ପୂର୍ବ ଶତ୍ରୁତା ନେଇଥିଲା ଉଗ୍ରରୂପ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ୧୦ରୁ ୧୫ଜଣ ଯୁବକ ଖଣ୍ଡା, ଶାବଳ ଓ ଲୁହା ପାଇପ ଓ ଭୁଜାଲି ଧରି ଆସିଥିଲେ ଏବଂ ଗୋଡେଇ ଗୋଡେଇ ୩ରୁ ୪ ଜଣ ଯୁବକଙ୍କୁ ହାଣିଥିଲେ । ଯାହାକୁ ଦେଖି ସ୍ଥାନୀୟ ରେଳ ଯାତ୍ରୀଠୁ ଆରମ୍ଭ କରି ମୋ ବସ ଡ୍ରାଇଭର ଓ ବସରେ ବସିଥିବା ଯାତ୍ରୀ ମଧ୍ୟ ଭୟଭୀତ ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଦୋକାନ ବନ୍ଦ କରି ଧାଇଁବାକୁ ଲାଗିଥିଲେ । ପରେ ପୋଲିସ ପହଞ୍ଚି ଆହତ ୪ଜଣ ଯୁବକକଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା ।

ମାଷ୍ଟରକ୍ୟାଣ୍ଟିନ ଆତଙ୍କରାଜ ଘଟଣା, ସମ୍ପୃକ୍ତ ଅଭିଯୁକ୍ତଙ୍କୁ ତଡିପାର ପାଇଁ ସୁପାରିଶ

ଏହା ବି ପଢନ୍ତୁ: ରାଜଧାନୀରେ ଆତଙ୍କରାଜ, ଦିନ ଦ୍ବିପ୍ରହରରେ ବୁଲିଲା ଖଣ୍ଡା

ତେବେ ପୋଲିସ ସୂଚନା ମୁତାଵକ ଫାଳିକିଆ ବସ୍ତିର ସେକ ରାଜା ସହ ୟୁନିଟ ୩ ମାଳିସାହି ପିଲାଙ୍କ ମଧ୍ୟରେ ଦୋକାନକୁ ନେଇ ଗଣ୍ଡଗୋଳ ଥିଲା । ତେବେ ମାଳିସାହି ବସ୍ତି ପିଲା ରାଜାକୁ ଆଗୁଆ ଆକ୍ରମଣ କରିଥିଲେ । ପରେ ଜବାବରେ ଫାଳିକିଆ ବସ୍ତି ରାଜାର ସହଯୋଗୀ ମିଶି ଏଭଳି କାଣ୍ଡ ଭିଆଇଥିଲେ। ତେଵେ ରାଜାର ଷ୍ଟେସନ ନିକଟରେ ଏକ ଦୋକାନ ରହିଛି । ଯାହାକୁ ନେଇ ଏଭଳି ଵିଵାଦ ଉପୁଜିଥିବା କୁହାଯାଉଛି । ତେବେ ରାଜଧାନୀରେ ଏଭଳି ସର୍ବସାଧାରଣରେ ଆତଙ୍କରାଜ ସୃଷ୍ଟି କରିଵା ଏକ ଟ୍ରେଣ୍ଡ ଦେଖିଵାକୁ ମିଳୁଛି । ପୋଲିସର ଭୟ ଯେପରି ଅପରାଧୀଙ୍କ ମନରୁ ଲିଭି ଗଲାଣି । ପୂର୍ବରୁ କ୍ୟାପିଟାଲ ଥାନା ଅଞ୍ଚଳର ମାର୍କେଟ ବିଲଡିଂରେ ମଧ୍ୟ ଏଇଭଳି ଆତଙ୍କରାଜ ଘଟାଇ ୨୧ରୁ ଊର୍ଦ୍ଧ୍ବ ଯୁବକ ଗିରଫ ହୋଇଥିଲେ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jul 27, 2021, 4:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.