ଭୁବନେଶ୍ବର: ବାଲିଅନ୍ତା ବ୍ଲକ ଏଜୁକେସନ ଅଫିସକୁ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀଙ୍କ ଅଚାନକ ଗସ୍ତ । ମନ୍ତ୍ରୀ ସମୀର ରଞ୍ଜନ ଦାସ ପହଞ୍ଚିଥିଲେ ମଧ୍ୟ ସକାଳ 10.40 ପର୍ଯ୍ୟନ୍ତ ବିଇଓ ବାଲିଅନ୍ତା ଅଫିସରେ 2 ଜଣଙ୍କୁ ଛାଡି କେହି ଆସିନଥିଲେ ।
କାହିଁକି ଉପସ୍ଥାନରେ ବିଳମ୍ବ ହୋଇଛି, ସେ ନେଇ କର୍ମଚାରୀଙ୍କୁ ସୋକଜ୍ ଜାରି କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହାସହ ନୂଆ ପାଟଣା ୟୁପି ସ୍କୁଲ, ପ୍ରତାପ ଶାସନ ହାଇ ସ୍କୁଲ ଯାଇ ଶିକ୍ଷକଙ୍କ ଉପସ୍ଥାନ ଯାଞ୍ଚ କରିବା ସହ ଛାତ୍ରଛାତ୍ରୀଙ୍କ ସହ ପାଠପଢା ସମ୍ପର୍କରେ ଆଲୋଚନା କରିଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ